୭୩ କୋଟି ଟଙ୍କାର ପାଣି ଚୋରି

October 17, 2019, ଦେଶ, , Anupambharat News Bureau


୭୩ କୋଟି ଟଙ୍କାର ପାଣି ଚୋରି
Anupambharat News Bureau
October 17, 2019

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍‌ୱାଇ ଖରାଦିନେ ପାଣି ସମସ୍ୟା ଦେଇ ଗତିକରେ । ଏବେ ସେହି ରାଜ୍ୟରେ ଭୂତଳ ଜଳ ଚୋରି ଅଭିଯୋଗ ଆସିଛି । ତାହା ପୁଣି ୭୩ କୋଟି ଟଙ୍କାର । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତଛ ୧୧ ବର୍ଷ ତଳର ଏହି ଚୋରି ଘଟଣାରେ ମୁମ୍ବାଇର ଆଜାଦ ମୈଇଦାନ ପୁଲିସ ଏବେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଏହି ୬ ଜଣ ହେଲେ କାଲବାଦେବୀ ସ୍ଥିତ ବୋମନଜି ମାଷ୍ଟର ଲେନରେ ତିଆରି ହୋଇଥିବା ପାଣ୍ଡ୍ୟା ମାନସ୍‌ଙ୍କ ମାଲିକ ତ୍ରିପୁରା ପ୍ରସାଦ ନାନାଲାଲ ପାଣ୍ଡ୍ୟା ଏବଂ ଅନ୍ୟ ଦୁଇ ନିର୍ଦ୍ଦେଶକ ପ୍ରକାଶ ପାଣ୍ଡ୍ୟା, ମନୋଜ ପାଣ୍ଡ୍ୟା ଏବଂ ତିନି ଜଣ ପାଣି ଟ୍ୟାଙ୍କର ପରିଚାଳକ । ଏହି ୬ ଜଣ ବ୍ୟକ୍ତି ବେଆଇନ ଭାବରେ ଦୁଇଟି କୂଅ ଖୋଳି ପାଣି ବିକ୍ରି କରୁଥିଲେ ବୋଲି ଅଭିଯୋଗ ରହିଛି । ଏଫଆଇଆର ଅନୁଯାୟୀ ଏମାନେ କୂଅରୁ ପାଣି ପମ୍ପ ସାହାଯ୍ୟରେ ୬.୧ ଲକ୍ଷ ଟ୍ୟାଙ୍କର ପାଣି ବାହାର କରି ବିକ୍ରି କରିଛନ୍ତି । ଏକ ଟ୍ୟାଙ୍କର ପିଛା ୧୦ ହଜାର ଲିଟର ହିସାବ ରହିଛି । ଦୀର୍ଘ ୧୧ ବର୍ଷରେ ପ୍ରତି ଟ୍ୟାଙ୍କର ପାଣିକୁ ୧୨୦୦ ଟଙ୍କାରେ ବିକ୍ରି କରିଛନ୍ତି ବୋଲି ଜଣାପଡ଼ିଛି ।
ପୂର୍ବରୁ ଏନଜିଟି ମଧ୍ୟ ଏହି ଦୁଇଟି ବେଆଇନ କୂଅକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ୨୦୧୮ରେ ମାଡ୍ରାସ ହାଇକୋର୍ଟ ରାଜ୍ୟରେ ଦେଖାଦେଇଥିବା ପାଣି ସଙ୍କଟକୁ ନେଇ ଏକ ଶୁଣାଣି କରିଥିଲେ । ଯେଉଁଥିରେ କୁହାଯାଇଥିଲା ବେଆଇନ ଭାବରେ ଭୂତଳ ଜଳ ଚୋରି କଲେ ଆଇପିସିର ଧାରା ଅନୁଯାୟୀ ଦଣ୍ଡିତ କରାଯିବ । ପୂର୍ବରୁ ସପ୍ଲାଇ ପାଣି ଚୋରି ଅଭିଯୋଗ ରହିଥିଲା । ହେଲେ ଏବେ ପ୍ରଥମ ଥର ପାଇଁ ଭୂତଳ ଜଳ ପାଣି ଚୋରି ଅଭିଯୋଗ ଆସିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୈନନ୍ଦିନ ଭୋଜନ ତାଲିକାର ଯୋଜନା

ଦୈନନ୍ଦିନ ଭୋଜନ ତାଲିକାର ଯୋଜନା

Read More...

ଆଲିଆ ମୋ ଭାଉଜ ହେବେ: କରିନା

ଆଲିଆ ମୋ ଭାଉଜ ହେବେ: କରିନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page