ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

May 13, 2019, ଓଡ଼ିଶା, , Anupambharat News Bureau


ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର
Anupambharat News Bureau
May 13, 2019

କୋରାପୁଟ, ୧୩ା୫ (ଅନୁପମ ମିଡିଆ): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଇଥିବାର କାରଣ ବେଳେ ବେଳେ ଡାକ୍ତରମାନେ ହିଁ ତାର ଉତ୍ତମ ଉଦାହରଣ ପ୍ରଦାନ କରିଥାନ୍ତି । ଏହିପରି ଏକ ଘଟଣାକ୍ରମରେ ଜଣେ ଡାକ୍ତର କିପରି ଗୋଟିଏ ପ୍ରସୂତୀକୁ ନିଜର ରକ୍ତ ଦାନ କରି ତାକୁ ଯମ ମୁହଁରୁ ଫେରାଇ ଆଣିଛନ୍ତି ତାହା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । କୋରାପୁଟ ଜିଲା ମୁଖ୍ୟ ଚିକିସିାଳୟର ଡାକ୍ତର ଜଣେ ପ୍ରସୂତୀଙ୍କୁ ରକ୍ତ ଦେଇ ଜୀବନ ବଂଚାଇବା ଖବର କୋରାପୁଟରେ ଚର୍ଚ୍ଚାର ବିଷୟ ହୋଇଛି । ରାୟଗଡାର ଡି.ଅଜୟ ତାଙ୍କର ଗର୍ଭବତୀ ପତ୍ନୀ ଡି.କବିତାଙ୍କୁ ଗତକାଲି ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରିଥିଲେ । କବିତା ହସ୍ପିଟାଲରେ ଏକ ମୃତ ସନ୍ତାନ ପ୍ରସବ କରିବା ପରେ ଅତ୍ୟଧିକ ରକ୍ତଶ୍ରାବ ଯୋଗୁଁ ଦୁର୍ବଳ ହୋଇପଡିଥିଲେ । କବିତାଙ୍କ ପାଇଁ ରକ୍ତ ଅତି ଜରୁରୀ ବୋଲି ଡାକ୍ତର କହିବା ପରେ ଅଜୟଙ୍କର ଚିନ୍ତା ବଢି ଯାଇଥିଲା । କୋରାପୁଟ ହସ୍ପିଟାଲର ବ୍ଲଡବ୍ୟାଙ୍କରେ କବିତାଙ୍କ ବ୍ଲଡ ଗ୍ରୁପ ଏ-ପୋଜିଟିଭ ଉପଲଦ୍ଧ ନଥିବାରୁ ଅଜୟ ଚାରି ଆଡେ ରକ୍ତ ପାଇଁ ଖୋଜି ବୁଲିଥିଲେ । ଏ-ପୋଜିଟିଭ ରକ୍ତ ନିମନ୍ତେ ଅଜୟ ବିଭିନ୍ନ ସ୍ଥାନ ଓ ବ୍ୟକ୍ତିଙ୍କ ସହ ଯୋଗା ଯୋଗ କରି ନିରାଶ ହୋଇ ଫେରୁଥିବା ସମୟରେ ଆଜି ସକାଳେ କୋରାପୁଟ ବସଷ୍ଟାଣ୍ଡରେ ଅଚାନକ ଜିଲା ମୁଖ୍ୟ ଚିକିସିାଳୟ ଜୟପୁରରେ କାର୍ଯ୍ୟରତ ଡାକ୍ତର ସ୍ୱସ୍ତିକ ତୀର୍ଥ ପ୍ରୟାଗଙ୍କ ସହ ଦେଖା ହୋଇଥିଲା । ଅଜୟ ନିଜ ସମସ୍ୟା ସମ୍ପର୍କରେ ଜଣାଇବା ପରେ ଡାକ୍ତର ସ୍ୱସ୍ତିକ ନିଜେ ମେଡିକାଲ କଲେଜକୁ ଆସି ରକ୍ତଦାନ କରିଥିଲେ ।ଏବେ କବିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଅଜୟ ସୂଚନା ଦେଇଥିଲେ ।ଡାକ୍ତର ସ୍ୱସ୍ତିକ ରକ୍ତଦେଇଥିବାରୁ ମୋ ସ୍ତ୍ରୀ ସୁସ୍ଥ ହେବାରେ ଲାଗିଛି ତେଣୁ ତାଙ୍କୁ ମୋ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ଅଜୟ ପ୍ରକାଶ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ

ସୋସିଆଲ ମିଡ଼ିଆରୁ ମିଳିଲା ନିଖୋଜ ଶ୍ରମିକର ସନ୍ଧାନ

Read More...

ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା

ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page