ଜୁଇର ଶେଯରୁ ଉଠିଲେ ଯୁବକ

July 03, 2019, ଓଡ଼ିଶା, , Anupambharat News Bureau


ଜୁଇର ଶେଯରୁ ଉଠିଲେ ଯୁବକ
Anupambharat News Bureau
July 03, 2019

ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ । ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍‌ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା । ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି । ୨୦ ବର୍ଷୀୟ ମହମ୍ମଦ ଫୁରକାନ ଏକ ଦୁର୍ଘଟଣାର ଶିକାର ହୋଇ ଜୁନ୍‌ ୨୧ରୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସୋମବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ମହମ୍ମଦଙ୍କ ମୃତଦେହ ଆମ୍ବୁଲାନ୍‌ସ୍‌ରେ ଘରକୁ ପଠାଇ ଦେଇଥିଲେ । ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ି ଅନ୍ତିମ ସଂସ୍କାର ପାଇଁ ମହମ୍ମଦଙ୍କ ମୃତଦେହକୁ ନେଇଥିଲେ । ହେଲେ ମହମ୍ମଦଙ୍କୁ ପୋତା ଯାଉଥିବା ବେଳେ ହଠାତ୍‌ ତାଙ୍କ ହାତ ହଲୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେଇଥିଲେ । ଏବେ ସେ ଭେଣ୍ଟିଲେଟଣ୍‌ରେ ରହିଥିବା ଜଣାପଡ଼ିଛି । ମହମ୍ମଦଙ୍କ ବଡ଼ ଭାଇ ମହମ୍ମଦ ଇରଫାନ କହିଛନ୍ତି, ଆମେ ଅନ୍ତିମ ସଂସ୍କାର କାର୍ଯ୍ୟ କରୁଥିବା ବେଳେ ମହମ୍ମଦଙ୍କ ଶରୀରର କିଛି ଅଙ୍ଗପ୍ରତ୍ୟେଙ୍ଗ ହଲୁଥିବା ଦେଖିବାକୁ ପାଇଥିଲୁ । ଏହାପରେ ଆମେ ତୁରନ୍ତ ମହମ୍ମଦଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ୍‌କୁ ନେଇଥିଲୁ । ସେଠାରେ ଡାକ୍ତର ମହମ୍ମଦ ଜୀବିତ ଥିବା କହିଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖିଥିଲେ । ଆମେ ମହମ୍ମଦ ପୂର୍ବରୁ ଚିକିତ୍ସିତ ହେଉଥିବା ଘରୋଇ ହସ୍ପିଟାଲକୁ ୭ ଲକ୍ଷ ଟଙ୍କା ଦେଇଛୁ । ଯେତେବେଳେ ଟଙ୍କା ସରିଗଲା, ସେମାନେ ମହମ୍ମଦଙ୍କୁ ମୃତ ଘୋଷଣା କରିଦେଲେ । ଲକ୍ଷ୍ନୌ ମୁଖ୍ୟ ମେଡିକାଲ ଅଧିକାରୀ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମୋତେ ରେପ୍‌ କରିଥିଲେ ଆଦିତ୍ୟ ପାଞ୍ଚୋଲି

ମୋତେ ରେପ୍‌ କରିଥିଲେ ଆଦିତ୍ୟ ପାଞ୍ଚୋଲି

Read More...

ଧାନ ମୂଲ୍ୟର ଏମ୍‌ଏସ୍‌ପିରେ ୩.୭% ବୃଦ୍ଧି

ଧାନ ମୂଲ୍ୟର ଏମ୍‌ଏସ୍‌ପିରେ ୩.୭% ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page