ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

October 21, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌
Anupambharat News Bureau
October 21, 2019

ନୂଆଦିଲ୍ଲୀ : ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି । ଅନ୍ୟ ନେଟୱର୍କକୁ କଲ୍‌ କରିବା ପାଇଁ ଆଇୟୁସି ଟପ୍‌ ଅପ୍‌ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍‌ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ । ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍‌ ଜିଓକୁ ହଜାରେ ମିନିଟର କଲ୍‌ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ ଡାଟା ପାଇବେ । ତେବେ ପୂର୍ବ ରିଚାର୍ଜରେ ଜିଓରୁ ଅନ୍ୟ ନେଟୱର୍କକୁ କଲ୍‌ କରିବା ପାଇଁ ଯେଉଁଭଳି ଅସୀମିତ କଲ୍‌ ସୁବିଧା ଥିଲା ଏହି ତିନୋଟି ପ୍ଲାନରେ ସେଭଳି ସୁବିଧା ନାହିଁ ବୋଲି ଜିଓ ସ୍ପଷ୍ଟ କରିଛି ।
୨୨୨ ରିଚାର୍ଜ ପ୍ଲାନର ଅବଧି ୨୮ ଦିନ ରହିବ । ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍‌ ସୁବିଧା ରହିଥିବା ବେଳେ ନନ୍‌ ଜିଓକୁ ହଜାରେ ମିନିଟର କଲ୍‌ ସୁବିଧା ରହିଛି । ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ ।୩୩୩ ରିଚାର୍ଜ ପ୍ଲାନର ଅବଧି ଦୁଇ ମାସ ରହିବ । ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍‌ ସୁବିଧା ରହିଥିବା ବେଳେ ନନ୍‌ ଜିଓକୁ ହଜାରେ ମିନିଟର କଲ୍‌ ସୁବିଧା ରହିଛି । ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ ।୪୪୪ ରିଚାର୍ଜ ପ୍ଲାନର ଅବଧି ତିନି ମାସ ରହିଛି । ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍‌ ସୁବିଧା ରହିଥିବା ବେଳେ ନନ୍‌ ଜିଓକୁ ହଜାରେ ମିନିଟର କଲ୍‌ ସୁବିଧା ରହିଛି । ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ । ଜିଓର ଏବେ ଯେଉଁ ରିଚାର୍ଜ ପ୍ଲାନ ବଜାରରେ ରହିଛି ସେ ତୁଳନାରେ ଏହି ତିନି ନୂଆ ରିଚାର୍ଜ ପ୍ୟାକରେ ଡାଟା ଅଧିକ ରହିଛି । ଏହି ପ୍ଲାନ ଜରିଆରେ ଜଣେ ଗ୍ରାହକ ୮୦ ଟଙ୍କା ବଞ୍ଚାଇପାରିବେ । କାରଣ ଆୟୁସି ଚାର୍ଜ ଲାଗୁ ହେବା ପରେ କମ୍ପାନୀ ନନ ଜିଓକୁ କଲ କରିବା ପାଇଁ ଯେଉଁ ରିଚାର୍ଜ ପ୍ୟାକ ବଜାରକୁ ଛାଡ଼ିଥିଲା, ସେଥିରେ ୮୦ଟଙ୍କାର ଟପ୍‌ ଅପ ରିଚାର୍ଜ କଲେ ହଜାରେ ମିନିଟର କଲିଂ ସୁବିଧା ମିଳୁଥିଲା ।
ସୂଚନାଯୋଗ୍ୟ, ଅକେଫାବର ୯ରୁ ଜିଓ ଅନ୍ୟ ନେଟୱର୍କକୁ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ ବୋଲି ଘୋଷଣା କରିଛି । ଅନ୍ୟ କମ୍ପାନୀମାନେ ଗ୍ରାହକଙ୍କ ପାଖରୁ ଆଇୟୁସି ଚାର୍ଜ ନେବେ ନାହିଁ ବୋଲି ଘୋଷଣା କରିବା ପରେ ଜିଓ ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ିଥିବା ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

Read More...

ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି

ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page