ବିଦୁ୍ୟତ ସଂସ୍ପର୍ଶରେ ଆସି ଦୁଇ ମୃତ

October 18, 2019, ଓଡ଼ିଶା, , Anupambharat News Bureau


ବିଦୁ୍ୟତ ସଂସ୍ପର୍ଶରେ ଆସି ଦୁଇ ମୃତ
Anupambharat News Bureau
October 18, 2019

ସମ୍ବଲପୁର, ୧୮ା୧୦ (ଅନୁପମ ମିଡିଆ): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବାଉରୀଜୋର ଜଙ୍ଗଲରେ ବାରାହା ଶିକାର ପାଇଁ ପଡ଼ିଥିବା ବିଦୁ୍ୟତ ତାରର ଫାସରେ ଲାଗି ପିତାମହୂଲ ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁତ୍ରର ମୃତୁ୍ୟ ହୋଇଛି । ଏହାସହ ତାଙ୍କର ସାନପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଏବଂ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତରାତି ପ୍ରାୟ ୧୦ଟା ସମୟରେ ଏହି ତିନିଜଣ ଜଙ୍ଗଲକୁ ଯାଇଥିବା ବେଳେ ଘଟଣାଟି ଘଟିଥିଲା । ପ୍ରଥମେ ସହଦେବ ସାହୁ (୫୭) ଏବଂ ତାଙ୍କ ବଡ଼ପୁଅ ଦେବାନନ୍ଦ ସାହୁ (୩୮)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ବିଦୁ୍ୟତ ତାରର ସଂସ୍ପର୍ଶରେ ଆସି ସହଦେବଙ୍କ ସାନପୁଅ ଅରୂପାନନ୍ଦ ମଧ୍ୟ ଆହତ ହୋଇଥିଲେ । ସେ ଗାଁକୁ ଆସି ଏ ବାବଦରେ କହିବା ଉତ୍ତାରୁ ଗ୍ରାମବାସୀମାନେ ଜଙ୍ଗଲକୁ ଯାଇ ସହଦେବ ଏବଂ ଦେବାନନ୍ଦଙ୍କୁ ଠାବ କରିଥିଲେ । ଆହତ ଅରୂପାନନ୍ଦଙ୍କୁ ପ୍ରଥମେ ସୁବର୍ଣ୍ଣପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଟ୍‌ ଇଣ୍ଟର୍‌ନାସ୍‌ନାଲ ସ୍କୁଲ ଚେୟାରପର୍ସନଙ୍କୁ ଆନ୍ତର୍ଜାତିକ ସମ୍ମାନ

କିଟ୍‌ ଇଣ୍ଟର୍‌ନାସ୍‌ନାଲ ସ୍କୁଲ ଚେୟାରପର୍ସନଙ୍କୁ ଆନ୍ତର୍ଜାତିକ ସମ୍ମାନ

Read More...

ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର  ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି

ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page