ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

November 05, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର
Anupambharat News Bureau
November 05, 2019

ନୂଆଦିଲ୍ଲୀ : କାର୍ତ୍ତିକ ମାସ ଓ ଅଦିନିଆ ବର୍ଷା ଯୋଗୁଁ ଏବେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ଦର ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ପିଆଜ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ଅଦିନିଆ ଲଗଣ ବର୍ଷା । ମହାରାଷ୍ଟ୍ରରେ ଏବେ ମହା ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ଏହା ଯୋଗୁଁ ପିଆଜ ଚାଷ ଓ ପିଆଜର ଯୋଗାଣ ପ୍ରଭାବିତ ହୋଇଛି ।
ଦେଶର ସର୍ବବୃହତ ପିଆଜ ହୋଲସେଲ ବଜାର ନାସିକର ଲସଲଗାଁଓରେ ପିଆଜ ଦର ଆଜି କ୍ୱିଣ୍ଟାଲ ପିଛା ୫,୫୫୧ ଟଙ୍କାକୁ ବୃଦ୍ଧି ପାଇଛି । ଏହାଫଳରେ ଦର ଏବେ ୨୦୧୫ର ରେକର୍ଡ ଉଚ୍ଚତାର ନିକଟବର୍ତ୍ତି ହୋଇଛି । ଲସଲଗାଁଓରେ ପିଆଜ ଦର ୨୦୧୫ ଅଗଷ୍ଟ୨୨ରେ କ୍ୱିଣ୍ଟାଲ ପିଛା ୫,୭୦୦ ଟଙ୍କାରେ ପହଞ୍ଚିଥିଲା । ହୋଲସେଲ ଦର ବୃଦ୍ଧି ପାଇଥିବାରୁ ନାସିକରେ ଏବେ ପିଆଜ ଦର କିଲୋଗ୍ରାମ ପିଛା ୭୦ ଟଙ୍କା ଛୁଇଁଛି । ଗତ ୧୫ ଦିନରେ ପିଆଜ ଦର ୧୨୬ ପ୍ରତିଶତ ବୃଦ୍ଧି ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଦୂଷଣ ସମ୍ପର୍କିତ ଗୃହ କମିଟି ବୈଠକ, ରାଜ୍ୟର ସାତ ସହର ପ୍ରଦୂଷିତ

ପ୍ରଦୂଷଣ ସମ୍ପର୍କିତ ଗୃହ କମିଟି ବୈଠକ, ରାଜ୍ୟର ସାତ ସହର ପ୍ରଦୂଷିତ

Read More...

ତୁରନ୍ତ ମିଳିବ ପାନକାର୍ଡ

ତୁରନ୍ତ ମିଳିବ ପାନକାର୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page