ବନ୍ଧୁକ ମୁନରେ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ

November 05, 2019, ଓଡ଼ିଶା, , Anupambharat News Bureau


ବନ୍ଧୁକ ମୁନରେ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ
Anupambharat News Bureau
November 05, 2019

ଖୋର୍ଦ୍ଧା,୫ା୧୧(ଅନୁପମ ମିଡିଆ): କିଛିଦିନର ନୀରବତା ପରେ ଜାତୀୟ ରାଜପଥରେ ପୁଣି ଘଟିଛି ଡ଼କାୟତି । କଲିକତା-ମାଡା୍ରସ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଘଟଣାରୁ ଜଣାଯାଇଛି, ଆଇଟିସିଭଜିରୋ ସୁଲିତାନ କମ୍ପାନୀର ଏକ ସିଗାରେଟ ବୋଝେଇ ଟିଏସ୍‌-୦୭ୟୁଜି-୦୦୮୩ କଂଟେନର ହାଇଦ୍ରାବାଦରୁ କୋଲକତା ଯାଉଥିବା ବେଳେ ସୋମବାର ବିଳମ୍ବିତ ରାତ୍ରିରେ କିଛି ଡ଼କାୟତ ଅନ୍ୟ ଏକ ଟ୍ରକରେ ଆସି କଂଟେନର ଆଗରେ ରଖିଥିଲେ । ବାଧ୍ୟ ହୋଇ କଂଟେନର ଡ଼୍ରାଇଭର ଗାଡ଼ିକୁ ଅଟକାଇ ଥିଲା । ପରେ ଟ୍ରକରେ ଆସିଥିବା ଡ଼କାୟତମାନଙ୍କ ମଧ୍ୟରୁ ଜଣେ ଡ଼କାୟତ କଂଟେନର ଡ଼୍ରାଇଭରକୁ ବନ୍ଧୁକ ଦେଖାଇ ତଳକୁ ଭିଡ଼ି ଆଣିଥିଲେ । ପରେ ଅନ୍ୟମାନେ ମିଶି କଂଟେନର ଡ଼୍ରାଇଭରର ଗୋଡ଼ହାତ ବାନ୍ଧି ଉଗ୍ରତାର ଜଙ୍ଗଲରେ ପକାଇ ଦେବା ସହ ଡ଼କାୟତମାନେ ସିଗାରେଟ ବୋଝେଇ କଂଟେନରଟିକୁ ସେଠାରୁ ନେଇ ଯାଇଥିଲେ । ଏ ନେଇ ସକାଳେ ସ୍ଥାନୀୟ ଲୋକେ ଟ୍ରକ ଚାଳକକୁ ଉଦ୍ଧାର କରିଥିବା ବେଳେ ଚାଳକ ଜଣକ ପ୍ରଥମେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଏହା ଉକ୍ତ ଥାନା ଅଂଚଳରେ ଯାଉନଥିବା ଦର୍ଶାଇ ଡ଼୍ରାଇଭର ଜଣକୁ ଟାଙ୍ଗୀ ଥାନା ପଠାଇଥିଲେ । ଟାଙ୍ଗୀଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରି ଖାଲି କଂଟେନରକୁ ଜବତ କରିଛି । ଅନ୍ୟପଟେ କଂଟେନରର ଡ଼୍ରାଇଭର ରିଙ୍କୁ ଯାଦବଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ପୁଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । କଣ୍ଟେନରରେ ଥିବା ସିଗାରେଟର ମୁଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଡ଼୍ରାଇଭର ପୁଲିସକୁ ପ୍ରକାଶ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରଗଡ଼ ଧନୁଯାତ୍ରା ଆରମ୍ଭରୁ ବିବାଦ!

ବରଗଡ଼ ଧନୁଯାତ୍ରା ଆରମ୍ଭରୁ ବିବାଦ!

Read More...

୧୫ ହଜାର ଟଙ୍କା ଲାଂଚ ନେଇ ବିଡିଏ ଏନଫୋର୍ସମେଣଫ ଇନ୍ସପେକଫର ଗିରଫ

୧୫ ହଜାର ଟଙ୍କା ଲାଂଚ ନେଇ ବିଡିଏ ଏନଫୋର୍ସମେଣଫ ଇନ୍ସପେକଫର ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page