ମୋଦି-ହସିନା ଭେଟ, ୩ଟି ପ୍ରକଳ୍ପର ହେଲା ଶୁଭାରମ୍ଭ

October 05, 2019, ଦେଶ, , Anupambharat News Bureau


ମୋଦି-ହସିନା ଭେଟ, ୩ଟି ପ୍ରକଳ୍ପର ହେଲା ଶୁଭାରମ୍ଭ
Anupambharat News Bureau
October 05, 2019

ନୂଆଦିଲ୍ଲୀ: ଗୁରୁବାରଠୁ ୪ ଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଭେଟଘାଟ ହୋଇଛି । ଏହି ଭେଟଘାଟ ବେଳେ ଦୁଇ ଦେଶର ମୁଖିଆଙ୍କ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏହଂ ଯୋଗାଯୋଗ ବାବଦରେ ଆଲୋଚନା ହୋଇଥିବା ବେଳେ ୭ଟି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି । ଏଥିସହ ୩ଟି ଦ୍ୱିପାକ୍ଷିକ ଯୋଜନାର ମିଳିତ ଶୁଭାରମ୍ଭ କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଏହି ତିନି ଯୋଜନା ହେଲା ଏଲପିଜି ଆମଦାନୀ, ଧନ୍ଦାମୂଳକ ତାଲିମ ଏବଂ ସାମାଜିକ ସୁବିଧା । ପୂର୍ବରୁ ୧ ବର୍ଷ ମଧ୍ୟରେ ଭିଡିଓ ଲିଙ୍କ ଜରିଆରେ ୯ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶେଖ ହସିନା ତିସ୍ତା ଜଳ ଆବଣ୍ଟନ ଏବଂ ରୋହିଙ୍ଗ୍ୟା ମୁସଲମାନ ପ୍ରସଙ୍ଗରେ ଭାରତ ସହ ଏହି ଗସ୍ତବେଳେ ଆଲୋଚନା କରିବେ । ହେଲେ ଏହି ଆଲୋଚନାବେଳେ ଏନଆରସି ବାବଦରେ ଆଲୋଚନା ହେବ ନାହିଁ ବୋଲି ସୂଚନା ରହିଛି । ଭାରତ ସରକାରଙ୍କ ଏନଆରସି ପ୍ରସଙ୍ଗକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ଗତକାଲି କହିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଗତ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ମୋଦି ଏବଂ ହାସିନାଙ୍କ ମଧ୍ୟରେ ଭେଟଘାଟ୍‌ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନ ଇମ୍ରାନ ସରକାରର ହେବ ପତନ

ପାକିସ୍ତାନ ଇମ୍ରାନ ସରକାରର ହେବ ପତନ

Read More...

ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା

ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page