କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ

May 13, 2019, ଓଡ଼ିଶା, , Anupambharat News Bureau


 କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ
Anupambharat News Bureau
May 13, 2019

ଯୋଡା,୧୩ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଦେଓଝର ଠାରେ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର ଲିଃ ପରିଚାଳିତ ଜିନ୍ଦଲ ପିଲେଟ୍‌ କାରଖାନାରେ ସୋମବାର ପୂର୍ବାହ୍ନରେ କାର୍ଯ୍ୟରତ ଅବସ୍ଥାରେ ସନାତନ ମୁଣ୍ଡା ନାମକ ଜୈନିକ ଠିକା ଶ୍ରମିକଙ୍କ ମୃତୁ୍ୟ ହୋଇଯାଇଥିବାର ଖବର ମିଳିଛି । ଅଂଶେଇକଳା ପଞ୍ଚାୟତ ଅନ୍ତର୍ଗତ ବଡହୁଣ୍ଡୁଳା ଗ୍ରାମ ମୁଣ୍ଡାସାହି ହାମ୍‌ଲେଟ୍‌ର ମୃତ ସନାତନ ଶ୍ରୀଧର ଇଞ୍ଜିନିୟରିଂ ନାମକ ଠିକା ସଂସ୍ଥାରେ ଦୀର୍ଘ ଦିନ ହେଲା ହାଉସ୍‌କିପିଂ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କାର୍ଯ୍ୟରତ ଅବସ୍ଥାରେ ସନାତନ ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ତୁରନ୍ତ ତାଙ୍କୁ କମ୍ପାନୀ ଚିକିସିାଳୟକୁ ଓ ପରେ ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସନାତନଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ମନେକରି ସେଠାକାର ଚିକିସିକ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚିକିସିାଳୟକୁ ସ୍ଥାନାନ୍ତରଣ କରିଥିଲେ । ତେବେ ସେଠାରେ ଚିକିସିକ ସନାତନକୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପ୍ରଚାରିତ ହେବାପରେ ବଡହୁଣ୍ଡୁଳା ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ସମୟରେ ପୁଲିସ ମଧ୍ୟସ୍ଥିରେ ଜିନ୍ଦଲ କର୍ତ୍ତୁପକ୍ଷ ସୋମବାର ରାତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା

ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା

Read More...

ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ

ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page