ଶିଳାନ୍ୟାସ ସ୍ଥଳରେ ମାରପିଟ୍‌, ଥାନାରେ ମାମଲା

November 04, 2019, ଓଡ଼ିଶା, , Anupambharat News Bureau


ଶିଳାନ୍ୟାସ ସ୍ଥଳରେ ମାରପିଟ୍‌, ଥାନାରେ ମାମଲା
Anupambharat News Bureau
November 04, 2019

ବ୍ୟାସନଗର,୪ ।୧୧(ଅନୁପମ ମିଡ଼ିଆ): କୋରାଇ ଥାନା ଅନ୍ତର୍ଗତ ହଳଦୀଗଡିଆ ପଂଚାୟତର ଖିଲିପଙ୍ଖା ଗ୍ରାମରେ ଶନିବାର ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଉସିବରେ କୋରଶି ବିଧାୟକ ଅଶୋକ ବଳ ଉପସ୍ଥିତ ଥାଇ ମଧ୍ୟ ସାଦକପୁର ପଂଚାୟତର ଦୁଇ ଗେଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ ସେକ ରଫିକ କୋରାଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ୨୪୦/୧୯ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥବବା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଯାଇଥିଲେ ମଧ୍ୟ ସେମାନେ ଫେରାର ଥିବାରୁ ଫେରିଥିଲା । ପ୍ରକାଶଯେ ଶିଳାନ୍ୟାସ ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭା ଆରମ୍ଭରୁ ସାଦକପୁର ପଂଚାୟତର ବାରଦା ଗ୍ରାମର କୈଳାସ ପଟ୍ଟନାୟକ ଗୋଷ୍ଠୀ ଓ ସାଦକପୁର ଗ୍ରାମର ସେକ ରଫିକ ଗ୍ରୁପ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା । ଧାନ କିଆରି ମଧ୍ୟରେ ଗଡାଗଡି ହେବା ଦେଖାଯାଇଥିଲା । କିଏ ବିଧାୟକଙ୍କ ନିଜ ଲୋକ ହେବ ତାକୁ ନେଇ ପ୍ରତିଯୋଗିତାରୁ ମାରପିଟ ହେବାରୁ ଉପସ୍ଥିତ ଲୋକମାନେ ସେମାନଙ୍କ ମଧ୍ୟରେ ପଶି ସେମାନଙ୍କୁ ଅଟକାଇଥିଲେ । ଫଳରେ କିଛି ସମୟ ପାଇଁ ଉଭୟ ଗୋଷ୍ଠି ମଧ୍ୟରେ ଛକାପଂଝା ଲାଗିରହିଥିବା ଦେଖାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

Read More...

 ଭିମସାରରେ ୧୨ ଘଣ୍ଟା ଧରି ପଡ଼ିରହିଲା ଏଚଆଇଭି ରୋଗୀଙ୍କ ମୃତଦେହ

ଭିମସାରରେ ୧୨ ଘଣ୍ଟା ଧରି ପଡ଼ିରହିଲା ଏଚଆଇଭି ରୋଗୀଙ୍କ ମୃତଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page