ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଆଉ ଛ’ମାସ ବଢ଼ିଲା

July 01, 2019, ଦେଶ, , Anupambharat News Bureau


ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ  ଆଉ ଛ’ମାସ ବଢ଼ିଲା
Anupambharat News Bureau
July 01, 2019

ନୂଆଦିଲ୍ଲୀ,୧ା୭ ରାଜ୍ୟସଭାରେ ସୋମବାର ଜାମ୍ମୁ ଏବଂ କାଶ୍ମୀରରେ ରାଷ୍ଟ୍ରପତିଙ୍କ ଶାସନ ଆଉ ୬ ମାସ ବୃଦ୍ଧି କରିବା ପାଇଁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ଟିଏମସି ଓ ବିଜେଡି ସମର୍ଥନ ଦେଇଛନ୍ତି । ଏହାସହ ଜାମ୍ମୁ କାଶ୍ମୀର ସଂରକ୍ଷଣ ଅଧିନିୟମ ୨୦୦୪ରେ ସଂଶୋଧନ ପାଇଁ ରାଜ୍ୟସଭାରେ ଆଗତ ବିଧେୟକକୁ ଏହି ଦୁଇ ଦଳ ସମର୍ଥନ ଜଣାଇଛନ୍ତି । ଏହି ସଂରକ୍ଷଣ ସଂଶୋଧନ ବିଲ୍‌ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି । ଟିଏମସି ସାଂସଦ ଡେରେକ ଓବ୍ରାଏନ ଏହି ବିଲକୁ ସମର୍ଥନ ଦେଇ କହିଥିଲେ ଯେ ଭାରତୀୟଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆମେ ଏହି ବିଲ ଓ ରାଷ୍ଟ୍ରପତି ଶାସନ କାଳ ଆଉ ୬ ମାସ ବୃଦ୍ଧି କରିବା ପାଇଁ ସମର୍ଥନ ଜଣାଉଛୁ । ଏହି ବିଲରେ ଅନ୍ତର୍ଜାତୀୟ ସୀମାର ୧୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଜାମ୍ମୁ କାଶ୍ମୀର ଲୋକଙ୍କ ପାଇଁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୩% ସଂରକ୍ଷଣ ବ୍ୟବସ୍ଥା ରହିଛିଛ । ଅମିତ ଶାହା ଲୋକସଭାରେ କହିଛନ୍ତି ଯେ ବାରମ୍ବାର ଉତ୍ତେଜନା କାରଣରୁ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଲୋକମାନେ ସାମାଜିକ, ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ହୋଇଯାଇଛନ୍ତି । ତେଣୁ ସରକାର ପ୍ରକୃତ ନିୟନ୍ତ୍ରଣ ରେଖା (ଏଏଲଓସି)ରେ ରହୁଥିବା ଲୋକଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ବିଲ୍‌ ମଞ୍ଜୁରୀ ହେଲେ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ କାଶ୍ମୀରର ବହୁ ବିଦ୍ୟାର୍ଥୀ ମାନେ ସୁଯୋଗ ମଧ୍ୟ ପାଇବେ । ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସମ୍ବେଦନଶୀଳକ ସ୍ଥିତି ଉପୁଜୁଥିବା ଯୋଗୁଁ ଉକ୍ତ ଅଞ୍ଚଳରେ ସାମାଜିକ ଅର୍ଥନୈତିକ ଓ ଶିକ୍ଷାଗତ କ୍ଷେତ୍ରରେ ଲୋକମାନେ ବହୁ ପଛୁଆ ହୋଇ ରହିଛନ୍ତି । ବହୁ ବର୍ଷ ଧରି କେତେକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବା ଯୋଗୁଁ ଏହା ନିଶ୍ଚିତ ଗୁରୁତର ପ୍ରଭାବ ପକାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏନଏଡ଼ିରେ ସାମିଲ ହେଲା ଜିଏମ ବିଶ୍ୱବିଦ୍ୟାଳୟ, ଅନଲାଇନରେ ମିଳିବ ରେକର୍ଡ଼

ଏନଏଡ଼ିରେ ସାମିଲ ହେଲା ଜିଏମ ବିଶ୍ୱବିଦ୍ୟାଳୟ, ଅନଲାଇନରେ ମିଳିବ ରେକର୍ଡ଼

Read More...

 ଗୃହରେ‘ଫନି’ଝଡ଼

ଗୃହରେ‘ଫନି’ଝଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page