ମାମଲାପୁରମ ବେଳାଭୂମି ସଫା କଲେ ମୋଦି

October 12, 2019, ଦେଶ, , Anupambharat News Bureau


ମାମଲାପୁରମ ବେଳାଭୂମି  ସଫା କଲେ ମୋଦି
Anupambharat News Bureau
October 12, 2019

ଚେନ୍ନାଇ ୧୨ ।୧୦: ସ୍ୱଚ୍ଛ ଭାରତ ପାଇଁ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶ ପାଇଁ ପୁଣି ଥରେ ଏକ ଉଦାହରଣ ପ୍ରତିଷ୍ଠା କରିଛନ୍ତି ଯେ ପରିବେଶକୁ ସଫା ରଖିବା ନେଇ ପ୍ରତ୍ୟେକ ବ୍ୟକ୍ତିବିଶେଷ ସେମାନଙ୍କର ଶ୍ରେଷ୍ଠ ପ୍ରୟାସ କରିବା ଆବଶ୍ୟକ । ମାମଲାପୁରମ୍‌ର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଶନିବାର ୩୦ ମିନିଟ୍‌ରୁ ଉର୍ଦ୍ଧ୍ୱ ସମୟ ଧରି ଅଳିଆ ଓ ପ୍ଲାଷ୍ଟିକ ସଫା କରିଥିଲେ । ପରେ ସେ ଟ୍ୱିଟ୍‌ କରି କହିଥିଲେ, ଆଜି ସକାଳେ ମାମଲାପୁରମର ସମୁଦ୍ର ବେଳାଭୂମିକୁ ସଫା କରିଥିଲି । ଏହା ପ୍ରାୟ ୩୦ ମିନିଟ୍‌ ଲାଗିଥିଲା । ଏହି ଅଳିଆକୁ ଜେୟାରାଜ ନାମକ ଜଣେ ହୋଟେଲ କର୍ମଚାରୀଙ୍କୁ ପ୍ରଦାନ କରିଛି । ଆସନ୍ତୁ ଆମ ସର୍ବଜନୀନ ସ୍ଥାନକୁ ସଫା-ସୁତୁରା ରଖିବା । ନିଶ୍ଚିତ କରିବା ଯେ ଆମେ ଯେପରି ଫିଟ୍‌ ଓ ସୁସ୍ଥ ରହିବା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜିଲ୍ଳାପାଳଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ ଲୋକେ ଯେଭଳି ଦଲାଲ ହାବୁଡ଼ରେ ନପଡ଼ନ୍ତି

ଜିଲ୍ଳାପାଳଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ ଲୋକେ ଯେଭଳି ଦଲାଲ ହାବୁଡ଼ରେ ନପଡ଼ନ୍ତି

Read More...

ମାନବ ଚାଲାଣ କରୁଥିବା ୪୧ ଦଲାଲ ଗିରଫ

ମାନବ ଚାଲାଣ କରୁଥିବା ୪୧ ଦଲାଲ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page