ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ତଦନ୍ତ ବାଟବଣା କରୁଛି କିଏ?

October 21, 2019, ଓଡ଼ିଶା, , Anupambharat News Bureau


ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ  ତଦନ୍ତ ବାଟବଣା କରୁଛି କିଏ?
Anupambharat News Bureau
October 21, 2019

ଯାଜପୁର ୨୧ା୧୦(ଅନୁପମମିଡ଼ିଆ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ବିଜେଡି ନେତାଙ୍କ ଗେଷ୍ଟ ହାଉସରେ ମୃତୁ୍ୟକୁ ନେଇ ସାରା ରାଜ୍ୟରେ ଚହଳ ପଡିଯାଇଛି । କି;ୁ ଏହି ସ୍ପର୍ଶକାତର ଘଟଣାରେ ପୋଲିସର ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଯାଜପୁର ଏସପି ଚରଣ ସିଂ ମିନା ମୃତୁ୍ୟପରେ ସ୍ମିତାରାଣୀଙ୍କ ଚରିତ୍ର ହନନକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପରେ କଂଗ୍ରେସ ତରଫରୁ ରାଜ୍ୟ ମାନବିକଅଧିକାର କମିଶନରଙ୍କ ନିକଟରେ କରାଯାଇଥିବା ଅଭିଯୋଗର ବିଚାର କରି ଆସନ୍ତା ଅକେଫାବର ୩୦ ସୁଧା ପୋଲିସ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷିରେ ପୋଲିସ ତଦନ୍ତକୁ ବାଟମଣା କରିବାକୁ କେଉଁ ମାନେ ଉଦ୍ୟମ ଚଳାଇଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପୋଲିସ ଏହି ଅପରାଧୀମାନଙ୍କ ସହିତ ସଲାସୁତୁରା ହୋଇ ଏହି ଘଟଣାକୁ ବାଟବଣା କରୁଛି ବୋଲି ବିରୋଧୀ ଦଳ ଅଭିଯୋଗ ଉପରେ ଅଭିଯୋଗ କରି ଚାଲିଛନ୍ତି । ଅନ୍ୟ ଏକ ଚାଞ୍ଚଲ୍ୟକର ଘଟଣାକ୍ରମରେ ଅଭିଯୁକ୍ତ ରୂପେଶ ଭଦ୍ର୍ରୁ ଯେଉଁ ଦିନ ପୋଲିସ ପଚରା ଉଚୁରା ପାଇଁ କୁଆଖିଆ ଥାନାକୁ ଡକାଇନେଇଥିଲା ସେତେବେଳେ ସେ ହାତରେ ପିନ୍ଧିଥିବା ବହୁମୂଲ୍ୟ ଘଣ୍ଟା ସହିତ ତାର ସୁନା ମୁଦି ପରବର୍ତ୍ତୀ ସମୟରେ ପଡୋଶୀ ଗ୍ରାମର ଜୈନିକ ଯୁବକ ସେହି ଦିନ ତାଙ୍କ ଠାରୁ ନେଇ ଆସିଥିଲେ । ସେ ପିନ୍ଧଥିବା ଘଣ୍ଟାରେ ଲୁଚି ରହିଥିଲା ବହୁ ଗୁପ୍ତ ତଥ୍ୟ । ଏହି ଘଣ୍ଟାକୁ ମୋବାଇଲ ଫୋନ ପରି ବ୍ୟବହାର କରାଯାଇପାରୁଥିବା ସହିତ ଭିଡିଓ ରେକଡିଙ୍ଗ୍‌ କରାଯାଇପାରୁଥିଲା । ସ୍ମିତାରାଣୀଙ୍କ ସଂପର୍କରେ ଅନେକ ଭିଡିଓ ଏହି ଘଣ୍ଟା ସାହାଯ୍ୟରେ ଭିଡିଓ ରେକଡିଙ୍ଗ କରାଯାଇଥିବା ସନ୍ଧେହ କରାଯାଉଛି । ଏପୋଲିସ ହେପାଜତରୁ ଏହି ଘଣ୍ଟାଟି ରହସ୍ୟ ଜନକ ଭାବେ ଗାଏବ୍‌ ହୋଇଯାଇଥିବାରୁ ବହୁ ଗରୁତ୍ୱପୂର୍ଣ୍ଣ
ତଥ୍ୟ ପୋଲିସ ହାତଛଡା ହୋଇଯାଇଥିବା ଅନୁମାନ କରାଯାଉଛି ।
ଗତ ୧୬ ତାରିଖରେ ରୂପେଶର ଗେଷ୍ଟ ହାଉସରେ ଯେତେବେଳେ ସ୍ମିତାରାଣୀ ମୃତୁ୍ୟ ବରଣ କରିଥିଲେ ସେତେବେଳେ ତାଙ୍କ ସହିତ ଉପସ୍ଥିତ ଥିବା ଅନ୍ୟ ୪ଜଣକୁ ପୋଲିସ ପଚରା ଉଚରା କଲାପରେ ଛାଡିଦେଇଛି । ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଘଟଣାରେ ଏବେ ଏହି ମାନଙ୍କୁ ରାଜସାକ୍ଷୀ କରାଯିବା ପାଇଁ ପୋଲିସ ଯୋଜନା କରୁଥିବାର ଶୁଣିବାକୁ ମିଳୁଛି । ଯଦି ଏହି ପରି ଘଟଣାର ଚାର୍ଜସିଟ କରାଯାଏ ତେବେ ଏହି କେଶର ଭବିଷ୍ୟତ ଫଳାଫଳକୁ ନେଇ ସନ୍ଧେହ ଉପୁଜୁଛି । ଠିକ୍‌ ଏହିପରି ପୋଲିସ ତଦନ୍ତକୁ ବାଟ ବଣ କରିଥିଲା ବହୁ ଚର୍ଚ୍ଚିତ ପିପିଲିର ବେବିନା ହତ୍ୟା ଘଟଣାରେ । ଏଠାରେ ଯେପରି ରୂପେଶର ସହଯୋଗୀଙ୍କୁ ରାଜସାକ୍ଷୀ କରାଯିବାର ଯୋଜନା ଚାଲିଛି ଠିକ ସେହି ପରି ବେବିନା ଘଟଣାରେ ମଧ୍ୟ ହତ୍ୟାକାରୀଙ୍କ ସହଯୋଗୀଙ୍କୁ ରାଜ ସାକ୍ଷୀ କରାଯାଇଥିଲା । ଶେଷରେ ବେିବାନା ଘଟଣାର ରାୟ ପ୍ରକାଶ ପାଇବା ପରେ ସାରା ଓଡିଶା ବାସୀ ପୋଲିସର ଏଭରଳି କାର୍ଯ୍ୟକ୍ରମକୁ ନାପସନ୍ଦ କରିଥିଲେ ।ଏହି ଘଟଣାର ପରିସମାପ୍ତି ବେବିନା ହତ୍ୟାକାଣ୍ଡ ଘଟଣା ପରି ହେବ ନାହିଁତ? ସ୍ମିତାରାଣୀର ଅସ୍ୱାଭାବିକ ମୃତୁ୍ୟପରେ ରୂପେଶ ଓ ତାର ସହଯୋଗୀ ମାନେ ଶବକୁ ଧର୍ମଶାଳା ଡାକ୍ତରଖାନାକୁ ଆଣି ପହଁଞ୍ଚିବା ପରେ ମୃତା ସ୍ମିତାରାଣୀର ବାପା ସଦାନନ୍ଦଙ୍କୁ ଖବର କରିଥିଲେ । ସଦାନନ୍ଦ ଡାକ୍ତରଖାନାରେ ପହଁଞ୍ଚି ଝିଅର ଶବକୁ ଦେଖି ଅତ୍ୟନ୍ତ ମର୍ମାହତ ହୋଇଥିଲେ । ଠିକ ସେହି ସମୟରେ ଜୈନିକ ବିଜେଡି ନେତା ସଦାନନ୍ଦଙ୍କ ପାଇଁ ଏତଲା ଲେଖିଥିଲେ । ସଦାନନ୍ଦ ସେଥିରେ ସ୍ୱାକ୍ଷର କରି ପୋଲିସରେ ଦେଇଥିଲେ । ସେହି ଦିନ ଠାରୁ ଏହି କେଶକୁ ଦୃବଳ କରିବା ପାଇଁ ଏକ ସୁଚିନ୍ତିତ ଯୋଜନା କରାଯାଇଥିଲା । କେଶ ଦୁର୍ବଳ କରିବାକୁ ଜାଣିଶୁଣି ଏତଲା ଲେଖାଯାଇଥିଲା । ସେଥିପାଇଁ ପୋଲିସ ହତ୍ୟା ଅଭିଯୋଗର ଇନ୍‌କେ୍ୱଷ୍ଟ୍‌ ନକରି ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଚେଦ ପଇଁ ପଠାଇଥିଲା । ସେହି ସମୟ ଠାରୁ କେଶ ଦୁର୍ବଳ ହୋଇଗଲା । ଶବବ୍ୟବଚ୍ଛେଦ କରିଥିବା ଯାଜପୁରର ଦୁଇଜଣ ଡାକ୍ତର ଅପମୃତୁ୍ୟ ମାମଲାର ଇନ୍‌କେ୍ୱଷ୍ଟ୍‌ ରିପୋର୍ଟ ଅନୁସାରେ ବ୍ୟବଚ୍ଛେଦ କରିଥିଲେ । ଯଦିଓ ପରେ ସ୍ୱାଭାବିକ ଅବସ୍ଥାକୁ ଆସି ସଦାନନ୍ଦ ଓ ସ୍ୱାମୀ ସୁଶିଲ ବିଶ୍ୱାଳ ହତ୍ୟା ଅଭିଯୋଗ ଆଣୁଛନ୍ତି ତାହାପୋଲିସ ଶୁଣିବାକୁ ପ୍ରସ୍ତୁତ ନୁହେଁ । ଏଠାରେ ପ୍ରଶ୍ନ ଉଠୁଛି ଜଣେ ମହିଳା ଗ୍ରାମ ପଞ୍ଜାୟତ ଅଧିକାରୀ କାର୍ଯ୍ୟରେ ଥିବା ସମୟରେ ଘଟିଥିବା ସନ୍ଧେହ ଜନକ ମୃତୁ୍ୟ ମାମଲା ଉପରୁ ପରଦା ହଟାଇବା ପାଇଁ ସରକାର ସକ୍ଷମ ହେବେତ? ଏହି ଘଟଣାରେ ସମ୍ପୃକ୍ତ ଥିବା ବିତ୍ତ୍‌ଶାଳି ଓ ବାହୁ ବଳି ମାନଙ୍କ ସହିତ ସଳାସୁତୁରାରେ ପୋଲିସ ଏହି ଘଟଣାକୁ ଦୃବଳ ଭାବରେ ଉପସ୍ଥାପିତ କରି ବାଏଁ ବାଏଁ ଉଡାଇଦେବ ନାହିଁତ? ଏହି ପ୍ରଶ୍ନ ଏବେ ଓଡିଶା ବାସୀଙ୍କର ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରୋଗୀପୁତ୍ରଙ୍କୁ ଡାକ୍ତରଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ ମାଡ଼ ମାରି, କାନ ଧରି ମୁଣ୍ଡିଆ ମରାଇଲେ

ରୋଗୀପୁତ୍ରଙ୍କୁ ଡାକ୍ତରଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ ମାଡ଼ ମାରି, କାନ ଧରି ମୁଣ୍ଡିଆ ମରାଇଲେ

Read More...

 ସିରିଜ୍‌ କ୍ଲିନ୍‌ ସୁଇପ୍‌ ଦ୍ୱାରରେ ଭାରତ

ସିରିଜ୍‌ କ୍ଲିନ୍‌ ସୁଇପ୍‌ ଦ୍ୱାରରେ ଭାରତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page