ଡକାୟତି ଅଭିଯୋଗରେ ୪ ଗିରଫ, ସୁନା ଅଳଙ୍କାର ଜବତ

July 14, 2019, ଓଡ଼ିଶା, , Anupambharat News Bureau


ଡକାୟତି ଅଭିଯୋଗରେ ୪ ଗିରଫ, ସୁନା ଅଳଙ୍କାର ଜବତ
Anupambharat News Bureau
July 14, 2019

ବ୍ରହ୍ମପୁର, ୧୪ା୭ (ଅନୁପମ ମିଡ଼ିଆ) : ସଦରଥାନା ଅନ୍ତର୍ଗତ ବିଜୟ ବିହାର ନିବାସୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏମ୍‌. କାନକା ରାଓଙ୍କ ବାସଭବନରେ ପଶି ଆକ୍ରମଣ ସହ ଡକାୟତି କରିବା ଘଟଣାରେ ପୋଲିସ୍‌କୁ ବଡ଼ ସଫଳତା ମିଳିଛି ।
ଏହି ଡକାୟତି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଲୁଟ୍‌ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫ ମାନଙ୍କ ମଧ୍ୟରେ ବାସୁଦେବ ନଗର ନିବାସୀ ବୀଣା ବାହାଦୂରଙ୍କ ପୁତ୍ର ବାବୁଲ ବାହାଦୂର, ଆର୍‌ଡ଼ିସି କଲୋନୀ ନିବାସୀ ଶିବରାମ ପାଢ଼ୀଙ୍କ ପୁତ୍ର ବିପିନ ନାୟକ ଓ ଗୋସାଇଁ ନୁଆଗାଁ ତୋଟା ସାହି ନିବାସୀ ରାଜେନ୍ଦ୍ର ପାଢ଼ୀଙ୍କ ପୁତ୍ର ସୁରଜ ପାଢ଼ି ରହିଥିବା ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।
ସେମାନଙ୍କଠାରୁ ୨ଟି ସୁନା ଚେନ୍‌, ଗୋଟିଏ ସୁନା ମଙ୍ଗଳସୂତ୍ର, ୨ଟି ସୁନା ଚୂଡ଼ି, ୨ଟି ସୁନା କାନଫୁଲ ଏବଂ ଗୋଟିଏ କାଂସ୍ୟ ଚୂଡ଼ି ଜବତ କରାଯାଇଛି । ଏହି ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଛୁରୀ, ଗୋଟିଏ ସ୍କୃଡ୍ରାଇଭର ଓ ଗୋଟିଏ ଲୁହାଛଡ଼ ଜବତ କରାଯାଇଥିବା ଏସ୍‌ଡ଼ିପିଓ ମହାପାତ୍ର କହିଛନ୍ତି । ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

Read More...

ଧର୍ମରକ୍ଷାସେନା ସଭାପତିଙ୍କୁ ଗୁଳିମାଡ

ଧର୍ମରକ୍ଷାସେନା ସଭାପତିଙ୍କୁ ଗୁଳିମାଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page