ପ୍ରଥମ ସେମି ଫାଇନାଲ ଆଜି, ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

July 09, 2019, ଦେଶ, , Anupambharat News Bureau


 ପ୍ରଥମ ସେମି ଫାଇନାଲ ଆଜି,  ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା
Anupambharat News Bureau
July 09, 2019

ମଞ୍ଚଷ୍ଟର, ୭ା୭ : ଚଳିତ ବିଶ୍ୱକପ୍‌ କ୍ରିକେଟ୍‌ର ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଭାରତ ପ୍ରତିପକ୍ଷ ନୁ୍ୟଜିଲାଣ୍ଡକୁ ଭେଟିବ ।
ଆସନ୍ତା ରବିବାରରେ ଲଡ୍ସରେ ଖେଳା ଯିବାକୁ ଥିବା ଫାଇନାଲରେ ନିଜ ସ୍ଥାନ ପMା କରିବା ଲକ୍ଷ୍ୟରେ ଆସନ୍ତାକାଲି ପଡ଼ିଆକୁ ଓହ୍ଳାଇବ ଭାରତ । ଅନ୍ୟପକ୍ଷେ ମ୍ୟାଚର ଗତିପଥକୁ ଅପ୍ରତ୍ୟାଶୀତ ଭାବେ ଓଲଟପାଲଟ କରିବାରେ ସିଦ୍ଧହସ୍ତ ନୁ୍ୟଜିଲାଣ୍ଡ ଏଭଳି କିଛି ଦୋହରାଇବା ଆଶାରେ ରହିଛି । ଫଳରେ ବ୍ୟାଟସମ୍ୟାନଙ୍କୁ ସୁହାଉଥିବା ଓଲï ଟ୍ରାଫଡ଼ରେ ଆସନ୍ତାକାଲିର ମ୍ୟାଚ ହାଇସ୍କୋରିଂ ଏବଂ ରୋମାଞ୍ଚଭରା ରହିବ ବୋଲି କୁହାଯାଇଛି । ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଭାରତ ପ୍ରଭାବପୂର୍ଣ୍ଣ ପ୍ରଦର୍ଶନ କରିଛି । ଅନ୍ୟପକ୍ଷେ ନୁ୍ୟଜିଲାଣ୍ଡ ସଫଳତା ଓ ବିଫଳତାର ସ୍ୱାଦ ଚାଖିଛି । ମଞ୍ଚଷ୍ଟରର ଓଲï ଟ୍ରାଫଡ଼ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଷ୍ଟାଡିୟମରେ ଭାରତର ପ୍ରଂଶସକ ଭରପୁର ରହିବେ । ଫଳରେ ଦଳକୁ ଦର୍ଶକଙ୍କ ଅଧିକ ସମର୍ଥନ ମିଳିବା ଯଥେଷ୍ଟ ସମ୍ଭାବନା ରହିଛି । ଚଳିତ ବିଶ୍ୱକପ୍‌ରେ ନୁ୍ୟଜିଲାଣ୍ଡ ନିଜ ଅଭିଯାନ ବିଜୟରୁ ଆରମ୍ଭ କରି ପାଞ୍ଚଟିରେ ବିଜୟୀ ହୋଇଥିଲା । ତେବେ ଶେଷ ତିନୋଟି ମ୍ୟାଚରେ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଠାରୁ ପରାଜୟ ବରଣ କରିଥିଲା । ଯଦ୍ୱାରା ଦଳ ନ’ଟି ମ୍ୟାଚରୁ ୧୧ ପଏଣ୍ଟ ସହ ଟେବୁଲରେ ଚତୁର୍ଥ ସ୍ଥାନ ସହ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ହାସଲ କରିଥିଲା । ଅନ୍ୟପକ୍ଷେ ଭାରତ ତାର ଅଭିଯାନରେ ଘରୋଇ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହିଁ ପରାଜିତ ହୋଇଥିବା ବେଳେ ଅନ୍ୟ ସମସ୍ତ ମ୍ୟାଚରେ ବିଜୟ ପୂର୍ବକ ନ’ଟି ମ୍ୟାଚରୁ ମୋଟ ୧୫ ପଏଣ୍ଟ ହାସଲ କରି ଟେବୁଲ୍‌ରେ ଶୀର୍ଷରେ ରହିଛି । ପୂର୍ବରୁ ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ୧୦୬ଟି ମ୍ୟାଚ ଖେଳା ଯାଇଛି । ସେଥିମଧ୍ୟରୁ ଭାରତ ୫୫ଟିରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚ ଫଳାଫଳ ଶୂନ ରହିଛି । ଅନ୍ୟ ୪୫ଟିରେ ନୁ୍ୟଜିଲାଣ୍ଡ ବିଜୟୀ ହୋଇଛି । ତେବେ ବିଶ୍ୱକପ୍‌ରେ ଭାରତଠାରୁ ନୁ୍ୟଜିଲାଣ୍ଡର ପ୍ରଦର୍ଶନ ଭଳ ରହିଛି । ନୁ୍ୟଜିଲାଣ୍ଡ ଚାରିଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଭାରତ ସପକ୍ଷରେ ତିନୋଟି ଯାଇଛି । ପ୍ରକାଶ ଥାଉକି ଇଂଲଣ୍ଡରେ ଅନୁଷ୍ଠିତ ପୂର୍ବ ତିନୋଟି ସଂସ୍କରଣରେ ଭାରତକୁ ନୁ୍ୟଜିଲାଣ୍ଡ ପରାଜିତ କରିଛି । ଏଯାବତ୍‌ ଭାରତ ଛ’ ଥର ସେମିଫାଇନାଲକୁ ପ୍ରବେଶ କରିଛି ସେଥିମଧ୍ୟରୁ ତିନି ଥର ପରାଜିତ ହୋଇଥିବା ବେଳେ ଅନ୍ୟ ତିନି ଥର ବିଜୟୀ ହୋଇଛିା ଅନ୍ୟପକ୍ଷେ ନୁ୍ୟଜିଲାଣ୍ଡ ସାତ ଥର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଛ’ରେ ପରାଜିତ ହୋଇଥିଲା । ବ୍ୟାଟସମ୍ୟାନଙ୍କୁ ସୁହାଉଥିବା ଏହି ପିଚ୍‌ରେ ଆସନ୍ତାକାଲି ଏକ ହାଇ ସ୍କୋରିଂ ମ୍ୟାଚ ହେବା ସମ୍ଭାବନା ରହିଛି । ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ରହିଥିବା ବେଳେ ନୁ୍ୟଜିଲାଣ୍ଡର ବୋଲିଂ ବିଭାଗ ଶାଣିତ ରହିଛି । ଭାରତର ଇନଫର୍ମ ରୋହିତ ଶର୍ମା ପାଞ୍ଚଟି ଶତକ ସହ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟସମ୍ୟାନ ରହିଛନ୍ତି । ସେହିଭଳି କେଏଲ୍‌ ରାହୁଲ ଏବଂ ଅଧିନାୟକ ବିରାଟ କହୋଲି ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଅନ୍ୟପକ୍ଷେ ନୁ୍ୟଜିଲାଣ୍ଡର ତିନି ଦ୍ରୁତ ବଲ୍‌ର ଫର୍ଗୁସନ, ବୋଲଫ ଏବଂ ହେନରୀ ମିଶି ଟୁର୍ଣ୍ଣାମେଣ୍ଟରେ ୪୨ ୱିକେଟ ହାସଲ କରିଛନ୍ତି । ଅନ୍ୟପକ୍ଷେ ନୁ୍ୟଜିଲାଣ୍ଡ ବ୍ୟାଟସମ୍ୟାନ ସେତଟା ସଫଳତା ହାସଲ କରିନାହାନ୍ତି । ଅଧିନାୟକ ୱିଲିୟମସନ୍‌ ହିଁ ଫର୍ମରେ ରହିବା ସହ ଟୁର୍ଣ୍ଣାମେଣ୍ଟରେ ୪୮୧ ରନ୍‌ ସଂଗ୍ରହ କରିଛନ୍ତି । ଭାରତର ମଧ୍ୟମକ୍ରମ ବ୍ୟାଟିଂ ବିଫଳତା ଶିବିରରେ ଚିନ୍ତାର କାରଣ ରହିଛି । ତେବେ ପ୍ରାରମ୍ଭିକ କ୍ରମ ଜବରଦସ୍ତ ଫର୍ମରେ ରହିଛି । ଫଳରେ ଆସନ୍ତାକାଲିର ପ୍ରଥମ ସେମିଫାଇନାଲ ସଂଘର୍ଷ ପୂର୍ଣ୍ଣ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ

ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ

Read More...

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page