ନେହେରୁ ବଙ୍ଗଳାରେ ଡବଲ ମର୍ଡର

June 30, 2019, ଓଡ଼ିଶା, , Anupambharat News Bureau


ନେହେରୁ ବଙ୍ଗଳାରେ ଡବଲ ମର୍ଡର
Anupambharat News Bureau
June 30, 2019

ପାରାଦ୍ୱୀପ,୩୦ା୬(ଅନୁପମମିଡ଼ିଆ): ପାରାଦ୍ୱୀପ ସାମୁଦ୍ରିକ ଥାନାଠାରୁ ମାତ୍ର ୫ ଶହ ମିଟର ପରିସରରେ ଦୁଇଜଣ ପାଗଳଙ୍କ ମୃତ ଦେହ ଠାବ କରାଯାଇଛି । ଜଣଙ୍କର ମୃତ ଦେହ ନେହେରୁ ବଙ୍ଗଳା ମାର୍କେଟ ପରିସରରେ ପଡିଥିବା ବେଳେ ଅନ୍ୟଜଣଙ୍କର ନିକଟସ୍ଥ ଜଙ୍ଗଲରେ ପଡିରହିଛି । ଉଭୟଙ୍କ ମୁଣ୍ଡକୁ ପଥରରେ ଛେଚିଦିଆଯାଇଥିବା ଦେଖାଯାଇଛି । ଏହି ଘଟଣା ସମଗ୍ର ନେହେରୁ ବଙ୍ଗଳା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ ପାରାଦ୍ୱୀପ ବନ୍ଦରର ମାଛଧରା ବନ୍ଦର ଓ ପାରାଦ୍ୱୀପ ସାମୁଦ୍ରିକ ଥାନାଠାରୁ ୧୫ଶହ ମିଟର ମଧ୍ୟରେ ନେହେରୁ ବଙ୍ଗଳା ମାର୍କେଟ । ଏହି ମାର୍କେଟ ପରିସରରେ ଦୁଇଜଣ ପାଗଳଙ୍କ ମଧ୍ୟରୁ ଡାକ ନାମ ହରି ବୋଲି ଆଜକୁ ୨୦ବର୍ଷ କାଳ ରହି ଆସୁଥିବା ବେଳେ ଅନ୍ୟ ପାଗଳଟିଏ ମାତ୍ର ୪ମାସ ହେଲା ଆସି ଏଠାରେ ରହୁଥିଲା । ଏହି ଦୁଇଜଣଙ୍କୁ ମାର୍କେଟର ଦୋକାନୀ ଓ ନିକଟସ୍ଥ କଲୋନୀର ଲୋକମାନେ ଖାଇବାକୁ ଦେଉଥିଲେ । ଶନିବାର ରାତିରେ ଦୋକାନ ବନ୍ଦ ପରେ ଦୁଇଜଣ ବାରଣ୍ଡାରେ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଡକାୟତ କିମ୍ବା ଅନ୍ୟ ଘଟଣରେ ଜଡିତ ଥିବା ଆସାମୀ କାଳେ ଏହି ଦୁଇଜଣ ସେମାନେ ଘଟାଇଥିବା କାଣ୍ଡ ପ୍ରଘଟ କରିଦେବା ଆଶଙ୍କାରେ
ସେମାନଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ହରିର ଶବ ମାର୍କେଟ ବାହାରେ ପଡ଼ିଥିବା ବେଳେ ଘଟଣା ସ୍ଥଳର ୩ଶହ ମିଟର ଜଙ୍ଗଲରେ ଅନ୍ୟ ଜଣକ ମୃତ ଦେହ ପଡ ରହିଥିଲା । ଭୋର ସମୟରେ ସ୍ଥାନୀୟ ଲୋକ ଦୁଇ ଜଣଙ୍କ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶବକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପିଇଲା ମା’, ମା’ ମୃତ, ପୁଅଝିଅ ଗୁରୁତର

ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପିଇଲା ମା’, ମା’ ମୃତ, ପୁଅଝିଅ ଗୁରୁତର

Read More...

ଏନ୍‌କାଉଣ୍ଟର: ଗୁଳି ଖାଇ ଖସିଗଲା ଦୁର୍ଦ୍ଦାନ୍ତ ସଞ୍ଜୁ

ଏନ୍‌କାଉଣ୍ଟର: ଗୁଳି ଖାଇ ଖସିଗଲା ଦୁର୍ଦ୍ଦାନ୍ତ ସଞ୍ଜୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page