ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ

October 18, 2019, ଓଡ଼ିଶା, , Anupambharat News Bureau


ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ
Anupambharat News Bureau
October 18, 2019


ସମ୍ବଲପୁର, ୧୮ା୧୦,(ଅନୁପମମିଡ଼ିଆ): ବରଗଡ଼ ଜିଲ୍ଳା ବିଜେପୁର ବିଧାନସଭା ଆସନ ପାଇଁ ଆଗାମୀ ୨୧ ତାରିଖ ଦିନ ଭୋଟଗ୍ରହଣ କରାଯିବ । ଆସନ୍ତାକାଲି ଅପରାହ୍ନରେ ଭୋଟ ପ୍ରଚାର ସ୍ଥଗିତ ହେବାକୁ ଯାଉଥିବାରୁ ଏବେ ନିର୍ବାଚନ ମଣ୍ଡଳୀ ସାରା ଘମାଘୋଟ ପ୍ରଚାର ଚାଲିଛି । ବିଭିନ୍ନ ଦଳର ନେତାମାନେ କୌଣସି ନିଷ୍ପତ୍ତି ନେଇନଥିବା ଭୋଟରମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଆଜି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ, ବିଜେପି ଏବଂ କଂଗ୍ରେସର ହେବିେୱଟ ନେତାମାନେ ଶିବିର ପକାଇ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଥିଲେ । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଗତକାଲି ଭଳି ଆଜି ମଧ୍ୟ ରୋଡ଼ ସେ’ ଓ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିଭଳି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ ଆଜି ପ୍ରଚାର କରିଛନ୍ତି । ଦଳର ପ୍ରାର୍ଥୀ ସନତ ଗଡ଼ତିଆଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ଯାକ ବ୍ଲକ ବିଜେପୁର, ବରପାଲି ଓ ଗାଇସିଲଟରେ ନିର୍ବାଚନୀ ପରିବେଶ ସରଗରମ ହୋଇଛି । ବହୁସଂଖ୍ୟକ ନେତା ଓ କର୍ମୀଙ୍କ ସହିତ ଦଳର ଷ୍ଟାର ପ୍ରଚାରକମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଗାଁକୁ ଗାଁ ଓ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କା-ଅପରେଟିଭ ସୋସାଇଟ ସଭାପତିଙ୍କ  ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

କା-ଅପରେଟିଭ ସୋସାଇଟ ସଭାପତିଙ୍କ ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

Read More...

ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page