ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

October 18, 2019, ଓଡ଼ିଶା, , Anupambharat News Bureau


 ଅକେଫାବରରେ ‘ବାତ୍ୟା’ ଭୟ ନାହିଁ
Anupambharat News Bureau
October 18, 2019

ଭୁବନେଶ୍ୱର,୧୮ ।୧୦(ଅନୁପମ ମିଡିଆ): ଶୁକ୍ରବାର ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଅକେଫାବରରେ ଓଡ଼ିଶା ପ୍ରତି ବତ୍ୟା ଓ ବନ୍ୟା ଭୟ ନଥିବା ଜଣାପଡ଼ିିଛି । ପାଣିପାଗ ବିବେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳଙ୍କ କହିବାଅନୁଯାୟୀ, ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଅକେଫାବର ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ବର୍ଷା ଆଶଙ୍କା ଟଳିଛି । ବଡ଼ ବର୍ଷା ନାହିଁ । କେତେକ ସ୍ଥାନରେ ସାମନ୍ୟରୁ ମଧ୍ୟମ ଧାରଣର ବର୍ଷା ହୋଇପାରେ । ଏବେ ଓଡ଼ିଶାକୁ ଉତ୍ତର ପଶ୍ଚିମ ପବନ ହେଉଛି । ଆରବ ସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ୨୧ରୁ ଓଡ଼ିଶାକୁ ଉତ୍ତର ପଶ୍ଚିମ ପବନ ବୋହିବ । ତେଣୁ ଜଣା ପଡୁଛି ଯେ ଅକେଫାବର ମାସରେ ଓଡ଼ିଶା ଉପକୂଳ ବଙ୍ଗେପ ସାରରେ ବଡ଼ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ । ଦକ୍ଷିଣ-ପଶ୍ଚିମ ମଙ୍ଗେପ ସାଗରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେଉଥବାରୁ ତାମିଳନାଡୁ ସମେତ ଦକ୍ଷିଣ ଭାରତରେ ବର୍ଷା ହେବ । ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କହୁଯାଇଛି ଯେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ
ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷା ହୋଇପାରେ । ବିଶେଷକରି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବଜ୍ରପାତର ଆଶଙ୍କା ଥିବାରୁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଏହାର ପରବର୍ତ୍ତୀ ୩ଦିନ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ ସହ ବର୍ଷହେବାରେ ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

Read More...

ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page