ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

November 05, 2019, ଦେଶ, , Anupambharat News Bureau


ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା
Anupambharat News Bureau
November 05, 2019

ମୁମ୍‌ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପrା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ ।
ଯାହାକି, ଶିବସେନା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ, ଶିବସେନା ରାଜ୍ୟରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ପାଖରେ ରଖିଛି । ଏବେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଖୁବଶୀଘ୍ର ଏହି ସମର୍ଥନ ସଂଖ୍ୟା ୧୭୪ ଛୁଇଁବ ବୋଲି କହିଥିଲେ ସଞ୍ଜୟ । ଅମରାବତୀ ଜିଲ୍ଲାର ବଦନେରାର ବିଧାୟକ ରବି ରଣା ସଞ୍ଜୟଙ୍କୁ ଶିବସେନାର ‘ଶୁଆ’ କହି ତାଚ୍ଛଲ୍ୟ କରିଛନ୍ତି ।
ଶିବସେନା ଆଜି ୫୬ ଆସନରେ ବିଜୟୀ ହୋଇଛି ବିଜେପି ପାଇଁ । ଯଦି ଏକାକୀ ନିର୍ବାଚନ ଲଢ଼ିଥାନ୍ତା ତାହେଲେ ୨୫ ବିଧାୟକ ଜିତିବା ଦଳ ପାଇଁ କାଠିକର ହୋଇଥାନ୍ତା । ଶିବସେନାର ୨୫ ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ରବି ରଣା କହିଛନ୍ତି । ଏହି ବିଧାୟକ ଫଡ଼ନାଭିସ ସରକାରକୁ ସମର୍ଥନ କରିବେ ବୋଲି ସେ କହିଛନ୍ତି । ସଞ୍ଜୟ ଦଳର ‘ଶୁଆ’ । ତେଣୁ ସେ କହିବା ପରିବର୍ତ୍ତେ ଉଦ୍ଧବ ଠାକରେ ନିଜେ ମନ୍ତବ୍ୟ ରଖ;ୁ ବୋଲି ବିଧାୟକ ରବି ରଣା କହିଛନ୍ତି । ବିଜେପି ସଭାପତି ଅମିତ ଶାହଙ୍କ ସହିତ କ’ଣ ଆଲୋଚନା ହୋଇଥିଲା, ତାହା ଖୋଲିକରି ଉଦ୍ଧବ ଠାକରେ କହିବା ଦରକାର ବୋଲି ସେ କହିଛନ୍ତି । ଆଜି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ କୌର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ ।
ଅମରାବତୀ ଜିଲ୍ଲାର ଚାଷୀଙ୍କ ବାବଦରେ ଦୁଇ ଜଣ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ । ଏହାପରେ ରବି ରଣା ଗଣମାଧ୍ୟମକୁ ଶିବସେନା ବିଧାୟକ ବିଜେପି ଲିଙ୍କରେ ଥିବା ନେଇ ପ୍ରତିକ୍ରିୟା ଦେଇଥିଲେ । ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର୧୪୫ ରହିଛି । କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି । ବିଜେପିକୁ ସରକାର ଗଢ଼ିବା ପାଇଁ ଆଉ ୪୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ପୂର୍ବରୁ ୬ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି । ଏବେ ଶିବସେନାର ୨୫ ବିଧାୟକ ଯଦି ସମର୍ଥନ କରିବେ ତାହାଲେ ବିଜେପି ପାଖରେ ୧୩୬ ବିଧାୟକଙ୍କ ସମର୍ଥନ ରହିବ । ଯାହାକି ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାରୁ ୯ କମ୍‌ ।
ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ଚାଲିଛି । ଗତକାଲି ଦିଲ୍ଲୀ ଦରବାରରୁ ସରକାର ଗଢ଼ିବା ନେଇ ବିଜେପି ଓ ଶିବସେନା ପାଇଁ ସେମିତି କିଛି ସକାରାତ୍ମକ ବାର୍ତ୍ତା ଆସିନାହିଁ । କଂଗ୍ରେସ ଶିବସେନାକୁ ସମର୍ଥନ କରିବ କି ନାହିଁ କିଛି ବି ସ୍ପଷ୍ଟ କରିନି । ସେପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବିଜେପି ସଭାପତି ଅମିତ ଶାହଙ୍କୁ ଭେଟିଥିଲେ । ହେଲେ ବିଜେପି ସରକାର ଗଢ଼ିବ କି ନାହିଁ ସ୍ପଷ୍ଟ କରିନାହାନ୍ତି । କଂଗ୍ରେସ ସମର୍ଥନ ନେଇ ଦୋଛକିରେ ରଖିବା ପରେ ଶିବସେନା ହୃଦବୋଧ କରି ସାରିଛି ବିରୋଧୀ ମେଣc ସହ ବର୍ତ୍ତମାନର ରାଜନୀତିକ ସ୍ଥିତିରେ ସରକାର ଗଢ଼ିବା ଏତେଟା ସମ୍ଭବ ନୁହେଁ । ତେଣୁ ଏବେ ଶିବସେନା ସରକାରରେ ସାମିଲ୍‌ ହେବା ପାଇଁ ସହଯୋଗୀ ଦଳ ବିଜେପିର ଆଦର୍ଶଗତ ଗୁରୁ ଆରଏସଏସର ମୁଖ୍ୟ କାର୍ଯ୍ୟାଳୟ ନାଗପୁରର ଦ୍ୱାରସ୍ଥ ହୋଇଛି ।
୫୦:୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଯେଉଁ ବିବାଦ ଚାଲିଛି ସେଥିରେ ବ୍ରେକ ଲଗାଇବା ପାଇଁ ଏବେ ଚିନ୍ତା କରିଛି ଶିବସେନା । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିକଟତମ ଶିବସେନା ନେତା କିଶୋର ତିୱାରୀ ଆଜି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖି ବିବାଦର ସମାଧାନ କରିବା ପାଇଁ ଆହ୍ୱାନ୍‌ କରିଛନ୍ତି । ବିଜେପି-ଶିବସେନା ମେଣ୍ଟକୁ ନିର୍ବାଚନରେ ବହୁମତ ମିଳିଛି । ତେଣୁ ଦୁଇ ଦଳ ସରକାର ଗଢ଼ିବା ଉଚିତ୍‌ । ନିର୍ବାଚନ ପୂର୍ବରୁ ବିଜେପି ଶିବସେନା ସହ ୫୦:୫୦ ଫର୍ମୁଲାରେ ସରକାର ଗଢ଼ିବ ବୋଲି ରାଜି ହୋଇଥିଲା ।
ହେଲେ ଫଳାଫଳ ବାହାରିବା ପରେ ବିଜେପି ମେଣ୍ଟ ଧର୍ମ ପାଳନ କରୁନି ବୋଲି ଶିବସେନା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି । ଅର୍ଥାତ୍‌ ଏବେ ବିଜେପି ସହ ଶିବସେନା ସିଧା ଆଲୋଚନା ନକରି ଆରଏସଏସ ମାଧ୍ୟମରେ ବିବାଦ ସମାଧନ କରି ସରକାର ଗଢ଼ିବ ବୋଲି ଏକ ପ୍ରକାର ଚିନ୍ତା କରିଛି । ଶିବସେନା ଅନେକ ଥର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ନିଜର ଦାବି ଦୋହରାଇ ସାରିଛି । ବିଜେପି ସହ କେବଳ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ହିଁ ଆଲୋଚନା ହେବ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିସାରିଛନ୍ତି ।
ହେଲେ ଫଳାଫଳ ପରେ ବିଜେପି ଶିବସେନାର ଏହି ଦାବିକୁ ରଦ୍ଦ କରିଦେଇଛି । ମୁଖ୍ୟମନ୍ତ୍ରୀ ଆସନ କେବଳ ବିଜେପି ପାଖରେ ରହିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିସାରିଛନ୍ତି । ସୂଚନାଯୋଗ୍ୟ, ଅକେଫାବର ୨୦ରେ ଭୋଟିଂ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଥିଲା । ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୪୫ ରହିଛି । କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇମ୍ରାନ୍‌ଙ୍କ ଆସନ ଟଳମଳ:  ସର୍ବଦଳୀୟ ବୈଠକ ଡାକିଲେ ମୌଲାନା

ଇମ୍ରାନ୍‌ଙ୍କ ଆସନ ଟଳମଳ: ସର୍ବଦଳୀୟ ବୈଠକ ଡାକିଲେ ମୌଲାନା

Read More...

ବରଗଡ଼ ଧନୁଯାତ୍ରା ଆରମ୍ଭରୁ ବିବାଦ!

ବରଗଡ଼ ଧନୁଯାତ୍ରା ଆରମ୍ଭରୁ ବିବାଦ!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page