ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

July 12, 2019, ଦେଶ, , Anupambharat News Bureau


ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌
Anupambharat News Bureau
July 12, 2019

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶେଷରେ ଝାରଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦେଓଗଡ଼ ଟ୍ରେଜେରୀ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଏହି ଜାମିନ ମିଳିଛି । ଜେଲଦଣ୍ଡ ପାଇବା ଦିନଠାରୁ ଲାଲୁ ରାଞ୍ଚିର ରାଜେନ୍ଦ୍ର ଇନ୍‌ଷଫିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ରିମ୍ସ)ରେ ଚିକିତ୍ସାଧୀନ ରହିଛନ୍ତି । ଅସୁସ୍ଥତା ଓ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଆଳରେ ଲାଲୁ ଜାମିନ ଆବେଦନ କରିଥିଲେ । ବିଚାରପତି ଜଷ୍ଟିସ୍‌ ଅପରେଶ କୁମାର ସିଂହ ୫୦ ହଜାର ଟଙ୍କାର ୨ଟି ବ୍ୟକ୍ତିଗତ ମୁଚଲିକା ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲଦଣ୍ଡ ମିଳିଥିଲା । ତେବେ ଜାମିନ୍‌ ସେ‰ ଲାଲୁ ଜେଲରୁ ମୁକୁଳି ପାରିବେ ନାହିଁ । କାରଣ ଦୁମକା ଓ ଚାଇଁବାସା ଟ୍ରେଜେରୀରୁ ଲାଲୁ ବେଆଇନ୍‌ ଭାବେ ଟଙ୍କା ଉଠାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

Read More...

ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page