ବିଜେପିର ଛ’ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

October 14, 2019, ଓଡ଼ିଶା, , Anupambharat News Bureau


 ବିଜେପିର ଛ’ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ
Anupambharat News Bureau
October 14, 2019

ସମ୍ବଲପୁର/ସୁନ୍ଦରଗଡ଼, ୧୪ା୧୦ (ଅନୁପମ ମିଡିଆ): ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ନିଲମ୍ବନ ଆଦେଶକୁ ବିଜେପି ବିରୋଧ କରିଛି । ଆଜି ସକାଳୁ ସୁନ୍ଦରଗଡ଼ ସହରରେ ଦଳ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏଥିଯୋଗୁଁ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ି ଓ ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ବନ୍ଦ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍କୁଲ-କଲେଜ ଆଦି ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟସେବାକୁ ବନ୍ଦରୁ ବାଦ ଦିðଆଯାଇଛି । ଗତକାଲି ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଏବଂ ରାଜ୍ୟ ସରକାରଙ୍କ ଏକ ଟିମ ସୁନ୍ଦରଗଡ଼ ସଦର ଡାକ୍ତରଖାନାକୁ ପରିଦର୍ଶନରେ ଆସିଥିଲେ । ସାଙ୍ଗରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଜାତୀୟ ସ୍ୱାସ୍ଥ୍ୟମିଶନର ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ ମଧ୍ୟ ରହିଥିଲେ । ଏହି ସମୟରେ ଡାକ୍ତରଖାନାରେ ଅବ୍ୟବସ୍ଥା ଏବଂ ରୋଗୀଙ୍କୁ ବାହାରେ ଥିବା ଘରୋଇ ପାଥୋଲ୍ୟାବରୁ ରକ୍ତ ପରୀକ୍ଷା ପାଇଁ କୁହାଯାଇଥିିବା ଅଭିଯୋଗ ମିଳିଥିଲା । ଏହାବାଦ ରାଜ୍ୟ ସରକାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ଏଥିସହିତ ସୁନ୍ଦରଗଡ଼ ଜିଲ୍ଳାପାଳଙ୍କୁ ମଧ୍ୟ କୈଫୟତ ମଗାଯାଇଥିିବା ପ୍ରକାଶ । ହେଲେ ଡାକ୍ତର ପଟେଲ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିðଆଯାଉଥିବା ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି । ରାଜ୍ୟ ସରକାର ଆରମ୍ଭ କରିଥିିବା ’ମୋ ସରକାର’ କାର୍ଯ୍ୟକ୍ରମରେ ଲୋକଙ୍କ ପାଇଁ ଥିିବା ସୁବିଧା ସୁଯୋଗ ପହଞ୍ଚୁଛି ନା ନାହିଁ, ତାହା ତଦାରଖ କରିବା ପାଇଁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ ଦଳ ବିଶେଷ କରି ରାଜ୍ୟର ଡାକ୍ତରଖାନାମାନଙ୍କୁ ପରିଦର୍ଶନ ଜାରି ରଖିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଧା ହେଲେ ସେରଗଡ ଟୋଲଗେଟ୍‌ର କର୍ମଚାରୀ

ବନ୍ଧା ହେଲେ ସେରଗଡ ଟୋଲଗେଟ୍‌ର କର୍ମଚାରୀ

Read More...

ଓଟିଇଟି ଅନିୟମିତତା ପ୍ରତିବାଦ : ଏବିଭିପି ପକ୍ଷରୁ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ

ଓଟିଇଟି ଅନିୟମିତତା ପ୍ରତିବାଦ : ଏବିଭିପି ପକ୍ଷରୁ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page