ଘର ଓ ସ୍କୁଲ ପାଚେରୀ ଭାଙ୍ଗିଲା ଦନ୍ତା

July 03, 2019, ଓଡ଼ିଶା, , Anupambharat News Bureau


ଘର ଓ ସ୍କୁଲ ପାଚେରୀ ଭାଙ୍ଗିଲା ଦନ୍ତା
Anupambharat News Bureau
July 03, 2019

କେନ୍ଦୁଝର, ୩ା୭ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ବିଜେପି ରେ ଫୁଲଝର ପଞ୍ଚାୟତରେ ଗୋଠଛଡା ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀ ଗ୍ରାମରେ ପଶି ୪ଟି ଘର ଭାଙ୍ଗିବା ସହ ସ୍କୁଲ ପାଚେରୀ ଭାଙ୍ଗିଥିବାବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଗୋଠଛଡା ଦନ୍ତା ହାତୀଟି ୪ଦିନ ହେବ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇଛି । ୪ଦିନ ମଧ୍ୟରେ ଦନ୍ତା ହାତୀଟି ୧୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ସହ ବହୁ ଫସଲ ନଷ୍ଟ କରିଛି । ଗତକାଲି ରାତି ପ୍ରାୟ ୧୦ଟାରେ ଗୋଠଛଡା ଦନ୍ତା ସଦର ରେ ଉପରକୁସୁମିତା ଆଶ୍ରମ ପାଚେରୀ ଭାଙ୍ଗି ସ୍କୁଲ ପରିସରକୁ ପ୍ରବେଶ କରି ଷ୍ଟୋରରୁମ୍‌ରୁ ଆଳୁବୁରା ନେଇ ଖାଇଯାଇଥିବା ଜଣାପଡିଛି । ପରେ ସ୍କୁଲ ନିକଟରେ ଥିବା ବସନ୍ତ ନାଏକଙ୍କ ଦୋକାନ ଘରକୁ ଭାଙ୍ଗି ଜିନିଷପତ୍ର ନଷ୍ଟ କରି ଦେଇଥିଲା । ଏହାପରେ ରାତି ପ୍ରାୟ ୨ଟାରେ ବିଜେପି ରେ ଫୁଲଝର ପଞ୍ଚାୟତର ରଙ୍ଗମାଟିଆ ଗ୍ରାମର ବ୍ରଜମୋହନ ସିଂଙ୍କ ଘର ଓ ଲୁହା ଗେଟକୁ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା । ଟାଇଲି ଓ ଆଜବେଷ୍ଟସ ଘର ଭାଙ୍ଗି ଧାନଚାଉଳ ଖାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା । ଏଥିରେ ବ୍ରଜମୋହନଙ୍କ ସ୍ତ୍ରୀ ଓ ତାଙ୍କ ସହିତ ଶୋଇଥିବା ପଡିଶା ଘରର ତିନିଜଣ ଛୁଆ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ପରେ ହାତୀଟି ପାଖରେ ଥିବା ପଣସ ଗଛରୁ ପଣସ ଖାଇ ରାହି ପାହିଯିବାରୁ ଚାଲିଯାଇଥିଲା । ଏସଂପର୍କରେ ଗ୍ରାମବାସୀମାନେ ବନବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶ୍ରୀ ଦଧିବାମନଜୀଉଙ୍କ ନବଯୌବନ ଦର୍ଶନ, ଆଜି ରଥଯାତ୍ରା

ଶ୍ରୀ ଦଧିବାମନଜୀଉଙ୍କ ନବଯୌବନ ଦର୍ଶନ, ଆଜି ରଥଯାତ୍ରା

Read More...

ପୋଲ ତଳୁ ମୃତଶିଶୁ ଓ ଯୁବକ ଉଦ୍ଧାର

ପୋଲ ତଳୁ ମୃତଶିଶୁ ଓ ଯୁବକ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page