ଓମଫେଡ୍‌ ପାର୍ଲରୁ ୪୦ ହଜାର ଟଙ୍କା ଲୁଟ୍‌

October 23, 2019, ଓଡ଼ିଶା, , Anupambharat News Bureau


ଓମଫେଡ୍‌ ପାର୍ଲରୁ ୪୦ ହଜାର ଟଙ୍କା ଲୁଟ୍‌
Anupambharat News Bureau
October 23, 2019

ଭଦ୍ରକ,୨୩ା୧୦(ଅନୁପମ ମିଡିଆ): ଭଦ୍ରକ ସହର ଭିତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଲୁଟ୍‌ ଘଟଣା ପାଇଁ ଅତିଷ୍ଠ ହେଲେଣି ଜନସାଧାରଣ । ଲୁଟେରାଙ୍କ ଆତଙ୍କରାଜରେ ଏବେ ଅସୁରକ୍ଷିତ ଓ ଆତଙ୍କିତ ସହରବାସୀ ଲଗାତର ଛୋଟବଡ ଚୋରି ଓ ଲୁଟ୍‌ ଘଟଣା ସହରବାସୀଙ୍କ ପାଇଁ ଏବେ ନିତିଦିନିଆ ଘଟଣା ପାଲଟିଛି । ଆଜି ଭଦ୍ରକ ସହର ନୂଆବଜାର ସ୍ଥିତ ସୀତାରାମ କମ୍ପେକ୍ସରେ ଥିବା ଏମକେ ଓମଫେଡ୍‌ ପାର୍ଲରରୁ ଦିନ ୧୨ଟା ସମୟରେ ୪୦ ହଜାର ଟଙ୍କା ଲୁଟି ନେଇଛି ଲୁଟେରା । ସୂଚନା ଅନୁସାରେ ଦୋକାନ ମାଲିକ କମଳା ସାହୁ ୪୦ ହଜାର ଟଙ୍କା ଦୋକାନ ବାକ୍ସରେ ରଖି ବାହାରକୁ ଯାଇଥିଲେ । ସେହି ସମୟରେ ଦୋକାନରେ ଥିବା କମଳାଙ୍କ ପତ୍ନୀ ଠେଲାବାଲା ଠାରୁ ଟମାଟୋ କିଣିବା ପାଇଁ ଅଳ୍ପ ସମୟ ପାଇଁ ଦୋକାନରୁ ବାହାରକୁ ଯାଇଥିଲେ । ଏହି ସୀମିତ ସମୟ ଭିତରେ ଦୋକାନରେ କେହି ନଥିବା ସୁଯୋଗ ନେଇ ବାକ୍ସରେ ଥିବା ୪୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲା ଦୃବୁର୍ତ୍ତ । ପୁରା ଘଟଣା ଉପରେ ଥିବା ଏକ ମୋବାଇଲ୍‌ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପରେ ଘଟଣା ସଂପର୍କରେ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ଦୋକାନ ମାଲିକ କମଳା ସାହୁ । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ଦିଲ୍ଲୀ କାର୍ଡ  ୪୦ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବେ

ମୋଦିଙ୍କ ଦିଲ୍ଲୀ କାର୍ଡ ୪୦ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବେ

Read More...

ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ - ମହିଳା ସଂଘ

ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ - ମହିଳା ସଂଘ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page