ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

October 14, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ
Anupambharat News Bureau
October 14, 2019

ନୂଆଦିଲ୍ଲୀ : ଯଦି ଆପଣ ଘର କିଣିବା ପାଇଁ ଲୋନ ନେବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ କିଛି ସରକାରୀ ବ୍ୟାଙ୍କ୍‌ ଲୋନ ଦେବା ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ବ୍ୟାଙ୍କ୍‌ ଏବେ ଲୋନ ପାଇଁ ଦରମା ବଦଳରେ କ୍ରେଡିଟ୍‌ ସ୍କୋରର କାଗଜପତ୍ର ଦେଉଛି । ବ୍ୟାଙ୍କ୍‌ ନୂଆ ହୋମ ଲୋନ୍‌ ପାଇଁ କ୍ରେଡିଟ କାର୍ଡର ଉପଯୋଗ କରିବ । ଯଦି ଆପଣଙ୍କର କ୍ରେଡିଟ ସ୍କୋର ଭଲ ରହିଥିବ ତେବେ ଆପଣଙ୍କୁ ହୋମ ଲୋନ କମ୍‌ ସୁଧରେ ମିଳିବ କି;ୁ ଯଦି ଆପଣଙ୍କ କ୍ରେଡିଟ ସ୍କୋର ଖରାପ ଥିବ, କମ୍‌ ରହିଥିବ ତେବେ ଆପଣଙ୍କୁ ଅଧିକ ସୁଧର ହୋମ ଲୋନ୍‌ ମିଳିବ ।
ଏହି ତିନି ବ୍ୟାଙ୍କ୍‌ ଏହି ନିୟମର ଆରମ୍ଭ କରିଛନ୍ତି । ତିନିଟି ସରକାରୀ ବ୍ୟାଙ୍କ ଯଥା ବ୍ୟାଙ୍କ୍‌ ଅଫ୍‌ ବରୋଦା, ୟୁନିୟନ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏବଂ ସିଣ୍ଡିକେଟ୍‌ ବ୍ୟାଙ୍କ୍‌ ନିଜ ଗ୍ରାହକଙ୍କୁ କ୍ରେଡିଟ୍‌ ସ୍କୋର ଆଧାରରେ ଲୋନ ଦେବା ଆରମ୍ଭ କରିସାରିଲେଣି । ଏହି ତିନି ବ୍ୟାଙ୍କ କ୍ରେଡିଟ୍‌ ଇନଫରମେସନ ବ୍ୟୁରୋ ଅଫ୍‌ ଇଣ୍ଡିଆ ସହିତ ଥିବା କ୍ରେଡିଟ୍‌ ସ୍କୋର ସ୍ଲାବ ଆଧାରରେ ଲୋନ୍‌ ଦେବ ।
କ୍ରେଡିଟ୍‌ ସ୍କୋର ହ୍ରାସ ହେଲେ ବଢ଼ିଯିବ ପ୍ରିମିୟମ୍‌ । ଯଦି ଲୋନ ନେଉଥିବା ଗ୍ରାହକଙ୍କ କ୍ରେଡିଟ୍‌ ସ୍କୋର ୭୬୦ ରୁ ତଳକୁ ଚାଲିଯାଏ ତେବେ ସୁଧ ଅଧିକ ଦେବାକୁ ହେବ । ଯଦି କୌଣସି ଆଧାରକର୍ତ୍ତାଙ୍କ ସିଭିଲ ସ୍କୋର ୫୦ ଅଙ୍କରୁ ଅଧିକ ତଳକୁ ଖସୁଥାଏ ତେବେ ସିଣ୍ଡିକେଟ ବ୍ୟାଙ୍କ୍‌ ପ୍ରିମିୟମ୍‌ ବଢ଼ାଇବା ପାଇଁ ନିଷ୍ପିତ୍ତି ନେଇଛି ।
ସାଧାରଣ ଭାବରେ କହିବାକୁ ଗଲେ କ୍ରେଡିଟ୍‌ ସ୍କୋରକୁ ସିଭିଲ ସ୍କୋର ମଧ୍ୟ କୁହାଯାଏ । ଗ୍ରାହକଙ୍କ ସିଭିଲ ସ୍କୋର କ୍ରେଡିଟ୍‌ ସୂଚନା ରିପୋର୍ଟ ୩ ଅଙ୍କ ବିଶିଷ୍ଟ ସଂଖ୍ୟାତ୍ମକ ସାରାଂଶ ଅଟେ, ଯାହା ପୂର୍ବ କ୍ରେଡିଟ୍‌ ବ୍ୟବହାର ଏବଂ ପୁର୍ନପେମେଣ୍ଟ ଇତିହାସ ଉପରେ ଆଧାରିତ ହୋଇଥାଏ । ଏହାର ରେଞ୍ଜ ୩୦୦ ରୁ ୯୦୦ ପର୍ଯ୍ୟନ୍ତ ହୋଇଥାଏ । ଏହି ସ୍କୋର ଯେତିକି ଅଧିକ ହୋଇଥିବ ସେତେ ଭଲ ଋଣ ମିଳିବାର ସମ୍ଭାବନା ରହିଥାଏ । ଅଧିକାଂଶ ବ୍ୟାଙ୍କ ଋଣର ମଞ୍ଜୁରୀ ଦେବା ପୂର୍ବରୁ ଉପଭୋକ୍ତାଙ୍କର ସିଭିଲ ସ୍କୋର ଏବଂ ରିପୋର୍ଟକୁ ଯାଞ୍ଚ କର;ୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହସ୍‌ପିଟାଲ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫକୋସ୍‌   ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର

ହସ୍‌ପିଟାଲ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫକୋସ୍‌ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର

Read More...

ପୁଣି ବଜାରକୁ ଆସୁଛି ବଜାଜ ଚେତକ

ପୁଣି ବଜାରକୁ ଆସୁଛି ବଜାଜ ଚେତକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page