ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ

October 02, 2019, ଓଡ଼ିଶା, , Anupambharat News Bureau


ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ
Anupambharat News Bureau
October 02, 2019

ବ୍ରହ୍ମପୁର,୨ ।୧୦(ଅନୁପମ ମିଡ଼ିଆ) : ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଶୁଭାରମ୍ଭ କରଯାଇଛି ।
ଗତ ଅଗଷ୍ଟ ମାସରେ ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କି୍ରୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ସହରତଳି ଅଞ୍ଚଳରେ ସିଟି ବସ୍‌ ଚଳାଚଳ ନେଇ ଦାବି ପତ୍ର ପ୍ରଦାନ କରାଯିବ ପରେ ଏ ନେଇ ଉପଜିଲ୍ଲାପାଳ ଏହାର ଯଥାର୍ଥତାକୁ ଉପଲବ୍ଧି କରି ଅତିଶୀଘ୍ର କାର୍ଯ୍ୟକାରୀ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବି ଏ ନେଇ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କମିଟିର ଦାବି ଓ ଅଞ୍ଚଳବାସୀଙ୍କ ଆବେଦନକୁ ସମ୍ମାନ ଜଣାଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଠାରୁ ଜଗଦଳପୁର ପର୍ଯ୍ୟନ୍ତ ସିଟିବସ୍‌ ସେବାର ଶୁଭାରମ୍ଭ କରାଯାଇଛି । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ବ୍ୟବସାୟୀକ, ଆର୍ଥିକ ମାନଦଣ୍ଡରେ ପରିବର୍ତ୍ତନ ସହ ସହରତଳି ଲୋକଙ୍କ ଗମନାଗମନରେ ସୁବିଧା ହୋଇଥିବାରୁ ମିଳିତ କି୍ରୟାନୁଷ୍ଠାନ କମିଟି ସଭାପତି ସଞ୍ଜିବ କୁମାର ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ବନ୍ଦ ହେବ ଡ୍ୟାନ୍ସବାର

ପୁଣି ବନ୍ଦ ହେବ ଡ୍ୟାନ୍ସବାର

Read More...

ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page