ଆତ୍ମ ବିଶ୍ୱାସରେ ଅଟଳ ଜଳେଶ୍ୱରର ଦିବ୍ୟାଙ୍ଗ ଜଗନ୍ନାଥ ଦାସ

July 08, 2019, ଓଡ଼ିଶା, , Anupambharat News Bureau


ଆତ୍ମ ବିଶ୍ୱାସରେ ଅଟଳ ଜଳେଶ୍ୱରର ଦିବ୍ୟାଙ୍ଗ ଜଗନ୍ନାଥ ଦାସ
Anupambharat News Bureau
July 08, 2019

ଜଳେଶ୍ୱର,୮ା୭ (ଅନୁପମ ମିଡିଆ): (ସୁଶାନ୍ତ କୁମାର ପ୍ରଧାନ) ଦୃଢ ଆତ୍ମପ୍ରତ୍ୟୟ, ନିଷ୍ଠା ଓ ଇଚ୍ଛା ଶକ୍ତି ବଳରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କିଭଳି ଅସାଧ୍ୟ ସାଧନ କରିପାରେ, ତାହା ଜଳନ୍ତି ଜଗନ୍ନାଥ ଆମ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ଦେଖାଇ ଦେଇ ପାରିଛନ୍ତି । ଜଳେଶ୍ୱର ମ୍ୟୁନିସିପାଲିଟୀର ୮ନମ୍ବର ୱାର୍ଡ ପଂଚୁଘଣଫା ଗ୍ରାମର ଜନ୍ମରୁ ଶତକଡା ଶହେ ଭାଗ ବିକଳାଙ୍ଗ ଥାଇ ଜଗନ୍ନାଥ ଦାସ ବିନା ସରକାରୀ ସାହାଯ୍ୟରେ ନିଜର ସ୍ତ୍ରୀ ଓ କନ୍ୟାକୁ ନେଇ ପରିବାର ପ୍ରତିପୋଷଣ କରୁଛନ୍ତି, ତାହା ସ୍ୱଚକ୍ଷୁରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ । ପିତା ସ୍ୱର୍ଗତ ହରେନ୍ଦ୍ର ନାଥ ଦାସ ଓ ମାତା ସ୍ୱର୍ଗତା ସରୋଜିନୀ ଦାସଙ୍କ ଗର୍ଭରୁ ବିକଳାଙ୍ଗ ଭାବେ ଜନ୍ମ ଗ୍ରହଣ କରି ଅଭିଶପ୍ତ ଜୀବନର ୬୮ଟି ବସନ୍ତ ଅତିକ୍ରମ କରି ସାରିଲେଣି । ଭୂମିଶୁନ୍ୟ, ଆୟଶୁନ୍ୟ ଜଗନ୍ନାଥ ମାସକୁ ପାଉଥିବା ବିକଳାଙ୍ଗ ଭତା ମାତ୍ର ୭ଶହ ଟଙ୍କାରେ କେମିତି ପରିବାର ଚଳାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜର ଏକ ମାତ୍ର କନ୍ୟା ଅନିତାକୁ ବହୁ କଷ୍ଟରେ ପ୍ରତିପୋଷଣ କରିବା ସହ ପାଠ ପଢାଇବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ତାଙ୍କର ଏହି ଦୁର୍ଦ୍ଦିନ ସମୟରେ ସରକାର ବ୍ୟାଙ୍କ କିମ୍ବା କୈାଣସୀ ସେଚ୍ଛାସେବୀ ସଂଗଠନ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ତାଙ୍କର ଦୁଇ ହାତ ଓ ଦୁଇ ଗୋଡ ନ ଥାଇ ସେ ସମସ୍ତ କଷ୍ଟକର କାର୍ଯ୍ୟ କରିଥାନ୍ତି । ନିଜ କାଖରେ କୋଦାଳ ଧରି ମାଟି ତାଡିବା, ଗଛ ଲଗାଇବା, କୁରାଢି ସାହାଯ୍ୟରେ କାଠ କାଟିବା, ଷ୍ଟୋଭ ଜଲାଇ ଚା ପ୍ରସ୍ତୁତ କରିବା, ଡୁ ଡୁ, ବାଗୁଡି, ମାର୍ବଲ ଓ ଆଲି ଖେଳିବାରେ ସେ ଧୁରନ୍ଧର । ଗ୍ରାମବାସୀ ମାନଙ୍କ ସାହାଯ୍ୟରେ ପୂର୍ବରୁ ଥିବା ବାଲେଶ୍ୱର ଉପ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବା ପରେ ତାଙ୍କୁ ଏକ ତିନି ଚକିଆ ସାଇକେଲ ସରକାରଙ୍କ ଠାରୁ ମିଳିଥିଲା । ଏହି ତିନିଚକିଆ ସାଇକେଲକୁ ଜଗନ୍ନାଥ ନିଜେ ଚଳାଇ ବଜାରକୁ ଯାଇ ଲୋକମାନଙ୍କ ଠାରୁ ଜିନିଷ ପତ୍ର ସଂଗ୍ରହ କରିଥାନ୍ତି । ଜଗନ୍ନାଥଙ୍କ ସ୍ତ୍ରୀ ସୁଖଦାମଣି ତାଙ୍କୁ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ସରକାର ଯୋଗାଇ ପାରି ନାହାନ୍ତି ବୋଲି ସାମ୍ବାଦିକଙ୍କୁ କୋହଭରା କଣwରେ ନିବେଦନ କରିଛନ୍ତି । ତାଙ୍କୁ ସ୍ୱଚ୍ଛଭାରତ ଯୋଜନାରେ ୫ହଜାର ଟଙ୍କାର ପାଇଖାନା ମିଳିଥିବା ବେଳେ ନିର୍ମାଣ କାର୍ଯ୍ୟ ସରିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳି ପାରିନାହିଁ । ଏତେ ଦୁଃଖ ସତେ୍ୱ ହାତ ଗୋଡ ନ ଥିବା ଜଗନ୍ନାଥ ଦାସ କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଦୃଢ ବିଶ୍ୱାସ ଓ ତାଙ୍କ ଠାରେ ନିଜକୁ ସମର୍ପଣ କରି କେବେବି ଭାଙ୍ଗିଯାଇ ନାହାନ୍ତି । ଅସହାୟତା ତାଙ୍କୁ କେବେ ସ୍ପର୍ଶ କରିପାରି ନାହିଁ ।
ଜଗନ୍ନାଥ କେମିତି ଚଳାଇବେ ତାଙ୍କ ଅଧାଗଢା ସଂସାର..? ଏମିତି ଅସରନ୍ତି ପ୍ରଶ୍ନଗୁଚ୍ଛ ମଧ୍ୟରେ ହଜି ଯାଇଛନ୍ତି ସ୍ୱାଭିମାନୀ ଜଗନ୍ନାଥ ଦାସ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି

ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି

Read More...

ସଡ଼କ ଦୁର୍ଘଟଣା,ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ସଡ଼କ ଦୁର୍ଘଟଣା,ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page