କଥକ ନାଚିବେ ସନ୍ନି ଲିଓନ

November 01, 2019, ଦେଶ, , Anupambharat News Bureau


କଥକ ନାଚିବେ ସନ୍ନି ଲିଓନ
Anupambharat News Bureau
November 01, 2019

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନଙ୍କ ହଟ୍‌ ଓ ବୋଲï ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଦେଇଛି । ଅନେକ ଦିନ ହେବ ବଲିଉଡର ଏହି ଲୈଲାଙ୍କର କିଛି ଭଲ ଫିଲ୍ମ ଆସିନି କି କିଛି ଗୀତ ବି ସେମିତି ହିଟ୍‌ ହୋଇନାହିଁ । ଅନେକ ଦିନ ହେବ ସେ ପରଦାରୁ ଦୂରେଇ ଅଛନ୍ତି । ହେଲେ ଏବେ ଖୁବ୍‌ଶୀଘ୍ର ସନ୍ନିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । ନିଜର ବୋଲï ଅନ୍ଦାଜ ପାଇଁ ଜଣାଶୁଣା ସନ୍ନିଙ୍କୁ ଏବେ କଥକ ନୃତ୍ୟ କରୁଥିବା ଦେଖିବାରୁ ମିଳିବ । ସୂଚନା ଅନୁଯାୟୀ ସନ୍ନି ଲିଓନ ଏକ ଗ୍ରୁପ୍‌ ଡ୍ୟାନ୍ସ ‘ଅଭିମନ୍ୟୁ’ରେ ପର୍ଫମ କରିବେ । ଏହି ଡ୍ୟାନ୍ସକୁ ଜଣାଶୁଣା କଥକ ନୃତ୍ୟଶିଳ୍ପୀ ସନ୍ଦିପ ମହାବୀର କୋରିଓଗ୍ରଫି କରିବେ । ଏହି ନୃତ୍ୟ ସନ୍ନିଙ୍କ ପାଇଁ ଏକ ଭିନ୍ନ ଅନୁଭବ ହେବ । ନିଜ ଡ୍ୟାନ୍ସକୁ ଭଲ କରିବା ପାଇଁ ସେ ଅନେକ ପରିଶ୍ରମ କରୁଛନ୍ତି । ଦିନକୁ ପାଖାପାଖି ୧୨ ଘଣ୍ଟା ନୃତ୍ୟ ଅଭ୍ୟାସ କରୁଛନ୍ତି । ନିଜ ନୃତ୍ୟ ଓ ଅଭିନୟରେ ସେ ଦର୍ଶକଙ୍କ ମନ ଜିତିବାକୁ ଅପ୍ରାଣ ଉଦ୍ୟମ ଚଲାଇଛନ୍ତି । ଏହି ବିଶେଷ ନୃତ୍ୟ ପାଇଁ ସେ ବିଶେଷ ଆଉଟଫିଟ୍‌ ମଧ୍ୟ ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁଯାୟୀ ସନ୍ନି ୧୫ କିଲୋ ଓଜନର ଏକ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିବେ । ସନ୍ନି ନିଜର ଏହି ପର୍ଫମାନ୍ସକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଆଉ ଏ ଖବର ଯେବେଠୁ ସାମ୍ନାକୁ ଆସିଲାଣି ସେବେଠୁ ଦର୍ଶକ ମଧ୍ୟ ତାଙ୍କୁ ନୂଆ ଅବତାରରେ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

Read More...

ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର

ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page