ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା ବହୁ ଛାତ୍ରଛାତ୍ରୀ ଆହତ

October 30, 2019, ଓଡ଼ିଶା, , Anupambharat News Bureau


ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା  ବହୁ ଛାତ୍ରଛାତ୍ରୀ ଆହତ
Anupambharat News Bureau
October 30, 2019

ବ୍ରହ୍ମପୁର,୩୦ ।୧୦(ଅନୁପମ ମିଡ଼ିଆ): ଚିକିଟି ବ୍ଲକ୍‌ ଅନ୍ତର୍ଗତ ନୁଆପଡ଼ାର ମାର୍ଗଦର୍ଶୀ ଶିଶୁ ବିଦ୍ୟାମନ୍ଦିରର ଏକ ଟାଟା ମେଜିକ ୨୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌କୁ ଯାଉଥିବାବେଳେ ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ ପହଁରାବାଡ଼ି ଗ୍ରାମ ପୋଖରୀ ନିକଟରେ ଓଲଟି ପଡ଼ିଥିଲା । ଦୁର୍ଘଟଣାର ଖବର ପାଇ ଗ୍ରାମବାସୀଙ୍କ ଉଦ୍ୟମରେ ସମସ୍ତ ଛାତ୍ରଛାତ୍ରୀ ଓ ଚାଳକଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସୌଭାଗ୍ୟ ବଶତଃ ବନ୍ଧଟି ଅମରୀଲଟାରେ ପୂର୍ଣ୍ଣ ଥିବା ଯୋଗୁଁ ଗାଡ଼ିଟି ଅମରି ଲଟାରେ ଅଟକି ରହିଥିଲା । ଯାହା ଫଳରେ ଏକ ବଡ଼ ଦୁର୍ଘଟଣାରୁ ଛାତ୍ରଛାତ୍ରୀମାନେ ବର୍ତ୍ତି ଯାଇଥିଲେ । ଘଟଣାର ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

Read More...

ଶିବସେନା ଛାଡ଼ିପାରିବ ନାହିଁ ବିଜେପି

ଶିବସେନା ଛାଡ଼ିପାରିବ ନାହିଁ ବିଜେପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page