ତିନି ମାସ ହେଲା ଜଣେ ବି ଶିଶୁକନ୍ୟା ଜନ୍ମ ହୋଇ ନାହାଁନ୍ତି

July 22, 2019, ଓଡ଼ିଶା, , Anupambharat News Bureau


ତିନି ମାସ ହେଲା ଜଣେ ବି ଶିଶୁକନ୍ୟା ଜନ୍ମ ହୋଇ ନାହାଁନ୍ତି
Anupambharat News Bureau
July 22, 2019

ଉତ୍ତରକାଶୀ: କେନ୍ଦ୍ର ସରକାର ଲିଙ୍ଗଗତ ସମାନୁପାତ ରଖିବା ପାଇଁ ଆରମ୍ଭ କରିଛନ୍ତି ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ । ଅନ୍ୟପଟେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୩ ମାସ ହେବ କୌଣସି ଝିଅ ଜନ୍ମଲାଭ କରୁନଥିବା ଖବର ସାମ୍ନାକୁ ଆସିଛି । ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ହେଲେ ଏହି ସମସ୍ତ ଶିଶୁ ହେଉଛନ୍ତି ପୁଅ । ଉତ୍ତରକାଶୀର ଜିଲ୍ଲାପାଳ ଆଶିଷ ଚୌହ୍ୱାନ ପ୍ରତିକ୍ରିୟାରେ କହିଛନ୍ତି, ଏହାର ଅନୁସନ୍ଧାନ ପାଇଁ ଏକ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ଯେଉଁ ଅଞ୍ଚଳରେ ୩ ମାସ ହେବ ଝିଅ ଜନ୍ମ ଲାଭ କରି ନାହାନ୍ତି ସେହି ସବୁ ସ୍ଥାନକୁ ଚିହ୍ନଟ କରିଛି । ଏକ ସର୍ଭେ କରିବା ପରେ ଝିଅ ଜନ୍ମ ନହେବା ପଛର କାରଣ କଣ, ତା’ର ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି । ଏଥିସହ ଜିଲ୍ଲାପାଳ ସ୍ଥାନୀୟ ଆଶାକର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ କରି ପ୍ରସ୍ତìତ ହୋଇଥିବା ତେବେ ଜିଲ୍ଲାରେ ଝିଅ ଜନ୍ମ ଶୂନ ହେବା ପରେ ସାମାଜିକ କର୍ମୀ କଳ୍ପନା ଠାକୁର ଭùଣ ହତ୍ୟା କରାଯାଉଥିବା ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରିୟଙ୍କାଙ୍କୁ ଲୋକେ କହିଲେ, ଏମିତି କେମିତି ହେବ ଦିଦି?

ପ୍ରିୟଙ୍କାଙ୍କୁ ଲୋକେ କହିଲେ, ଏମିତି କେମିତି ହେବ ଦିଦି?

Read More...

କାହିଁକି ଅବିବାହିତ ରହିଲେ ରତନ ଟାଟା

କାହିଁକି ଅବିବାହିତ ରହିଲେ ରତନ ଟାଟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page