ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା

October 10, 2019, ଦେଶ, , Anupambharat News Bureau


ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା  n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା
Anupambharat News Bureau
October 10, 2019

ଥାନେ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଏକାଠି ଲିବାକୁ ମେଣ୍ଟ କରିଥିବା ଶିବସେନା ଓ ବିଜେପିକୁ ଆଜି ବଡ଼ ଝଟକା ଲାଗିଛି । ମେଣ୍ଟ ବୁଝାମଣା ଅନୁଯାୟୀ, କଲ୍ୟାଣ ପୂର୍ବ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦେଇଥିବାରୁ ଏହାକୁ ଶିବସେନାର କର୍ମୀମାନେ ବିରୋଧ କରିଛନ୍ତି ।
ଆଜି ଏଥିପାଇଁ କଲ୍ୟାଣ ପୂର୍ବର ୨୫ ଜଣ ଶିବସେନା କର୍ପୋରେଟର ଓ ୩୦୦ କର୍ମୀ ଏକାଠି ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ଇସ୍ତଫା ଦେଇଥିବା କର୍ପୋରେଟରଙ୍କ ମଧ୍ୟରୁ ୧୬ ଜଣ କେଡିଏମସିର ହୋଇଥିବା ବେଳେ ଅନ୍ୟ ୧୦ ଜଣ ଉଲ୍ଲାସ ନଗର ମୁ୍ୟନସିପାଲଟି କର୍ପୋରେସନର କର୍ପୋରେଟର ବୋଲି ଜଣାପଡ଼ିଛି ।
ଇସ୍ତଫା ଦେଇଥିବା ଶିବସେନାର ନେତାମାନେ କହିଛନ୍ତି, ଏହି ଆସନରେ ଶିବସେନାର ଧନଞ୍ଜୟ ଭୋଦାରେ ପ୍ରାର୍ଥୀ ହେବାର ଥିଲା । ଏକଥା ସମସ୍ତେ ଭଲ ଭାବେ ଜାଣିଥିଲେ । କି;ୁ ଏବେ ବିଜେପି ଏଠାରେ ପ୍ରାର୍ଥୀ ଦେବ । ଏହା ବରିଷ୍ଠ ଶିବସେନା ଧନଞ୍ଜୟଙ୍କ ପାଇଁ ଏକ ଅପମାନ ।
ତାଙ୍କ ସମ୍ମାନ ପାଇଁ ଆମେ ଆଜି ନିଜର ଇସ୍ତଫା ପତ୍ର ଶିବସେନା ମୁଖ୍ୟଙ୍କ ପାଖକୁ ପଠାଇ ଦେଇଛୁ । ଆମେ ଏଠାରେ କେବେ ହେଲେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିପାରିବୁ ନାହିଁ । ଏଥିପାଇଁ ଆମେ ଉଦ୍ଧବଜୀ, ମନ୍ତ୍ରୀ ଏକନାଥ ସିନ୍ଧେ ଓ ସ୍ଥାନୀୟ ସାଂସଦ ଶ୍ରୀକାନ୍ତ ସିନ୍ଧେଜୀଙ୍କୁ ଇସ୍ତଫାପତ୍ର ପଠାଇ ଦେଇଛୁ ।
ଅନ୍ୟପକ୍ଷରେ ଧନଞ୍ଜୟ ସ୍ୱାଧୀନ ଭାବେ ଏଠାରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି, ଗଲା ୧୦ ବର୍ଷ ହେଲା ଏଠାରେ ବିକାଶ ହୋଇନାହିଁ । ମୁଁ ଚଳିତ ଥର ଏଠାରେ ଶିବସେନାର ପ୍ରାର୍ଥୀ ହେବି ବୋଲି ଜାଣିଥିଲି । କି;ୁ ଏବେ ସେମାନେ ମୋତେ ଟିକେଟ ଦେଇନାହାନ୍ତି । ଏଠାରେ ବିଜେପି ପ୍ରାର୍ଥୀଙ୍କୁ କେହି ବି ସମର୍ଥନ କରିବେ ନାହିଁ । ମୁଁ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୃତୀୟ ସପ୍ତାହରେ  ଓଡ଼ିଶା ଛାଡ଼ିବ ‘ମୌସୁମୀ’

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Read More...

ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page