ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି

October 23, 2019, ଓଡ଼ିଶା, , Anupambharat News Bureau


ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି
Anupambharat News Bureau
October 23, 2019

ଭୁବନେଶ୍ୱର, ୨୩ ।୧୦ (ଅନୁପମ ମିଡିଆ): ରାଜ୍ୟ ରେ ସ୍ୱାସ୍ଥ୍ୟ ସେବା ୫-ଟି ଯୋଗୁଁ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନ ମିଶନ ବୁଧବାର ଦିନ ମତ ଦେଇଛନ୍ତି ।
ଡାକ୍ତର ହିମାଂଶୁ ଭୂଷଣଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟି ଗତ ୧୭ ତାରିଖରୁ କନ୍ଧମାଳ ଓ ମୟୁରଭର ବିଭିନ୍ନ ଅଂଚଳ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ । ଗସ୍ତ ସମୟରେ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଅନୁଷ୍ଠାନର ପର୍ଯ୍ୟବେକ୍ଷଣ ଓ ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଗସ୍ତ କାଳରେ ସେମାନେ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିସିାଳୟ ଉପଖଣ୍ଡ ଚିକିସିାଳୟ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ହେଲଥ େୱଲନେସ୍‌ ସେଂଟର, ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ । ଡାକ୍ତର, ପାରାମେଡିକ୍‌, ଆଶା, ଅଙ୍ଗନବାଡିକର୍ମୀ, ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ ଗ୍ରାମସଭାରେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ରେକର୍ଡ ଯାଂଚ କରିବା ସହିତ ରୋଗୀ, ସେମାନଙ୍କର ସହାୟକ ଏବଂ ସାଧାରଣ ଲୋକଙ୍କ ସହିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ । ତାଙ୍କରି ଉପସ୍ଥାପନା କାଳରେ ସେମାନେ ଲୋକମାନଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତିଭୂମିର ବିକାଶ, ସଫା ସୁତୁରା ବ୍ୟବସ୍ଥା, ନିରାମୟ ମାଧ୍ୟମରେ ମାଗଣା ଔଷଧ ପ୍ରଦାନ, ନିଦାନ ମାଧ୍ୟମରେ ମାଗଣା ରୋଗ ନିରୂପଣ, ମାଗଣା ଡାଏଲିସିସ୍‌ ଏବଂ କର୍କଟରୋଗୀଙ୍କୁ କେମୋଥେରାପି ଆଦିକୁ ବିଚାରକୁ ନେଇଥିଲେ । ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି ଓ ସମ୍ପୂର୍ଣ୍ଣ ଟୀକାକରଣ, ଶିଶୁ ମାତୃମୃତୁ୍ୟହାର ହ୍ରାସ, େୱଲନେସ୍‌ ସେଂଟର, ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକାରିତା ନେଇ ସେମାନେ ପ୍ରଭାବିତ ହୋଇଛନ୍ତି । ସେହିପରି ବିଭିନ୍ନ କ୍ଷେତ୍ରରେ ତାଲିମପ୍ରାପ୍ତ ମାନବସମ୍ବଳ ବ୍ୟବସ୍ଥା, ମଧୁମେହ ଏବଂ ରକ୍ତଚାପ ଔଷଧ ମିଳିବା, ଆରଏନଟିସିପି, ଏନଭିବିଡିସିପି କାର୍ଯ୍ୟକ୍ରମ ସୁନ୍ଦରଭାବେ ଚାଲିଥିବା ସେମାନେ କହିଛନ୍ତି । ସେହିପରି ଉତ୍କୃଷ୍ଟମାନର ସେବା ପାଇଁ ମାନବସମ୍ବଳ ପରିଚାଳନା, କାୟାକଳ୍ପ ପୁରସ୍କାର ପାଇବା ଓ ଲକ୍ଷ୍ୟ ସାର୍ଟିଫିକେଟ ମିଳିବା ପାରିଛି ।
ଓଡିଶା ମଧ୍ୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ସ୍ୱାସ୍ଥ୍ୟସେବାର କେତେକ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି, ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କର ତାଲିମ, ଜନସଚେତନତା ବୃଦ୍ଧି ପାଇଁ ଆଇଇସି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବାଲାଗି କହିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ତାଙ୍କର ମତାମତ ଦେଇ କହିଛନ୍ତି ଯେ ଟିମର ସଦସ୍ୟମାନେ ଯେଉଁସବୁ ପଏଂଟ ଉପରେ ତାଙ୍କର ମତାମତ ଦେଇଛନ୍ତି ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁଶୀଳନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ।
ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ସିଆରଏମ ଟିମର ଗସ୍ତ ନେଇ ତାଙ୍କର ଖୁସି ବ୍ୟକ୍ତ କରିବା ସହିତ ଟିମର ମତାମତ ଆଗାମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ନିଗମ ଏମଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଡାକ୍ତର ହରପ୍ରସାଦ ପଟ୍ଟନାୟକ, ସମସ୍ତ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଦଗଡ଼ ରାସ୍ତାରେ ଜେଲ୍‌ ଫେରନ୍ତାକୁ ହତ୍ୟା

ବାଦଗଡ଼ ରାସ୍ତାରେ ଜେଲ୍‌ ଫେରନ୍ତାକୁ ହତ୍ୟା

Read More...

ହିନ୍ଦୁବାଦୀ ନେତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କରାଯାଇଥିଲା ହତ୍ୟା

ହିନ୍ଦୁବାଦୀ ନେତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କରାଯାଇଥିଲା ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page