କୂଅରେ ପଡି ଶିଶୁପୁତ୍ର ମୃତ

October 29, 2019, ଓଡ଼ିଶା, , Anupambharat News Bureau


 କୂଅରେ ପଡି ଶିଶୁପୁତ୍ର ମୃତ
Anupambharat News Bureau
October 29, 2019

ସିନାପାଲି, ୨୯ା୧୦ (ଅନୁପମ ମିଡିଆ): ସିନାପାଲି ଥାନା ଅନ୍ତର୍ଗତ ତାଲପଦର ଗ୍ରାମରେ ଗତକାଲି ସଂଧ୍ୟାରେ ଏକ ଖୋଲା କୂଅରେ ପଡିଯାଇ ଜନୈକ ଶିଶୁର ମ୍‌ୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଏହି ଥାନା ଅନ୍ତର୍ଗତ ଝାରବନ୍ଧ ଗ୍ରାମର ସନ୍ତୋଷ ମାଝୀ ତାଙ୍କ ସ୍ତ୍ରୀ ସହ ପୁଅ ଜିତେନ୍ଦ୍ର ଧରି ତାଙ୍କ ଶ୍ୱଶୁର ଘର ତାଲପଦର ଯାଇଥିଲେ । ସେଠାରେ ସେ ପୁଅ ଜିତେନ୍ଦ୍ର ୬ ବର୍ଷ ଓ ସ୍ତ୍ରୀ କୁ ଛାଡି ନିଜ ଘର କୁ ଫେରି ଯାଇଥିଲେ । ସଂଧ୍ୟାରେ ଜିତେନ୍ଦ୍ର ମାମୁଁ ଘରେ ଅନ୍ୟ ଶିଶୁ ମାନଙ୍କ ସହ ଖେଲୁ ଥିବା ବେଲେ ଘର ନିକଟରେ ଥିବା ବିଲକୁ ଲାଗି ଥିବା ଏକ ଖୋଲ କୂଅରେ ପଡିଯାଇଥିଲେ । କୂଅରେ ଥିବାପାଣିରେ ବୁଡି ଘଟଣାସ୍ଥଲରେ ହିଁ ତାର ଜୀବନ ଚାଲି ଯାଇଥିଲା । ପରେ ବିଳମ୍ବିତ ରାତ୍ରୀରେ ସିନାପାଲି ଥାନାରେ ଏତଲା ଦିଆଯାଇଥିବା ବେଲେ ଆଜି ସକାଲେ ସିନାପାଲି ପୋଲିସ ଘଟଣା ସ୍ଥଲକୁ ଯାଇ ଶବ ଜବତ କରିବା ସହିତ ବ୍ୟବଛେଦ କରିଛି ପରେ ପରିବାର ବର୍ଗ ଙ୍କୁ ଶବ ଫେରାଇ ଦିଆଯାଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ସିନାପାଲି ଥାନା କେସ ନଂ ୧୨ ତାରିକ ୨୮/୧୦ /୧୯ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସିନାପାଲି ପୋଲିସ ସୁତ୍ରରୁ ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାହାଙ୍ଗାର ବହୁମୁଖୀ ଅଟ୍ଟାଳିକା ଠିକାଦାରଙ୍କ କବ୍‌ଜାରେ : ସାଧାରଣରେ ତୀବ୍ର ଅସନ୍ତୋଷ

ମାହାଙ୍ଗାର ବହୁମୁଖୀ ଅଟ୍ଟାଳିକା ଠିକାଦାରଙ୍କ କବ୍‌ଜାରେ : ସାଧାରଣରେ ତୀବ୍ର ଅସନ୍ତୋଷ

Read More...

ଦୁଇ ଦିନ ଭିତରେ ଆସିବ ଶୀତ

ଦୁଇ ଦିନ ଭିତରେ ଆସିବ ଶୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page