ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

October 30, 2019, ଓଡ଼ିଶା, , Anupambharat News Bureau


ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ  ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ
Anupambharat News Bureau
October 30, 2019

ସମ୍ବଲପୁର,୩୦ା୧୦(ଅନୁପମ ମିଡିଆ): ବୁର୍ଲା ଭିମସାରରେ ଏଚଆଇଭି ସଂକ୍ରମିତ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅନ୍ୟ ୩ ଜଣଙ୍କ ଅସ୍ତ୍ରୋପଚାର କରାଯିବା ସଂକ୍ରାନ୍ତ ବିବାଦ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ରିପୋର୍ଟ ତଲବ ପରେ ପ୍ର. ପ୍ରଭାତୀ ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟୀ ଗଠନ କରାଯାଇଛି । ଅଭିଯୋଗ ହୋଇଛି ଯେ, ଦନ୍ତ ଶଲ୍ୟ ବିଭାଗରେ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପରେ ବିନା ସତର୍କତାରେ ଅନ୍ୟ ରୋଗୀମାନଙ୍କର ଅସ୍ତ୍ରୋପଚାର କରାଯାଇଛି । ଏଭଳି କରି ରୋଗୀମାନଙ୍କର ଜୀବନ ସହିତ ଖେଳ ଖେଳାଯାଇଛି । ତେବେ ଏହାକୁ ଅପରେସନ କରିଥିବା ଡାକ୍ତର ଏବଂ ଭିମସାରର ଡିନ୍‌ ଅସ୍ୱୀକାର କରିଛନ୍ତି । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ତଥା ଏଥିରେ ସବୁପ୍ରକାର ସତର୍କତା ଅବଲମ୍ବନ କରାଯାଇଥିବା ସେମାନେ କହିଛନ୍ତି ।ଦାନ୍ତ ରୋଗ ବିଭାଗ ସହଯୋଗୀ ପ୍ରଫେସର ଡା ପ୍ରଶାନ୍ତ ସ୍ୱାଇଁଙ୍କ କହିବାନୁସାରେ ଗତ ୧୩ ତାରିଖ ଦିନ ମାଧପୁର କିଶୋର ନଗରର ଜଣେ ୨୭ ବର୍ଷର ଯୁବକ ଯେ କି ଜଣେ ଡ୍ରାଇଭର କାମ କରୁଥିଲେ ଏବଂ ଗାଡି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ଶରୀରର ଏକାଧିକ ସ୍ଥାନ କ୍ଷତାକ୍ତ ହେବା ସହିତ ହନୁହାଡ ଭାଙ୍ଗିଯାଇଛି । ତେଣୁ ସର୍ଜରୀ ବିଭାଗରେ ତାଙ୍କ ବାକି ସମସ୍ତ ଚିକିତ୍ସା କରାଯାଉଥିବା ବେଳେ ହନୁହାଡ ଭାଙ୍ଗି ଯାଇଥିବା କାରଣକୁ କେନ୍ଦ୍ର କରି ତାଙ୍କୁ ଅସ୍ତ୍ରୋପଚାର ପାଇଁ ଦନ୍ତ ରୋଗ ବିଭାଗକୁ ଗତକାଲି ଆଣାଯାଇଥିଲା । ତେବେ ସେଠାରେ କାର୍ଯ୍ୟରତ ଥିବା ସହକାରୀ ପ୍ରଫେସର ଡା ପ୍ରଶାନ୍ତ ସ୍ୱାଇଁ ତାଙ୍କୁ ଅସ୍ତ୍ରୋପଚାର କରିଥିଲେ । ୱାର୍ଡ଼ ଟିକେଟରେ ରୋଗୀ ଏଚଆଇଭି ପଜିଟିଭ ବୋଲି ଉଲ୍ଲେଖ ନଥିଲା । ଏଲିସା ଟେଷ୍ଟ ରିପୋର୍ଟ ମଧ୍ୟ ନଥିଲା । ସେ ନିଜେ ହିଁ ରକ୍ତ ପରୀକ୍ଷା ପାଇଁ ପଠାଇଥିଲେ । ଉକ୍ତ ରୋଗୀ ଜଣକ ଏଚ୍‌ଆଇଭି ରୋଗରେ ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ତାଙ୍କୁ ଅସ୍ତ୍ରୋପଚାରରୁ ବଞ୍ଚିତ କରିବା ସ୍ୱାସ୍ଥ୍ୟ ବିଜ୍ଞାନ ସମ୍ପର୍କୀତ ଆଦର୍ଶର ଖିଲାପ ହୋଇଥାନ୍ତା । ତେଣୁ ସେହି ଏଚ୍‌ଆଇଭି ରୋଗୀଙ୍କ ଆସ୍ତ୍ରୋପଚାର କରିବା ପରେ ସେଥିରେ ବ୍ୟବହାର ହୋଇଥିବା ଯନ୍ତ୍ରାଂଶ ସବୁ ଅଲଗା ରଖାଯାଇଥିଲା । ଏହାପରେ ଆଉ ତିନିଜଣଙ୍କୁ ସେହି ଓଟି ମଧ୍ୟରେ କିନ୍ତୁ ଆଲଗା ବେଡ ଏବଂ ଅଲଗା ଯନ୍ତ୍ରାଂଶରେ ଅସ୍ତ୍ରୋପଚାର କରାଯାଇଥିବା କହିଛନ୍ତି ।
ଡା ପ୍ରଶାନ୍ତ ସ୍ୱାଇଁ ନିଜେ ଟିକେଟ ଉପରେ ଏଚଆଇଭି ପଜିଟିଭ ବୋଲି ଉଲ୍ଲେଖ କରି ଏ ବାବଦରେ ସୂଚନା ଦେଇଥିଲେ । ନିଜେ ମଧ୍ୟ ସଂକ୍ରମଣକୁ ଏଡାଇବା ପାଇଁ ପୋଷ୍ଟ ଏକ୍ସପୋଜର ପ୍ରୋଫାଇଲ ଔଷଧ ଗ୍ରହଣ କରିଛନ୍ତି । ମାନବିକତା ଦୃଷ୍ଟିରୁ ରୋଗୀଙ୍କ ଚିକିତ୍ସା କରି ସେ ଭୁଲ ନୁହେଁ ଭଲ କାମ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ନାନା ଆଲୋଚନା ଏବଂ ଆଶଙ୍କା ସହ ଅଭିଯୋଗ ହେତୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌

ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌

Read More...

୧ରୁ ଏକକ ଷାଣ୍ମାସିକ ପରୀକ୍ଷା ଦୁଇଟି ସିଟିଂରେ ହେବ

୧ରୁ ଏକକ ଷାଣ୍ମାସିକ ପରୀକ୍ଷା ଦୁଇଟି ସିଟିଂରେ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page