ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

October 30, 2019, ଓଡ଼ିଶା, , Anupambharat News Bureau


 ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର
Anupambharat News Bureau
October 30, 2019

ଖଣ୍ଡପଡା ୩୦ା୧୦ (ଅମି) ଖଣ୍ଡପଡା ସହରାଞ୍ଚଳରେ ପ୍ରବାହିତ କୁସୁମୀ ନଦୀକୁ ଡ଼େଇଁ ନିଖୋଜ ଥିବା ଯୁବକର ଗଳିତ ଶବକୁ ଘଟଣାର ୪ଦିନ ପରେ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣା ଘଟିବା ଦିନ ଠାରୁ ଅଗ୍ନିଶମ ବିଭାଗର କର୍ମଚାରୀଗଣ ବୋଟ୍‌ ଦ୍ୱାରା ଖୋଜାଖୋଜି କରୁଥିଲେ ହେଁ ନଦୀରେ ପାଣିଥିବା ଯୋଗୁଁ ସଫଳ ହୋଇ ପାରୁନଥିଲେ । ଫଳରେ ନିଖୋଜ ଯୁବକର ପରିବାର ଆଶଙ୍କା ଓ ଦୁଃଖରେ କାଳାତିପାତ କରୁଥିଲେ । ବୁଧବାର ଅପରାହ୍ନରେ ନୟାଗଡ଼ ଓ ଭାପୁର ଅଗ୍ନିଶମ ସେବା କେନ୍ଦ୍ରରୁ କର୍ମଚାରୀଗଣ ଆସିବା ପରେ ବିଭାଗୀୟ ସ୍ଥାନୀୟ କର୍ମଚାରୀ ମାନଙ୍କ ସହାୟତାରେ ଦୁଇଗୋଟି ବୋଟ୍‌ ଯୋଗେ ପୁର୍ନବାର ଖୋଜାଖୋଜି ଆରମ୍ଭ କରିଥିଲେ । ସହରାଞ୍ଚଳର ୮ନଂ ୱାର୍ଡ଼ କୁମ୍ଭାରସାହି ମୁଣ୍ଡରୁ କୁସୁମୀ ନଦୀରେ ଖୋଜାଖୋଜି ଆରମ୍ଭ କରି ସେଠାରୁ ପ୍ରାୟ ୨ କିମି ଦୂର ଇଚ୍ଛାପୁର ଓ ବୋଦସା ଗ୍ରାମ ମଧ୍ୟରେ ନଦୀ ମଧ୍ୟରେ ଥିବା ପୂର୍ବପାଶ୍ୱର୍ ତଣ୍ଡି ଘାସବଣ ମଧ୍ୟରେ ପଚାଗନ୍ଧ ବାହାରୁଥିବା ଜାଣି ସେଠାକୁ ଯାଇ ନିଖୋଜ ଯୁବକର ଗଳିତ ଶବ ମୁହଁମାଡ଼ି ପଡ଼ିଥିବା ସହ ଫୁଲି ଯାଇଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳକୁ ଆଖପାଖ ଅଞ୍ଚଳରୁ ଶତାଧିକ ଜନସାଧାରଣ ଯାଇଥିବା ବେଳେ ଗଳିତ ଶବକୁ ନିଖୋଜ ଯୁବକର ଭାଇ ଚିହ୍ନଟ କରିଥିଲେ । ଘଟଣାସ୍ଥଳରୁ ବୋଟ୍‌ ଯୋଗେ ବୋଦସା ଗ୍ରାମ ବ୍ରିଜ୍‌ ପର୍ଯ୍ୟନ୍ତ ଯାଇ ସେଠାରୁ ଗାଡ଼ି ଯୋଗେ ଶବକୁ ଅଣାଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ହମ୍‌ଜା ଅଲ୍ଲିଖାନ୍‌, ଥାନାଧିକାରୀ ବିମଳ କୁମାର ମଲ୍ଲିକ ସଦଳବଳେ ଉପସ୍ଥିତ ରହି ଆନୁସଙ୍ଗିକ କାର୍ଯ୍ୟ କରିଥିଲେ । ପୋଲିସ୍‌ ଶବ ଜବତ୍‌ କରିଥିବା ବେଳେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁ ରହିଥିବା ବେଳେ ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଖଣ୍ଡପଡ଼ା ସହରାଞ୍ଚଳର ୪ନଂ ୱାର୍ଡ଼ ମାଳିସାହିର ବାସିନ୍ଦା  ମଧୁସୁଦନ ମହାପାତ୍ରଙ୍କର ସାନପୁଅ ସୁଶାନ୍ତ କୁମାର ମହାପାତ୍ର ଓରଫ ଟୁକୁନା ଗତ ୨୬ ତାରିଖ ଶନିବାର ପୂର୍ବାହ୍ନ ୧୧.୩୦ମିନିଟ୍‌ ସମୟରେ କୁସୁମୀ ନଦୀ ପୋଲ ଉପରୁ ଭରା ନଦୀ ମଧ୍ୟକୁ ଡ଼େଇଁ ପଡ଼ିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିବସେନା ଛାଡ଼ିପାରିବ ନାହିଁ ବିଜେପି

ଶିବସେନା ଛାଡ଼ିପାରିବ ନାହିଁ ବିଜେପି

Read More...

ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌

ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page