୧୫ଘଣ୍ଟା ପରେ ଧାରଣାରୁ ଉଠିଲେ ସୁକାନ୍ତ

October 05, 2019, ଓଡ଼ିଶା, , Anupambharat News Bureau


୧୫ଘଣ୍ଟା ପରେ ଧାରଣାରୁ ଉଠିଲେ ସୁକାନ୍ତ
Anupambharat News Bureau
October 05, 2019

ଭୁବନେଶ୍ୱର, ୫ ।୧୦(ଅନୁପମମିଡ଼ିଆ): ଜିଲ୍ଲାପାଳ ମାମଲାର ତଦନ୍ତ ପ୍ରତିଶ୍ରୁତି ଦେବା ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଧାରଣାରୁ ଉଠିଛନ୍ତି । ଏହା ପରେ ନୀଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ ଘଟଣା ସାମାନ୍ୟ ଥଣ୍ଡା ପଡ଼ିଛି । ବିଧାୟକ ସୁକାନ୍ତ ନାୟକ ଦୀର୍ଘ ୧୫ଘଣ୍ଟା ପରେ ଧାରଣାରୁ ଉଠିଛନ୍ତି । ଉଲ୍ଲେଖନୀୟ ଯେ, ନୀଳଗିରି ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଦୀର୍ଘ ୧୫ଘଣ୍ଟା କାଳ ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଶୁକ୍ରବାର ରାତିରେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କୁ ବୁଝାସୁଝା କରି ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଛନ୍ତି । ଗତକାଲି ନୀଳଗିରି ଥାନାରେ ଉଭୟ ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗରେ ମାମଲା ରୁଜ୍ଜୁ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନୀଳଗିରି କଚେରୀ
ପରିସରରେ ମୋହରିରମାନେ ଦୀର୍ଘ ଦିନ ହେଲା ଚାଳିଆ କରି ବସୁଥିଲେ । ହେଲେ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା ନକରି ଉକ୍ତ ଚାଳିଆକୁ ଉଚ୍ଛେଦ କରାଯାଇ ଥିବାରୁ ଏହାକୁ ତୀବ୍ର ବିରୋଧ କରିଥିଲେ ନାୟକ । ଶୁକ୍ରବାର ସକାଳେ ନୀଳଗିରି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆର୍‌ଆଇ କୋର୍ଟ ପରିସରରେ ପହଞ୍ଚିବା ପରେ ଜେସିବି ସାହାଯ୍ୟରେ ଚାଳିଆ ଭଙ୍ଗା କାମ ଆରମ୍ଭ ହୋଇଥିଲା । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ବିଧାୟକ ସୁକାନ୍ତ ନାୟକ ପହଞ୍ଚିବା ପରେ ମୋହରିରମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି ଚାଳିଆ ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏନ୍‌କାଉଣ୍ଟରରେ  ଦୁଇ ଅପରାଧୀ ଆହତ

ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଆହତ

Read More...

 ଘାଟିରେ ଗ୍ରେନେଡ଼୍‌ ଆକ୍ରମଣ ୧୪ ଆହତ

ଘାଟିରେ ଗ୍ରେନେଡ଼୍‌ ଆକ୍ରମଣ ୧୪ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page