ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ

November 01, 2019, ଓଡ଼ିଶା, , Anupambharat News Bureau


ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ
Anupambharat News Bureau
November 01, 2019

ମାହାଙ୍ଗା : ୧ା୧୧(ଅନୁପମମିଡିଆ) ସରକାର ଛାତ୍ରଛାତ୍ରୀଙ୍କ ପାଠ ପଢିବା ନିମନ୍ତେ ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି । ଏପରିକି ପିଲାଙ୍କର ବହିପତ୍ରଠାରୁ ଆରମ୍ଭ କରି ପୋଷାକ ଓ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଯୋଜନା ଗୁଡିକ କେତେକ କର୍ମଚାରୀଙ୍କ ଯୋଗୁ ବାଟବଣା ହେବା ସହ କେବଳ କାଗଜକଳମରେ ଚାଲଥିବା ଜଣାଯାଇଛି । ଏପରିକି ଅନେକ ବିଦ୍ୟାଳୟକୁ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଓ ସାମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ଏହାର ଦାୟିତ୍ୱରେ ଥିବା ଅଧିକାରୀମାନେ ମଉଜୁ ମଜଲିସ କରୁଥିବାବେଳେ କୋମଳମତୀ ଛାତ୍ରଛାତ୍ରୀମାନେ ସେଥିରୁ ବଞ୍ଚିତ ହେଉଛନ୍ତି । ଯାହାକି ଏହିପରି ଏକ ଘଟଣା ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନ ଲଳିତଗିରି ପଞ୍ଚାୟତସ୍ଥିତ ଲଳିତଗିରି ନୋଡାଲ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏହି ଘଟଣାରେ ସରକାର ତରଫରୁ ଦିଆ ଯାଉଥିବା ମଧ୍ୟାହ୍ନଭୋଜନକୁ ବନ୍ଦ କରି ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ଉପାସରେ ଘରକୁ ପଠାଯାଇଥିବାବେଳେ ଏହି ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟାହ୍ନଭୋଜନ ଚାଉଳରେ ଭୋଜିଭାତର ଆସର କରିଥିବା ଦେଖିବାକୁ ମିଳିଛି । ଯାହାକି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ ଏହି ବିଦ୍ୟାଳୟରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୮୯ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିଥାନ୍ତି । କିନ୍ତୁ ଏହି ବିଦ୍ୟାଳୟର ୧୮୦ ଜଣ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ହେବାକୁ ଥିବାବେଳେ କୋðଣସି କାରଣ ନ ଥାଇ ଏହାକୁ ଆଜି ବନ୍ଦ କରି ଦିଆଯାଇଛି । ଏହି ଘଟଣା ସଂପର୍କରେ ଖବର ପାଇ ଗଣମାଧ୍ୟମର ପ୍ରତିନିଧିମାନେ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଯାହାକି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଥିବାବେଳେ ଏହି ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳରେ ଭୋଜି ଭାତ କରିଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁଙ୍କୁ ପଚାରିବାରୁ ବିଦ୍ୟାଳୟର ପିଲାମାନେ ଆଜି ମଧ୍ୟାହ୍ନଭୋଜନ ଖାଇବାକୁ ମନା କରିବାରୁ ସେଥିପାଇଁ ମଧ୍ୟାହ୍ନଭୋଜନ ବନ୍ଦ କରିବା ସହ ଅତି ବେପରୁଆ ଭାବରେ ଉତ୍ତର ଦେଇଥିଲେ । କିନ୍ତୁ ଅପର ପକ୍ଷରେ ଏହି ବିଦ୍ୟାଳୟର ଛାତ୍ରଛାତୀମାନଙ୍କ ପଚାରିବାରୁ ଆମ ସାର ଆଜି ମଧ୍ୟାହ୍ନଭୋଜନ ତୁମ ମାନଙ୍କ ପାଇଁ ହୋଇନାହିଁ ବୋଲି କହିବାରୁ ଆମେ ଘରେ ଯାଇ ଖାଇବୁ । ଏଣୁ କୋମଳମତୀ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନଭୋଜନୟକୁ ଏହି ବିଦ୍ୟାଳୟରେ କିଭଳି ହରିଲୁଟ୍‌ କରାଯାଉଛି ତାହା ଏଥିରୁ ଅନୁମେୟ । ଏ ସଂପର୍କରେ ସିଆରସିସି ଭାସ୍କର ସାହୁଙ୍କୁ ପଚାରିବାରୁ ମଧ୍ୟାହ୍ନଭୋଜନ ସଂପର୍କରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଜି କୋðଣସି ସୁଚନା ଦେଇ ନଥିବାରୁ ଏ ସଂପର୍କରେ ଖବର ପାଇ ବ୍ଲକ୍‌ ଶିକ୍ଷା ଅଦିକାରୀଙ୍କୁ ଅବଗତ କରାଇଥିଲି ବୋଲି ପ୍ରକାଶ କରିଛନ୍ତି । ସେହିପରି ବ୍ଲକ୍‌ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା ଓ ଜିଲ୍ଲା ଶିକ୍ଷା ଅଧିକାରୀ ନିରନ ବେହେରାଙ୍କୁ ମଧ୍ୟାହ୍ନଭୋଜନ ବନ୍ଦ ସଂପର୍କରେ ପଚାରିବାରୁ ଉଭୟ ଅଧିକାରୀ ଉକ୍ତ ବିଦ୍ୟାଳୟକୁ ତଦନ୍ତ ପାଇଁ କର୍ମଚାରୀଙ୍କୁ ପଠାଉଥିବା ପ୍ରକାଶ କରିଥିଲେ । କିନ୍ତୁ ମଧ୍ୟାହ୍ନଭୋଜନ ସମୟରୁ ବିଦ୍ୟାଳୟ ଛୁଟି ହେବା ପର୍ଯ୍ୟନ୍ତ କୋðଣସି ତଦନ୍ତକାରୀ ଅଧିକାରୀ ବିଦ୍ୟାଳୟକୁ ଯାଇ ନଥବବା ଜଣାଯାଇଛି । ଏଣୁ ଏହି ଘଟଣା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କାର୍ଯ୍ୟରେ ଅବେହଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକୁଳିରେ ବନ୍ଧା ଶୈଶବ ଜୀବନ

ଶିକୁଳିରେ ବନ୍ଧା ଶୈଶବ ଜୀବନ

Read More...

ଘାଟିରେ ଓଲଟିଲା ଇଷ୍ଟନ୍‌ ଅପେରାର ଟ୍ରକ୍‌ , ପାଞ୍ଚ ଗୁରୁତର

ଘାଟିରେ ଓଲଟିଲା ଇଷ୍ଟନ୍‌ ଅପେରାର ଟ୍ରକ୍‌ , ପାଞ୍ଚ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page