ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ

October 11, 2019, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ
Anupambharat News Bureau
October 11, 2019

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ବ୍ରହ୍ମପୁର ମହାନଗର ଭୀମାରାଓ ପେଟା, ଆଙ୍କୋଲି ଓ ଲକ୍ଷ୍ମୀନୃସିଂହ ସାହିରେ ଗତକାଲି ରାତିରେ ପୋଲିସ ଚଢ଼ଉ କରି ୨୩ ଜଣଙ୍କୁ ଗିରଫ କରି ୮,୧୯,୪୪୦ଟଙ୍କା ସହ ୨୦ଟି ମୋବାଇଲ୍‌, ୫ଟି ବାଇକ୍‌ ଓ ତାସ ଜବତ କରିଥିବା ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି ।
ଗତକାଲି ରାତିରେ ବ୍ରହ୍ମପୁର ଟାଉନ୍‌ଥାନା ଅନ୍ତର୍ଗତ ଭୀମାରାଓ ପେଟା ସାହିରେ ଚାଲିଥିବା ଏକ ବଡ଼ଧରଣର ଜୁଆଆzା ଉପରେ ଟାଉନ୍‌ଥାନା ଆଇଆଇସି ସୁରେଶ ତି୍ରପାଠୀ ଓ ତାଙ୍କ ଷ୍ଟାଫ୍‌ ଚଢ଼ଉ କରି ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୭,୬୮,୭୧୦ଟଙ୍କା, ୧୬ଟି ମୋବାଇଲ୍‌ ଓ ୫ଟି ବାଇକ୍‌ ଜବତ କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବ୍ୟାଙ୍କ ମ୍ୟାନେଜର, ଦୁଇ ଜଣ ପୂର୍ବତନ କର୍ପୋରେଟର୍‌ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି । ସେହିପରି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ପୋଲିସ ଚଢ଼ଉ କରି ୪ଜଣ ଅଭିଯୁକ୍ତକୁ ଗିରଫ କରି ୨୫୦୦ଟଙ୍କା ଓ ତାସ ଜବତ କରିଥିବାବେଳେ ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ବୈଦ୍ୟନାଥପୁର ଥାନା ପୋଲିସ ଆଙ୍କୋଲିରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ପୋଲିସ ନଗଦ ୪୮,୨୩୦ ଟଙ୍କା ଓ ୪ଟି ମୋବାଇଲ୍‌ ଜବତ କରିଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ  ଶବ ଉଦ୍ଧାର

କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

Read More...

ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ

ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page