ବର୍ଷା ଅଭାବରୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଖସୁଛି

July 22, 2019, ଓଡ଼ିଶା, , Anupambharat News Bureau


ବର୍ଷା ଅଭାବରୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଖସୁଛି
Anupambharat News Bureau
July 22, 2019

ସମ୍ବଲପୁର,୨୨ା୭ (ଅନୁପମ ମିଡିଆ): ଆଷାଢ ମାସ ପରେ ଶ୍ରାବଣ ଅତିକ୍ରାନ୍ତ ହୋଇ ଜୁଲାଇ ମାସ ସରିବାକୁ ବସିଲାଣି ହେଲେ ହୀରାକୁ˜ ଡେମ୍‌ର ଜଳସ୍ତର ବୃଦ୍ଧି ପାଇବା ବଦଳରେ ଖସିବାରେ ଲାଗିଛି । ସାଧାରଣତଃ ଜୁନ ମାସରେ ବର୍ଷା ହୋଇ ଡ଼େମର ଜଳଧାରଣ କ୍ଷମତା ବଢିଥାଏ । ଜୁଲାଇ ମାସରେ ଏଠାରୁ ଫାଟକ ଖୋଲାଯାଇ ପାଣି ଖଲାସ କରାଯାଏ । ଏଥର ତାହାର ଓଲଟା । ଡ଼େମର ଜଳସ୍ତର ୩୨ ଫୁଟ ତଳେ ରହିଛି । ଚଳିତ ଜୁଲାଇ ମାସର ପ୍ରଥମ ସପ୍ତାହରେ ଏ ବର୍ଷର ପ୍ରଥମ ବର୍ଷା ହୋଇଥିଲା । ତାପରେ ଆଉ ବର୍ଷାର ଦେଖାନାହିଁ । ଡ଼େମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଅଟେ । ଗତ ପ୍ରଥମ ସପ୍ତାହ ସଦ୍ଧା ଏହାର ଜଳସ୍ତର ୬୦୦ଫୁଟରୁ ତଳେ ରହିଥିଲା । ବର୍ଷା ଯୋଗୁ ଏହା ୬୦୪ ଫୁଟରେ ପହଂଚି ଥିଲା । ତା’ବାଦ ବର୍ଷା ବନ୍ଦ ହେବାରୁ ଆଜି ଏହା ୫୯୮.୭୯ ଫୁଟକୁ ଖସିଆସିଛି । ଜଳ ଭଣ୍ଡାର ମଧ୍ୟକୁ ଆଜି ସନ୍ଧ୍ୟା ୬ଟାରେ ମାତ୍ର ୩୧୬୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓାର ଚେନାଲ ଦେଇ ୮୧୨୭ କ୍ୟୁସେକ ପାଣି ଛଡ଼ାଯାଉଛି । ଜୁଲାଇ ମାସରେ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହରୀ ୩୫୦ ମିିଲି ମିଟର ବୃଷ୍ଟିପାତ ହେବା କଥା । ହେଲେ ଗତକାଲି ସୁଦ୍ଧା ୧୭୫ ମିଲି ମିଟର ବର୍ଷା ରେକର୍ଡ଼ କରାଯାଇଛି । ମହାନଦୀ ସହିତ ଓଡ଼ିଶା ଓ ଛତିଶଗଡ଼ରେ ଥିବା ଏହାର ଉପନଦୀ ଗୁଡ଼ିକ ଉପରେ ମଧ୍ୟ ଆଶାନୁରୂପ ବର୍ଷା ହୋଇନଥିବାରୁ ଡ଼େମର ସ୍ଥିତି ବିଗିଡ଼ି ଯାଇଛି । ସୂଚନା ଯୋଗ୍ୟ ଯେ, ଜଳସେଚନ ଓ ବିଦ୍ୟୁତ ଉପିାଦନ ପାଇଁ ଡ଼େମରେ ୫୯୦ ଫୁଟ ଓ ଶିଳ୍ପକୁ ଜଳଯୋଗାଣ ସକାଶେ ୫୯୫ ଫୁଟ ଜଳ ଜଳଭଣ୍ଡାରରେ ରହିବା କଥା । ଗତ ବର୍ଷ ଜୁଲାଇ ୨୪ ତାରିଖରେ ଡେମର ଜଳସ୍ତର ବୃଦ୍ଧି ପାଇ ୬୧୮ ଫୁଟ ଥିଲା । ଫଳରେ ଡେମର ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ତା ପୂର୍ବ ବର୍ଷ ଜୁଲାଇ ୨୩ ତାରିଖରେ ଏଠାରୁ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା । ସେଦିନ ଡ଼େମର ଜଳସ୍ତର ରହିଥିଲା ୬୦୭.୬ ଫୁଟ । କମ୍‌ ବର୍ଷା ଯୋଗୁଁ ଡ଼େମର ଜଳ ଧାରଣ କ୍ଷମତା ପ୍ରଭାବିତ ହୋଇଛି । ଆଗକୁ ଭଲ ବର୍ଷା ହେବା ସହିତ ଜଳଭଣ୍ଡାରର ସ୍ଥିତିରେ ଉନ୍ନତି ଆସିବ ବୋଲି ଡ଼େମ କର୍ତ୍ତୃପକ୍ଷ ପୂର୍ବାନୁମାନ ଲଗାଇଛନ୍ତି । ପରସ୍ଥିତି ଏପରି ହୋଇଛି ଯେ, ହୀରାକୁଦ କେନାଲ ଉପରେ ନିର୍ଭର କରୁଥିବା ଚାଷୀ ମାନେ ଖରିଫ ଫସଲ ସକାଶେ ରିସ୍କ ନନେଇ ତଳି ପକାଇବା କିମ୍ବା ପଲ୍‌ହା ରୋପଣ କରିବାକୁ ଉଚିତ ମଣୁନାହାଁନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠଯନ୍ତ୍ରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠଯନ୍ତ୍ରୀ

Read More...

ଇଂଲଣ୍ଡ ନୂଆ  ବିଶ୍ୱ ବିଜେତା

ଇଂଲଣ୍ଡ ନୂଆ ବିଶ୍ୱ ବିଜେତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page