ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

May 14, 2019, ଓଡ଼ିଶା, , Anupambharat News Bureau


ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ
Anupambharat News Bureau
May 14, 2019

କେନ୍ଦୁଝର, ୧୪ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଚିକିସିା ଅବହେଳାରୁ ମହିଳା ଜଣଙ୍କର ମୃତୁ୍ୟ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୂସାରେ, ସଦର ବ୍ଲକ ବଡପଶି ଗ୍ରାମର ରନ ନାୟକଙ୍କ ପତ୍ନୀ ସାବିତ୍ରୀ ନାୟକ(୨୭) ଙ୍କ ଗତ ଶୁକ୍ରବାର ଦିନ ଗର୍ଭବେଦନା ହେବାରୁ କେନ୍ଦୁଝର ମୁଖ୍ୟ ଚିକିସିାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଶନିବାର ଦିନ ଅପରେସନ କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁଅ ହୋଇଥିବାରୁ ପରିବାର ଲୋକେ ବେଶ୍‌ ଖୁସିଥିଲେ । ତେବେ ସୋମବାର ସକାଳେ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କ ହଠାତ୍‌ କାଶ ହେବାରୁ ଡାକ୍ତରଖାନା କର୍ମଚାରୀଙ୍କୁ ଏବାବଦରେ କହିଥିଲେ । ମାତ୍ର ଏହାକୁ ଡୁ୍ୟଟିରେ ଥିବା କର୍ମଚାରୀ ହାଲୁକା ଭାବରେ ନେଇଥିଲେ । ପରିବାର ଲୋକେ ଡୁ୍ୟଟିରେ ଥିବା କର୍ମଚାରୀଙ୍କୁ ବାରମ୍ବାର ଡାକିଲା ପରେ ଡାକ୍ତର ଔଷଧ ଲେଖିଥିଲେ । ଔଷଧ ଦେବା ପରେ ମଧ୍ୟ ଭଲ ନହେବାରୁ ପୁଣି ରାତିରେ ମହିଳାଙ୍କ ସଂପର୍କୀୟ ଡୁ୍ୟଟିରେ ଥିବା କର୍ମଚାରୀ ଓ ଡାକ୍ତରଙ୍କୁ ଜଣାଇଥିଲେ ହେଁ ତୁରନ୍ତ କେହି ଆସି ନଥିଲେ । ରାତିରେ ଅବସ୍ଥା ଅଧିକ ଗୁରୁତର ହେବାରୁ ପାଖାପାଖି ରାତି ୨ଟା ୩୦ମିନିଟ୍‌ ରେ ଜଣେ କର୍ମଚାରୀ ଆସି ଇକେଶନ ଦେଇ କହିଲେ ଠିକ୍‌ ହୋଇଯିବ । ସକାଳେ ଡାକ୍ତର ଆସିଲେ ଦେଖିବେ ବୋଲି କହି ସେ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତା’ ପରେ ପରେ ମହିଳାଙ୍କ କାଶ ଅଧିକ ଅଧିକ ବଢିଲା ଓ ଅବସ୍ଥା ଅଧିକ ଖରାପ ହୋଇଥିଲା । ଯାହାକୁ ଡାକିଲେ ମଧ୍ୟ କେହି ଶୁଣିନଥିଲେ । ମଙ୍ଗଳବାର ସକାଳେ ତାଙ୍କର ମୃତୁ୍ୟ ହୋଇଥିଲା ବୋଲି ମୃତ ସାବିତ୍ରୀଙ୍କ ସ୍ୱାମୀ ରନ ନାୟକ ଅଭିଯୋଗ କରିଛନ୍ତି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀତ୍ୱରେ ଅବହେଳା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ମହିଳାଙ୍କ ପରିବାର ଲୋକେ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହଙ୍ଗା ପଡିଲା ମଦ୍ୟପାନ,   ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

ମହଙ୍ଗା ପଡିଲା ମଦ୍ୟପାନ, ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

Read More...

ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page