ସାରଥୀଙ୍କୁ ମିଳିଲା ଜାମିନ

July 22, 2019, ଓଡ଼ିଶା, , Anupambharat News Bureau


ସାରଥୀଙ୍କୁ ମିଳିଲା ଜାମିନ
Anupambharat News Bureau
July 22, 2019

କଟକ, ୨୨ା୭(ଅନୁପମମିଡ଼ିଆ): ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ସୋମବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ୨ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବାକୁ ବିଚାରପତି ସଙ୍ଗମ କୁମାର ସାହୁ ନିର୍ଦ୍ଦେଶ ଦେବା ସହ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବା, ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ସର୍ତ୍ତାରୋପ କରିଛନ୍ତିି । ଏଥିସହ ନିମ୍ନ ଅଦାଲତ ଜାମିନ ପାଇଁ ଅତିରିକ୍ତ ସର୍ତ୍ତାରୋପ କରିପାରିବେ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି । ଆଜିର ଜାମିନ ପରେ ସାରଥୀ ଜେଲରୁ ବାହାରିବା ସ୍ପଷ୍ଟ ହୋଇଯାଇଛି । ତାଙ୍କ ବିରୋଧରେ ରୁଜୁ ହୋଇଥିବା ୩ଟି ମାମଲା ମଧ୍ୟରୁ ପୂର୍ବରୁ ତାଙ୍କୁ ଓଡ଼ିଶା ହାଇକୋର୍ଟରୁ ୨ଟି ମାମଲାରେ ଜାମିନ ମିଳିସାରିଥିଲା । ସୂଚନାଯୋଗ୍ୟ ଯେ, ୨୦୧୫ ଅଗଷ୍ଟ ୮ ତାରିଖରେ ସାରଥିଙ୍କ କେନ୍ଦ୍ରାପଡାସ୍ଥିତ ବାରିମୂଳ ଆଶ୍ରମରେ ଜଣେ ମହିଳା ଓ ତାଙ୍କ କନ୍ୟାକୁ ଯୈðାନ ଶୋଷଣ ଓ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ବିରୋଧରେ ଠକେଇ, ଜାଲିଆତି, ଅପରାଧିକ କାର୍ଯ୍ୟକଳାପ ଓ ଆଟ୍ରୋସିଟି ଆକଫରେ ମାମଲା ରୁଜୁ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୨’

ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୨’

Read More...

ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page