ସୁନ୍ଦରୀ ପାଇଁ ମଇଁଷି ଶିକାର...

May 14, 2019, ଓଡ଼ିଶା, , Anupambharat News Bureau


ସୁନ୍ଦରୀ ପାଇଁ ମଇଁଷି ଶିକାର...
Anupambharat News Bureau
May 14, 2019

ଅନୁଗୋଳ ,୧୪ା୫(ଅନୁପମ ମିଡିଆ): ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାର ଏନ୍‌କ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ପାଇଁ ଗୃହପାଳିତ ପଶୁ ଶିକାର କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ବନ୍ତଳା ଥାନାରେ ଅଭିଯୋଗ ହେବାକୁ ୨ ଦିନ ଅତିକ୍ରାନ୍ତ ହୋଇଛି । ହେଲେ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ । ଏହାକୁ ନେଇ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଉଦ୍‌ବେଗ ପ୍ରକାଶ କରିଛି । ସୁରକ୍ଷା ସମିତି ର ସଭାପତି ଜନାର୍ଦ୍ଦନ ସାହୁଙ୍କ ନେତୃତ୍ୱରେ ଏହାର ସଭ୍ୟ ଓ ନରସିଂହପୁର ଅଞ୍ଚଳର ଲୋକେ ବନ୍ତଳା ଥାନାକୁ ଯାଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆମେ ଚୁପ୍‌ ହୋଇ ରହିବୁ ନାହିଁ । ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଟକ ଜିଲା ନରସିଂହପୁର ଥାନା ଦେବଭୂଇଁ ପାଖ ଭୁସ୍‌କା ଗାଁର ଶେଷ ରାଉଳ (୫୫)ଙ୍କ ଅଭିଯୋଗ ହେଲା, ବହୁ ବର୍ଷ ହେଲା ମଇଁଷି ପାଳନ କରି ଆସୁଛନ୍ତି । ଏବେ ତାଙ୍କର ସେ ୩୫ରୁ ଅଧିକ ମଇଁଷି ରହିଛନ୍ତି । ଆରମ୍ଭରୁ ସେ ମଇଁଷିଙ୍କୁ ଚରିବା ପାଇଁ ଗାଁ ପାଖ ଜଙ୍ଗଲରେ ଛାଡ଼ି ଦେଇଥାନ୍ତି । ମଇଁଷି ସାତକୋଶିଆ ଜଙ୍ଗଲରୁ ଚରି ସନ୍ଧ୍ୟାରେ ଗାଁକୁ ଫେରିଆସନ୍ତି । ବେଳେବେଳେ ରାତିରେ ଜଙ୍ଗଲରେ ମଧ୍ୟ ରହି ଯାଇଥାନ୍ତି । ଗତ ୯ ତାରିଖ ଦିନ କି;ୁ ଗୋଟିଏ ମଇଁଷି ଓ ଗୋଟିଏ ପୋଢ଼ ଆଉ ଜଙ୍ଗଲରୁ ଫେରିନଥିଲେ । ୧୧ ତାରିଖ ଶେଷ ସାତକୋଶିଆ ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସେ ଜାଣିବାକୁ ପାଇଥିଲେ ଯେ, ବନ ବିଭାଗର କର୍ମଚାରୀମାନେ ସେମାନଙ୍କୁ ନେଇଯାଇଛନ୍ତି । ମଇଁଷିକୁ ମାରି କିଛି ଅଂଶ ଖାଇବାକୁ ଦେଇଥିବା ବେଳେ ପୋଢ଼କୁ ଏନ୍‌କ୍ଲୋଜର ପାଖ ଘରରେ ରଖାଯାଇଥିବା ସଂକ୍ରାନ୍ତରେ ଅନୁଗୋଳ ଜିଲା ବନ୍ତଳା ଥାନାରେ ଶେଷ ଅଭିଯୋଗ କରିଛନ୍ତି । ଏତଲାରେ ସେ ରାଇଗୁଡ଼ା ରେଞ୍ଜ ଅଫିସର, ବନ ବିଭାଗର ଡ଼ାକ୍ତର ଓ ବନ କର୍ମଚାରୀମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଘଟଣା ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବାକୁ ବନ୍ତଳା ଥାନା ପୁଲିସ ମାମଲାକୁ ଏଡ଼େଇବାକୁ ପ୍ରୟାସ କରୁଛି । ଘଟଣା ଘଟିଥିବା ଅଞ୍ଚଳ ବନ୍ତଳା ଥାନା ପରିସରରେ ଆସୁ ନଥିବା କହିଛି । କେବଳ ସେତିକି ନୁହେଁ, ଥାନାରେ ଅଭିଯୋଗ ନକରି ଘଟଣା ସଂକ୍ରାନ୍ତରେ ବନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଲେ ଉଚିତ ହୋଇଥାନ୍ତା ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ଜୁନ୍‌ ଶେଷ ସପ୍ତାହରେ ସାତକୋଶିଆକୁ ଆସିଥିବା ସୁନ୍ଦରୀ ଦୀର୍ଘ ୫୦ ଦିନ ପର୍ଯ୍ୟନ୍ତ ଏନ୍‌କ୍ଲୋଜରରେ ରହିବା ପରେ ୧୭ ଅଗଷ୍ଟ ଦିନରେ ଜଙ୍ଗଲରେ ଛଡ଼ାଯାଇଥିଲା । ମାତ୍ର ଏହା ପରେ ଜଙ୍ଗଲ ମଧ୍ୟରେ ରହିବା ପରିବର୍ତ୍ତେ ଜନବସତି ମୁହାଁ ହେବା ସହିତ ଗାଈଗୋରୁ ଆଉ ମଣିଷ ଶିକାର କରିଥିଲା । ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ଗତ ୬ ନଭେମ୍ବରରୁ ସୁନ୍ଦରୀକୁ ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯାଇଛି । ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ନିରବତା ଅବଲମ୍ବନ କରୁଥିବା ସୁରକ୍ଷା ସମିତି ଅଭିଯୋଗ ଆଣିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଇ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲଫ

ମଇ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲଫ

Read More...

ମହଙ୍ଗା ପଡିଲା ମଦ୍ୟପାନ,   ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

ମହଙ୍ଗା ପଡିଲା ମଦ୍ୟପାନ, ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page