ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ

October 12, 2019, ଓଡ଼ିଶା, , Anupambharat News Bureau


ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ
Anupambharat News Bureau
October 12, 2019

ତାଳଚେର,୧୨ା୧୦ (ଅନୁପମ ମିଡିଆ): ପର୍ଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ସରାଙ୍ଗ ଗ୍ରାମରେ ଗତ କାଲି ରାତିରେ ଅନୁ୍ୟନ ୩୦ ରୁ ୪୦ ଟି ହାତି ଦୁଇ ଦଳ କରି କଦମନାଳ ଜଙ୍ଗଲ ଓ ପାଣ ଜଙ୍ଗଲରେ ରହିଛନ୍ତି । କାଲି ବିଳମ୍ବିତ ରାତିରେ ସରାଙ୍ଗ ଗ୍ରାମର ଧାନ ଚାଷ ହୋଇଥିବା କ୍ଷେତରେ ପସି ବହୁ ଧାନ ଗଛ ନଷ୍ଟ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛନ୍ତି । ଏଥିନେଇ ସରାଙ୍ଗ ଗ୍ରାମରେ ଆତଙ୍କର ବାତାବରଣ ଖେଳି ଯାଇଛି । ହୃଦୟ ଚନ୍ଦ୍ର ପ୍ରଧାନ, ପ୍ରମୋଦ ପ୍ରଧାନ, ବିଜୟ କୁମାର ପ୍ରଧାନ, ବିପିନ୍‌ ପ୍ରଧାନ, ସହଦେବ ପ୍ରଧାନ, ପ୍ରମୋଦ ବରାଳ, ମାଗି ବରାଳ, ତପନ ସିଂହ, ଦଣ୍ଡଧର ପ୍ରଧାନ, ନବଘନ ବରାଳ, ପ୍ରତାପ ବରାଳ, କଲ୍ୟାଣ ପ୍ରଧାନ, ଯୁଧିଷ୍ଠିର ପୃଷ୍ଟି, ଶେଷଦେବ ଭୂତିଆ, ଧୁବେଇ ସାହୁ, ଟଙ୍କ ସାହୁ, ବସନ୍ତ ବରାଳ, ବିଶ୍ୱନାଥ ବରାଳ, ମନୋରନ ସାମନ୍ତରାୟ, ପରେଶ ରାୟ, ସୟ ସାମନ୍ତରାୟ, କପିଳ ଭୂତିଆ, ମଙ୍ଗୁଳୁ ବାଇ, ଶରତ ମହାରଣା ଓ ବରଜୁ ସାହୁଙ୍କର ଚାଷ ଜମିରେ ହାତୀ ପଲ ପସି ଧାନ କ୍ଷେତକୁ ସମ୍ପୁର୍ଣ୍ଣ ଭାବେ ନଷ୍ଟ କରିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଦୁଇ ଦଳ ହାତୀ ପଲ କୁଲେଇ ବସୁଲେଇ ପଟୁ ଆସି ସେମାନେ ଦିନବେଳା ଜଙ୍ଗଲ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଧାନ କ୍ଷେତରେ ପଶି ଉପଦ୍ରବ କରୁଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଫରେଷ୍ଟ ଅଧିକାରୀମାନେ ପହଂଚି ହାତୀକୁ ଘୋଉଡାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ

ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ

Read More...

ନଦୀରେ ଭାସିଯାଇ ଯୁବକ ନିଖୋଜ

ନଦୀରେ ଭାସିଯାଇ ଯୁବକ ନିଖୋଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page