କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

October 19, 2019, ଦେଶ, , Anupambharat News Bureau


କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ
Anupambharat News Bureau
October 19, 2019

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି । ଏହି କଥିତ ଗୁରୁଙ୍କୁ ସମସ୍ତେ କଲକି ଭଗବାନ ବୋଲି ଜାଣିଛନ୍ତି । ତାଙ୍କର ମୂଳ ନାମ କି;ୁ ବିଜୟ କୁମାର ।
ନିଜକୁ ବିଷ୍ଣୁଙ୍କ ୧୦ମ ଅବତାର ବୋଲି ନିଜ ଅନୁଗାମୀ ମାନଙ୍କୁ କୁହନ୍ତି । ଏହି ତଥାକଥିତ ଆଧ୍ୟାତ୍ମିକ ବାବାଙ୍କ ଘରେ ଆଇଟି ରେଡ୍‌ କରି ୯୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛିଛ ସେହିପରି କଲକି ଭଗବାନଙ୍କ ଦ୍ୱିତୀୟ ଆଶ୍ରମରେ ଆଇଟି ରେଡ୍‌ କରି ୪୦୯ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଛି ।
ଏହି ଆଧ୍ୟାତ୍ମିକ ଗୁରୁ ନିଜ ସାମ୍ରାଜ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଏକ ବୀମା କମ୍ପାନୀର କିରାଣି ଭାବେ କାମ କରୁଥିଲେ । ଆୟକର ବିଭାଗର ରିପୋର୍ଟ ଅନୁଯାୟୀ, କଲକି ଏବଂ ତାଙ୍କ ପୁଅ କୃଷ୍ଣାଙ୍କ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ୪୦ଟି ଠିକଣାରେ ରେଡ୍‌ ହୋଇଥିଲା ।
ଏକା ସାଙ୍ଗରେ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ବରଦିୟାପାଲମରେ ଏହି ରେଡ୍‌ ହୋଇଥିଲା । କଲକି ତାଙ୍କ ଆଶ୍ରମର ପ୍ରତିଷ୍ଠା ୧୯୮୦ରେ କରିଥିଲେ । ଏହାପରେ ସେ ବ୍ୟବସାୟ ଦୁନିଆରେ ପ୍ରବେଶ କରିଥିଲେ । ଏଥିପାଇଁ ରିଅଲ ଇଷ୍ଟେଟ, କନଷ୍ଟ୍ରକସନ ଏବଂ କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ କରିଥିଲେ । ଦେଶ ବାହାରେ ମଧ୍ୟ ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଏଥିସହ ତାଙ୍କ ଆଧ୍ୟାତ୍ମିକ ବାଣୀ ପ୍ରତି ଲୋକ ଅଧିକ ଆକୃଷ୍ଟ ହେବା ପରେ ସେ ଏକ ଆଧ୍ୟାତ୍ମିକ ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ କରିଥିଲେ । ଯାହାକୁ ସେ ବିଦେଶରେ ପ୍ରଚାର କରି ଅନେକ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ । ସେଥିପାଇଁ ଆଇଟି ରେଡ୍‌ ବେଳେ ଅନେକ ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି । ଆୟକର ବିଭାଗ ୨୫ ଲକ୍ଷ ଆମେରିକା ଡଲାର (ପାଖାପାଖି ୧୮ କୋଟି), ୮୮ କିଲୋ ସୁନା ଏବଂ ଅଳଙ୍କାର ଜବତ କରିଛି । ଏହି ସବୁର ମୂଲ୍ୟ ୨୬ କୋଟି ଟଙ୍କା ପାଖାପାଖି । ସେହିପରି ୫ କୋଟି ଟଙ୍କାର ହୀରା ମଧ୍ୟ ମିଳିଥିଲା । ବିଦେଶରୁ ଯେଉଁ ଟଙ୍କା ଆସୁଥିଲା ସେହି ଟଙ୍କାକୁ ହେରଫେର କରି ରିଅଲ ଇଷ୍ଟେଟ, କନଷ୍ଟ୍ରକସନ ବ୍ୟବସାୟରେ କଲକି ପୁଞ୍ଜି ନିବେଶ କରୁଥିଲେ ।
ସେଥିପାଇଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ସେ ଅନେକ ଜମି କିଣିଥିଲେ । ଆଇଟି ରେଡରୁ ମୋଟ୍‌ ୫୦୦ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଆକଳନ କରାଯାଇଛି । ସୂଚନାଯୋଗ୍ୟ, କଲକି ବାବା ତଥା ବିଜୟ କୁମାର ଏଲଆଇସିର କିରାଣି ଭାବେ କାର୍ଯ୍ୟରତ ଥିଲେ ।
୧୯୮୦ ପାଖାପାଖି ସେ ଜୀବାଶ୍ରମ ନାମରେ ଏକ କୋଚିଂ ସେଣ୍ଟର ଖୋଲିଥିଲେ । ଏହାପରେ ଚିତ୍ତୁରରେ ସେ ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲିଥିଲେ । ୧୯୯୦ ବେଳକୁ ନିଜକୁ ଭଗବାନଙ୍କ ୧୦ମ ଅବତାର ବୋଲି ତାଙ୍କ ଅନୁଗାମୀ ମାନଙ୍କୁ କହୁଥିଲେ ।
ଏହାପରେ ସେ ଲୋକଙ୍କ ନଜରକୁ ଆସିଥିଲେ । ଅନେକ ସିନେ ତାରକା, ବଡ଼ ବଡ଼ ବ୍ୟବସାୟ ମଧ୍ୟ ତାଙ୍କର ଅନୁଗାମୀ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଏକ ଟ୍ରଷ୍ଟ କରି ତାଙ୍କ ସ୍ତ୍ରୀ ପଦ୍ମାବତୀ ଏବଂ ପୁଅ ଏନକେବି କୃଷ୍ଣାଙ୍କ ଦାୟିତ୍ୱ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

Read More...

କା-ଅପରେଟିଭ ସୋସାଇଟ ସଭାପତିଙ୍କ  ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

କା-ଅପରେଟିଭ ସୋସାଇଟ ସଭାପତିଙ୍କ ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page