ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ

October 18, 2019, ଦେଶ, , Anupambharat News Bureau


ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ
Anupambharat News Bureau
October 18, 2019

ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ମୁସଲିମ ପକ୍ଷ ନୂଆ ଟୁୱିଷ୍ଟ ଆଣିଛି । ପୂର୍ବରୁ ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା ପ୍ୟାନେଲ କଥାରେ ଆପୋଷ ବୁଝାମଣା ପାଇଁ ରାଜି ଥିବା କହିଥିଲା ।
ହେଲେ ଏବେ ମଧ୍ୟସ୍ଥତା ପ୍ୟାନେଲ ବୁଝାମଣା ତଥ୍ୟ ଲିକ୍‌ କରିଛି ବୋଲି ମୁସଲିମ ପକ୍ଷର ଓକିଲ ଅଭିଯୋଗ କରିଛନ୍ତି । ଏଥିସହ ଅଯୋଧ୍ୟାର ବିବାଦୀୟ ଅଞ୍ଚଳ ହିନ୍ଦୁ ପକ୍ଷଙ୍କୁ ଛାଡ଼ିବା ପାଇଁ ମୁସଲିମ ପକ୍ଷ ରାଜି ନାହାନ୍ତି ବୋଲି ମଧ୍ୟ କହିଛନ୍ତି ।
ମୁସଲିମ ପାର୍ଟିର ଓକିଲ ଏଜାଜ ମକବୁଲ ଏକ ବିବୃତି ଜାରି କରି କହିଛନ୍ତି ଯେ ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ୩ ଜଣିଆ ମଧ୍ୟସ୍ଥତା କମିଟି ବୁଝାମଣା ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ହେଲେ ମଧ୍ୟସ୍ଥତା ପ୍ୟାନେଲ ପକ୍ଷରୁ ଏହି ରିପୋର୍ଟକୁ ଲିକ୍‌ କରାଯାଇଛି । ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ କିଛି ସର୍ତ୍ତରେ ବିବାଦୀୟ ଅଞ୍ଚଳ ହିନ୍ଦୁ ପକ୍ଷଙ୍କୁ ଛାଡ଼ିବାକୁ ରାଜି ହୋଇଥିବା ଖବର ପ୍ରାୟ ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେଣୁ ମଧ୍ୟସ୍ଥତା ପ୍ୟାନେଲର କୌଣସି ସଦସ୍ୟ ଗଣମାଧ୍ୟମକୁ ଏହା ଲିକ୍‌ କରିଛନ୍ତି ।
ଏଥିରେ କୌଣସି ସତ୍ୟତା ନାହିଁ । ମଧ୍ୟସ୍ଥତା ପ୍ୟାନେଲ ଆପୋଷ ବୁଝାମଣା ପାଇଁ ପ୍ରସ୍ତାବ ଦେଇଥିଲା । ହେଲେ ଯେଉଁ ହିନ୍ଦୁ ପକ୍ଷ ବିବାଦୀୟ ଅଞ୍ଚଳକୁ ନେଇ ମାମଲା କରିଛନ୍ତି ସେମାନେ ଏହି ବୈଠକରେ ସାମିଲ ହୋଇ ନଥିଲେ ।
ତେଣୁ କେବଳ ସୁନ୍ନି ୱାକଫ ବୋର୍ଡକୁ ଛାଡ଼ିଦେଲେ ମଧ୍ୟସ୍ଥତା ପ୍ୟାନେଲ ପ୍ରସ୍ତାବକୁ ସମସ୍ତ ମୁସଲିମ ପକ୍ଷ ଅଗ୍ରାହ୍ୟ କରିଥିଲେ । ହିନ୍ଦୁ ପକ୍ଷ କୌଣସି ବୁଝାମଣା କରିବାକୁ ଚାହୁଁ ନଥିବା ଖୋଲାଖୋଲି ଭାବେ କହୁଛନ୍ତି । ଏଭଳି ସ୍ଥିତିରେ ମଧ୍ୟସ୍ଥତା ପ୍ୟାନେଲର ଆପୋଷ ବୁଝାମଣା ପ୍ରସ୍ତାବ କେମିତି କାର୍ଯ୍ୟକାରୀ ହେବ? ସମସ୍ତ ମୁସଲିମ ପକ୍ଷ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି । ବିବାଦୀୟ ଅଞ୍ଚଳକୁ ନେଇ ଚାଲିଥିବା ବିବାଦ କେବେ ହେଲେ ଆପୋଷ ବୁଝାମଣାରେ ସମାଧାନ ହୋଇ ପାରିବ ନାହିଁ । ଆମେ କେବେ ହେଲେ ବାବ୍ରୀ ମସଜିଦ୍‌ ଥିବା ଅଞ୍ଚଳକୁ ଛାଡ଼ିବୁ ନାହିଁ ।
ଏଜାଜ ମୁକବୁଲ ହେଉଛନ୍ତି ଏହି ଘଟଣାରେ ମାମଲା ରୁଜୁ କରିଥିବା ଏମ ସିଦ୍ଦିକୀଙ୍କ ଓକିଲ । ଦୀର୍ଘ ଦଶନ୍ଧି ହେଲା ଚାଲିଥିବା ଅଯୋଧ୍ୟ ଜମି ବିବାଦର ଶୁଣାଣି ଗତ ୧୬ ତାରିଖରେ ଶେଷ ହୋଇଛି । ନଭେମ୍ବର ୪ରୁ ୧୭ ମଧ୍ୟରେ ଏହାର ରାୟ ଆସିବ ।
ଏହାପୂର୍ବରୁ ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏଫଏମ କାଲିଫୁଲ୍ଲା, ଆଇନଜୀବୀ ଶ୍ରୀରାମ ପଞ୍ଚୁ ଓ ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଇ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ ହୋଇଥିଲା । ଏହି ପ୍ୟାନେଲ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା ।
ଫଳରେ ସୁପ୍ରିମକୋର୍ଟ ଅଗଷ୍ଟ ୬ରୁ ମାମଲାର ଦୈନିକ ଶୁଣାଣି ଆରମ୍ଭ କରିଥିଲେ । ଏହା ୧୬ ତାରିଖରେ ଶେଷ ହୋଇଛି । ମଧ୍ୟସ୍ଥତା ପ୍ୟାନେଲ ମଧ୍ୟ ତା’ର ଚୂଡ଼ାନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି । ଏହି ରିପୋର୍ଟରେ ମୁସଲିମ ପକ୍ଷ ବିବାଦୀୟ ଅଞ୍ଚଳକୁ ହିନ୍ଦୁ ପକ୍ଷଙ୍କୁ ଛାଡ଼ିବାକୁ ରାଜି ହୋଇଥିବା ଉଲ୍ଲେଖଥିବା ଖବର ପ୍ରକାଶ ପାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

Read More...

ହେଲମେଟ୍‌ ନ ପିନ୍ଧି ଟ୍ରାକଫର  ଚଳାଇବାରୁ କଟା ହେଲା ଚାଲାଣ

ହେଲମେଟ୍‌ ନ ପିନ୍ଧି ଟ୍ରାକଫର ଚଳାଇବାରୁ କଟା ହେଲା ଚାଲାଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page