୪ ଦିନ ବନ୍ଦ ରହିବ ବ୍ୟାଙ୍କ

October 21, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


୪ ଦିନ ବନ୍ଦ ରହିବ ବ୍ୟାଙ୍କ
Anupambharat News Bureau
October 21, 2019

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର ଏବଂ ହରିୟାଣାରେ ବ୍ୟାଙ୍କ ୩ ଦିନ କାମ କରିବ । ମଙ୍ଗଳବାର ବ୍ୟାଙ୍କ ଧର୍ମଘଟ ଯୋଗୁ ଦେଶର ଅନ୍ୟ ପ୍ରାନ୍ତରେ କେବଳ ଗୋଟିଏ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ଜଣାପଡିଛି । ମହାରାଷ୍ଟ୍ର ଏବଂ ହରିୟାଣାରେ ସୋମବାର ବିଧାନ ସଭା ନିର୍ବାଚନ ଲାଗି ରିଜର୍ଭ ବ୍ୟାଙ୍କ ଏହି ଦୁଇ ରାଜ୍ୟରେ ବ୍ୟାଙ୍କ ଛୁଟି ନେଇ ଘୋଷଣା କରିଛି । କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ସୋମବାର ବ୍ୟାଙ୍କ ଖୋଲା ରହିବ । ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ (ଏଆଇବିଇଏ) ଏବଂ ବ୍ୟାଙ୍କ ଏମ୍ଲଇଜ ଫେଡେରେଶନ ଅଫ ଇଣ୍ଡିଆ ( ବିଇଏଫ୍‌ଆଇ) ମଙ୍ଗଳବାର ଦିନିକିଆ ବ୍ୟାଙ୍କ ଧର୍ମଘଟରେ ସାମିଲ ହେବେ । ଏହି ଦିନ ବ୍ୟାଙ୍କ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି । ୨୩,୨୪ ଏବଂ ୨୫ରେ ସାରା ଦେଶରେ ବ୍ୟାଙ୍କ କାରବାର ସାମାନ୍ୟ ରହିବ । ୨୬ ତାରିଖ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୭ ଅକେଫାବର ରବିବାର ଏବଂ ଦିପାବଳୀ ରହିଥିବାରୁ ବ୍ୟାଙ୍କ ଏହିଦିନ ବନ୍ଦ ରହିବ । ୨୮ ଅକେଫାବର ବ୍ୟାଙ୍କ ଖୋଲାରହିବାକୁ ଥିବା ବେଳେ ଦୀପାଳବୀ ପର୍ବକୁ ଧ୍ୟାନରେ ରଖି ମୁମ୍ବାଇରେ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶ୍ୱାସରୋଗର ବିଭିନ୍ନ କାରଣ ଓ ଲକ୍ଷଣ

ଶ୍ୱାସରୋଗର ବିଭିନ୍ନ କାରଣ ଓ ଲକ୍ଷଣ

Read More...

ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page