ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

May 14, 2019, ଓଡ଼ିଶା, , Anupambharat News Bureau


 ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା
Anupambharat News Bureau
May 14, 2019

ଭୁବନେଶ୍ୱର, ୧୩ା୫ (ଅନୁପମ ମିଡିଆ) : ରବିବାର ମଧ୍ୟରାତ୍ର ସୁଦ୍ଧା ଭୁବନେଶ୍ୱର ସହରରେ ୧୦୦ ପ୍ରତିଶତ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ କେତେକ ଅଞ୍ଚଳ ଏଥିରୁ ବଞ୍ଚିତ ହୋଇଛନ୍ତି । ଏବେ ବି ସେମାନେ ଅନ୍ଧାରରେ କାଳାତିପାତ କରୁଥିବାର ଦେଖାଯାଇଛି ।
ଅନ୍ୟପକ୍ଷରେ ପୁରୀ ସହରକୁ ୧୫ ତାରିଖ ସୁଦ୍ଧା ବିଦୁ୍ୟତ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଏବେ ବଡ଼ ଦାଣ୍ଡରେ ଡିଜି ସେଟ୍‌ ଲଗାଇ ଷ୍ଟ୍ରିଟ୍‌ ଲାଇଟ ଦିଆଯାଇଛି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଂଜୟ ସିଂ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ବାତ୍ୟାଜନିତ ମୃତୁ୍ୟ ସଂଖ୍ୟା ୬୪ରେ ପହଞ୍ଚିଛି ବୋଲି ସିଂ ସ୍ୱୀକାର କରିଛନ୍ତି । ସେଥିମଧ୍ୟରୁ ପୁରୀରେ ସର୍ବାଧିକ ୩୯, କେନ୍ଦ୍ରାପଡ଼ା ୩, ମୟୁରଭଞ୍ଜ-୪, ଯାଜପୁର-୩, କଟକ-୬, ଖୋର୍ଦ୍ଧାରେ ୯ ଜଣଙ୍କର ମୃତୁ୍ୟ ଘଟିଛି । ତେବେ ବନ୍ୟଜନ୍ତୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଥିଲେ ହେଁ ଜଙ୍ଗଲ ବିଭାଗର ମନ୍ତ୍ରୀ ବିଜୟ ରାଉତରାୟ ଦୁଇଟି ହରିଣ ମରିଥିବା ସହ ବହୁଳ ପରିମାଣରେ ଗଛ ନଷ୍ଟ ହୋଇଛି ବୋଲି କହିଛନ୍ତି ।ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଂ କହିଥିଲେ ଯେ, ଭୁବନେଶ୍ୱରରେ ଶତ ପ୍ରତିଶତ ଗ୍ରାହକ ମାନଙ୍କୁ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟଧାର୍ଯ୍ୟ ରହିଥିଲା ବେଳେ କଳିଙ୍ଗ ନଗରର କେତେକ ଅଞ୍ଚଳ, ଏସ.ବି.ଆଇ କଲୋନୀ, ଉତରା, ବାରଙ୍ଗ, ଗୋଠପାଟଣା, ଚନ୍ଦକା ଶିଳ୍ପାଞ୍ଚଳରେ ବିଦୁ୍ୟତ ସଂଯୋଗ ଦିଆଯାଇପାରିନାହିଁ । ଆଉ ଦିନେ ଦୁଇଦିନ ମଧ୍ୟରେ ଏହି ସବୁ ଅଞ୍ଚଳକୁ ବିଦୁ୍ୟତ ଯୋଗାଇ ଦିଆଯିବ ।
ପୁରୀର ବିଦୁ୍ୟତ ଯୋଗାଣ ସମ୍ପର୍କରେ ସେ କହିଲେ ଯେ, ପୁରୀକୁ ୨୨୦ କେଭି ଲାଇନ ଏବଂ ଦୁଇଟି ୧୩୨ କେଭି ଲାଇନ ମାଧ୍ୟମରେ ବିଦୁ୍ୟତ ଯୋଗାଇ ଦିଆଯାଇଥାଏ । ମାତ୍ର ବାତ୍ୟା ଦ୍ୱାରା ଏହା ଖରାପ ହୋଇଯାଇଛି । ଏହାର ପୁନରୁଦ୍ଧାର ପାଇଁ ସମୟ ଲାଗିବ । କେତେଦିନ ସମୟ ଲାଗିବ ବୋଲି ପ୍ରଶ୍ନ ହେବାରୁ ସିଂ ତାର ନିର୍ଦ୍ଦିଷ୍ଟ ଉତ୍ତର ଦେଇ ପାରିନଥିଲେ । ୧୫ ତାରିଖ ସୁଦ୍ଧା ୧୩୨ କେଭି ଲାଇନ, ୧୧ କେଭି ଲାଇନକୁ ମରାମତି କରି ବିଦୁ୍ୟତ ଯୋଗାଇ ଦେବା ପାଇଁ ଉଦ୍ୟମ କରାଯିବ । କଟକ, ଭୁବନେଶ୍ୱର ୨୨୦ କେଭି ଏବଂ ୧୩୨ କେଭି ଲାଇନ ରହିଥିଲେ ହେଁ ସେଗୁଡ଼ିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇନଥିବାରୁ ଏହି ଦୁଇ ସହରକୁ ଶୀଘ୍ର ବିଦୁ୍ୟତ ଯୋଗାଇ ଦିଆଯାଇପାରିଛି ।
ଏହି ବାତ୍ୟାରେ ୧୪ଟି ଜିଲ୍ଲାରେ ଥିବା ବିଦ୍ୟାଳୟ ଗଣଶିକ୍ଷା ବିଭାଗର ୬୪୯୮ ସ୍କୁଲର ବ୍ୟାପକ କ୍ଷତି ଘଟିଛି । ଏଥି ମଧ୍ୟରୁ ପୁରୀ ଜିଲ୍ଲାରେ ସର୍ବାଧିକ ୨୦୩୪ ସ୍କୁଲ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି ।
ରିଲିଫ୍‌ ସମ୍ପର୍କରେ କହିଥିଲେ ଯେ, ଜଗତସିଂପୁରରେ ଆଜି ସୁଦ୍ଧା ୮୫ ପ୍ରତିଶତ ଲୋକଙ୍କୁ ରିଲିଫ ସହାୟତା (ନଗଦ ରାଶି) ଯୋଗାଇ ଦିଆଯାଇଥିଲା ବେଳେ କେନ୍ଦ୍ରାପଡ଼ାରେ ୯୪.୫୭, କଟକରେ ୮୫ ପ୍ରତିଶତ, ବିଏମସିରେ ୮୩.୬୨ ପ୍ରତିଶତ, ଖୋର୍ଦ୍ଧାରେ ୮୬.୫୮ ପ୍ରତିଶତ, ସେହପରି ଚାଉଳ ସହାୟତା ପୁରୀ ଜିଲ୍ଲାରେ ୭୬.୨୦ ପ୍ରତିଶତ ଲୋକଙ୍କୁ ଦିଆଯାଇଥିଲା ବେଳେ ଜଗତସିଂହପୁରରେ ୯୭ ପ୍ରତିଶତ, କେନ୍ଦ୍ରାପଡ଼ାରେ ୭୯.୧୫ ପ୍ରତିଶତ, କଟକରେ ୯୧ ପ୍ରତିଶତ, ଭୁବନେଶ୍ୱରରେ ୨୯.୩୩ ପ୍ରତିଶତ ଯୋଗାଇ ଦିଆଯାଇଛି । ସେହିପରି ପଲିଥିନ୍‌ ପୁରୀ ଜିଲ୍ଲାକୁ ୭୧.୪୦ ପ୍ରତିଶତ ଲୋକଙ୍କୁ, ବିଏମସିର
୮୩.୬୨ ପ୍ରତିଶତ, ଖୋର୍ଦ୍ଧାରେ ୨୧.୦୧ ପ୍ରତିଶତ ଲୋକଙ୍କୁ ଯୋଗାଇ ଦିଆଯାଇଛି । ଏହା ଛଡ଼ା ଜଗତସିଂହପୁର ଜିଲ୍ଲାରେ ଅତିରିକ୍ତ ପେନସନ ୯୭ ପ୍ରତିଶତ ଲୋକଙ୍କୁ ଦିଆଯାଇଥିଲା ବେଳେ କେନ୍ଦ୍ରାପଡ଼ାରେ ୯୭ ପ୍ରତିଶତ, କଟରେ ୯୦ ପ୍ରତିଶତ, ବିଏମସିରେ ୧୨ ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ସମସ୍ତ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର୧୭ ଲକ୍ଷ ୯୨ ହଜାର ୧୨୫ ଜଣଙ୍କୁ ରିଲିଫ ଚାଉଳ ଯୋଗାଇ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

Read More...

ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌

ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page