ରାତ୍ରୀକାଳୀନ ବସ୍‌ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍‌ କରି ଦୁଇ ଗିରଫ

June 28, 2019, ଓଡ଼ିଶା, , Anupambharat News Bureau


ରାତ୍ରୀକାଳୀନ ବସ୍‌ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍‌ କରି ଦୁଇ ଗିରଫ
Anupambharat News Bureau
June 28, 2019

ଭଦ୍ରକ, ୨୮ା୬ (ଅନୁପମ ମିଡିଆ): ଭଦ୍ରକର ବଙ୍କସ୍କୁଲ ନିକଟରେ ବେଆଇନ୍‌ ଭାବେ ରହିଆସୁଥିବା ବସ୍ତିବାସିନ୍ଦାଙ୍କ ମଧ୍ୟରେ ବହୁ ଅସାମାଜିକ ବ୍ୟକ୍ତି ଏବେ ବନ୍ତଛକ ବସ୍‌ଯାତ୍ରୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିବା ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଚାଲିଛି । ଯାହାର ସଦ୍ୟତମ ନଜିର ଦେଖିବାକୁ ମିଳିଛି ଗତକାଲି ରାତିରେ । ବାଲେଶ୍ୱର ଜିଲାର ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଅଚୁ୍ୟତପୁର ନିବାସୀ ରବିନ୍ଦ୍ର ସାହୁଙ୍କ ପୁତ୍ର ସୁରେଶ ଗତକାଲି ରାତିରେ ଏକ ରାତ୍ରୀକାଳୀନ ବସ୍‌ରେ ବାଲେଶ୍ୱରରୁ ଭୁବନେଶ୍ୱର ଯିବା ସମୟରେ ବନ୍ତଛକ ବସ୍‌ଷ୍ଟାଣ୍ଡରେ ବସ୍‌ଟି ଅଟକିଥିଲା । କିଛି ଯାତ୍ରୀ ଓହ୍ଲାଉଥିବାର ଦେଖି ସୁରେଶ ପରିସ୍ରା କରିବାକୁ ଯିବାବେଳେ ବସ୍‌ଟି ଚାଲିଯାଇଥିଲା । ଫଳରେ ସେ ବ୍ରିଜ୍‌ ତଳେ ଠିଆ ହୋଇଥିବାବେଳେ ଦୁଇଜଣ ଯୁବକ ତାଙ୍କ ନିକଟରେ ପହଞ୍ଚି ବଳପୂର୍ବକ ବସ୍‌ଷ୍ଟାଣ୍ଡ ନିକଟ ଏକ ଅନ୍ଧାରୁଆ ସ୍ଥାନକୁ ଆଣି ତାଙ୍କ ନିକଟରେ ଥିବା ୧୯ ହଜାର ୫ ଶହ ଟଙ୍କା ଛଡାଇ ନେଇଥିଲେ । ସେତେବେଳେ ପାଖରେ କେହି ନଥିବାରୁ ସୁରେଶ ପ୍ରତିବାଦ କରି ମଧ୍ୟ ବିଫଳ ହୋଇଥିଲେ । ପରେ ସେ ନିକଟରେ ଥିବା ସାଳନ୍ଦୀ ଫାଣ୍ଡିରେ ଏ ବିଷୟ ଜଣାଇବାରୁ ସହରାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଇତିମଧ୍ୟରେ ଥାନାଧିକାରିଣୀ ସରୋଜିନୀ ସିଂ ତଦନ୍ତ କରି ବଙ୍କସ୍କୁଲ ନିକଟ ନରିପୁରରେ ରହୁଥିବା ବରପଦା ନିବାସୀ ଶରତ ବେହେରାଙ୍କ ପୁତ୍ର ପ୍ରଶାନ୍ତ ଓ ରୋହିତ ମୁଣ୍ଡାର ପୁତ୍ର କାଳିଆକୁ ଗିରଫ କରି ସେମାନେ ରହୁଥିବା ଘରୁ ୧୩ ହଜାର ଟଙ୍କା ଉଦ୍ଧାର କରିଥିଲେ । ଏବଂ ୨ ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ବଙ୍କସ୍କୁଲ ତଥା ପୂର୍ବତନ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ବାସଭବନ ଭଳି ସମ୍ବେଦନଶୀଳ ଅଂଚଳରେ ବେଆଇନ୍‌ ଭାବେ ରହିଆସୁଥିବା ଏହି ଅସାମାଜିକ ବ୍ୟକ୍ତିମାନେ କେବଳ ଚୋରି ଓ ଲୁଟ୍‌ ନୁହେଁ, ମଦ ଓ ବିଭିନ୍ନ ମାଦକ ଦ୍ରବ୍ୟ ସହ ବେଶ୍ୟାବୃତ୍ତି ଭଳି କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଏଥିପ୍ରତି ଜିଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିକ୍‌ଅପ ଭ୍ୟାନରୁ ଗୋ ମାଂସ ଜବତ

ପିକ୍‌ଅପ ଭ୍ୟାନରୁ ଗୋ ମାଂସ ଜବତ

Read More...

ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page