ଖେଳାଳିଙ୍କ ପାଇଁ ଡ୍ରିଙ୍କ୍ସ ନେଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

October 26, 2019, କ୍ରୀଡ଼ା, , Anupambharat News Bureau


ଖେଳାଳିଙ୍କ ପାଇଁ ଡ୍ରିଙ୍କ୍ସ ନେଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ
Anupambharat News Bureau
October 26, 2019

କାନ୍‌ବେରା,୨6 ।୧୦: ସ୍ଥାନୀୟ ମାନୁକା ଓଭାଲରେ ଗୁରୁବାର ଏକ ଅଭ୍ୟାସ ମ୍ୟାଚ୍‌ ବେଳେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଏକାଦଶ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ ଖେଳାଳିଙ୍କ ପାଇଁ ଡି୍ରଙ୍କ୍ସ ନେଇ ପଡିଆକୁ ଯାଇଥିଲେ । ଏହା ଦେଖି ଖେଳାଳି ଓ ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଥିଲେ ବି ପ୍ରଧାନମନ୍ତ୍ରୀ ମରିସନ୍‌ଙ୍କ ଏଭଳି ଖେଳୁଆଡ ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମରିସନ୍‌ ‘ୱାଟର ବୟ’ ସାଜିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ତତ୍‌କ୍ଷଣାତ୍‌ ଭାଇରାଲ୍‌ ହୋଇଯାଇଥିଲା । ତାଙ୍କର ଏଭଳି ନମ୍ର ଆଚରଣ ପାଇଁ ମରିସନ୍‌ଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିଲା ।
ଉକ୍ତ ଲୋ’ସ୍କୋରିଂ ଟି୨୦ ମ୍ୟାଚ୍‌ରେ ପ୍ରଧାନମନ୍ତ୍ରୀ ଏକାଦଶ ଏକ ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୩୦ ରନ୍‌ କରିଥିଲା । ଜବାବରେ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟ ନିୟମିତ ୱିକେଟ୍‌ ହରାଇଥିଲା । ହେଲେ ହ୍ୟାରି ନିଲସେନ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ନବମ ୱିକେଟ୍‌ରେ ଫୱାଦ୍‌ ଅହମ୍ମଦଙ୍କ ସହ ତାଙ୍କ ଉପଯୋଗୀ ଭାଗିଦାରୀ ସହାୟତାରେ ପ୍ରଧାନମନ୍ତ୍ରୀ ଏକାଦଶ ଏକ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ରବିବାର ଠାରୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେଉଛି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ରରେ ସରକାର ଗଠନରେ ବିଳମ୍ବ  ୫୦:୫୦ ଫର୍ମୁଲା ଜିଦ୍‌ରେ ଶିବସେନା

ମହାରାଷ୍ଟ୍ରରେ ସରକାର ଗଠନରେ ବିଳମ୍ବ ୫୦:୫୦ ଫର୍ମୁଲା ଜିଦ୍‌ରେ ଶିବସେନା

Read More...

ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ମୋଦି ସରକାର: ପ୍ରିୟଙ୍କା

ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ମୋଦି ସରକାର: ପ୍ରିୟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page