ଫସଲ ଚିନ୍ତା ମଞ୍ଚାରେ ବିତୁଛି ଜୀବନ

November 05, 2019, ଓଡ଼ିଶା, , Anupambharat News Bureau


 ଫସଲ ଚିନ୍ତା ମଞ୍ଚାରେ ବିତୁଛି ଜୀବନ
Anupambharat News Bureau
November 05, 2019

କେନ୍ଦୁଝର, ୫ା୧୧ (ଅନୁପମ ମିଡିଆ):କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀ ଗ୍ରାମ ପଞ୍ଚାୟତର ଦଅଁଳାଠାରେ ଜଣେ ଆଦିବାସୀ ଚାଷୀ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଗଛ ଉପରେ ମଞ୍ଚା ବାନ୍ଧି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଠିକଣା ସମୟରେ ବର୍ଷା ଦାଉ ସାଧିବାରୁ ଫସଲ ଭଲ ହୋଇନଥିଲେ ମଧ୍ୟ ଯାହା ଚାଷ ହୋଇଛି ଅମଳ ବେଳକୁ ମାଙ୍କଡ ଓ ହାତୀଙ୍କ ଦାଉରୁ ଫସଲକୁ ସୁରକ୍ଷା ଦେବା ପାଇଁ ଜଣେ ଚାଷୀ ପ୍ରାୟ ଏକମାସ ହେବ ଗଛ ଉପରେ ମଞ୍ଚା ବାନ୍ଧି ଜଗି ରହିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମିଳିଥିବା ଖବର ଅନୁସାରେ, ଶୁଆକାଟୀ ଗ୍ରାମ ପଞ୍ଚାୟତର ଦଅଁଳାରେ ରହୁଥିବା ଆଦିବାସୀ ପ୍ରଜା ବଇଁଶି ବେହେରାଙ୍କ ପୁଅ ସାନ୍ତାଳ ବେହେରା(୬୫) ଶୁଆକାଟୀ-ବାଂଶପାଳ ରାସ୍ତାର ଅନତି ଦୂରରେ ପ୍ରାୟ ୪ ଏକର ଜମିରେ ଧାନ ଫସଲ କରିଥିଲେ । ତାଙ୍କର ଜୀବନ ଜୀବିକା କହିଲେ ଧାନ ଫସଲକୁ ବୁଝାଇଥାଏ । ପରିବାରରେ ତାଙ୍କ ସ୍ତ୍ରୀ,ପୁଅ-ବୋହୁ,ନାତି,ତିନି ଝିଅ ଅଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ଝିଅର ବିବାହ ହୋଇ ସାରିଥିବାବେଳେ ଆଉ ଗୋଟିଏ ଝିଅ ଶୁଆକାଟୀ ପାଟେଶ୍ୱର ମହାବିଦ୍ୟାଳୟରେ ପାଠ ପଢୁଛନ୍ତି । ଅନ୍ୟ ଝିଅଟିକୁ ପାଠ ପଢାଇ ନପାରିବାରୁ ସେ ଘର କାମରେ ବାପା,ମାଆଙ୍କୁ ସହଯୋଗ କରୁଛି । ଝିଅର ପାଠପଢା,ପରିବାର ପ୍ରତିପୋଷଣର ଏକମାତ୍ର ସାହାଭରସା ଧାନଚାଷ ବର୍ଷା ଅଭାବରୁ ନଷ୍ଟ ପ୍ରାୟ ହୋଇଥିଲେ ମଧ୍ୟ ଆଉ ଦୁଇ ଏକର ଜମିରେ ଫସଲ କିଛିମାତ୍ରାରେ ହୋଇଛି । ଏବେ ଧାନ ପାଚିବାର ସମୟ । ଏହି ଅଞ୍ଚଳଟି ଜଙ୍ଗଲୀ ମାଙ୍କଡ ଓ ହାତୀଙ୍କ ପାଇଁ ବେଶ ପରିଚିତ । ଲୋକ ନଥିଲେ ମାଙ୍କଡମାନେ ଦିନବେଳା ଏବଂ ରାତିରେ ହାତୀପଲ ଆସି ଧାନ ଫସଲ ନଷ୍ଟ କରୁଛନ୍ତି । ତେଣୁ ସାନ୍ତାଳ ବେହେରା ବିଲ ମୁଣ୍ଡରେ ଥିବା ଏକ ବଡ ଅଶ୍ୱସ୍ତ ଗଛରେ ମଞ୍ଚା ବାନ୍ଧି ପ୍ରାୟ ମାସେ ହେବ ଜଗି ରହିଛନ୍ତି । ଦିନବେଳା ସାହାସ କରି ତଳକୁ ଓହ୍ଲାଇ ଖାଦ୍ୟପେୟ ନେଇ ଗଛ ଉପରକୁ ଚଢୁଛନ୍ତି । ରାତିବେଳା ହାତୀ ଭୟ ଯୋଗୁଁ ସେ ଗଛ ଉପରେ ଉଜାଗର ହୋଇ ରହୁଥିବା ପ୍ରକାଶ କରିଛନ୍ତି । ହାତୀ ଆସିଲେ ଟିଣ ବଜାଇ,ପାଟିତୁଣ୍ଡ କରି,ମଶାଲ ଜଳାଇ ହାତୀକୁ ଫସଲ ନଷ୍ଟ କରିବାକୁ ଦେଉନଥିବା ସେ ପ୍ରକାଶ କରିଛନ୍ତି । ନିଜ ଫସଲକୁ ବନ୍ୟଜନ୍ତୁଙ୍କଠାରୁ ସୁରକ୍ଷା ଦେବା ପାଇଁ ପ୍ରାୟ ଏକମାସ ହେବ ସେ ଗଛ ଉପରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଥିବାବେଳେ ବିଚରା ଚାଷୀ ତା’ର ଫସଲକୁ ସୁରକ୍ଷା ଦେବାକୁ କି ପ୍ରକାର ପଦକ୍ଷେପ ନେଇପାରେ ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୫ ହଜାର ଟଙ୍କା ଲାଂଚ ନେଇ ବିଡିଏ ଏନଫୋର୍ସମେଣଫ ଇନ୍ସପେକଫର ଗିରଫ

୧୫ ହଜାର ଟଙ୍କା ଲାଂଚ ନେଇ ବିଡିଏ ଏନଫୋର୍ସମେଣଫ ଇନ୍ସପେକଫର ଗିରଫ

Read More...

 ଆସୁଛି ‘ବୁଲବୁଲ’ ବାତ୍ୟା   !

ଆସୁଛି ‘ବୁଲବୁଲ’ ବାତ୍ୟା !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page