ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

November 11, 2019, ଦେଶ, , Anupambharat News Bureau


ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ
Anupambharat News Bureau
November 11, 2019

ନୂଆଦିଲ୍ଲୀ: ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦିଲ୍ଲୀ ସ୍ଥିତ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଫି’ ବୃଦ୍ଧି ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆଲୋଚନା କରିବା ପାଇଁ ଭାଇସ ଚାନସେଲର ମମିଦଲା ଜଗଦେଶ କୁମାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ । ହେଲେ ପ୍ରସ୍ତାବ ଖାରଜ ହେବା ପରେ ଆଜି ଜେଏନ୍ୟୁ ଛାତ୍ର ସଙ୍ଗଠନ ନାଟକୀୟ ଭାବରେ ବିଶ୍ୱବିଦ୍ୟାଳୟ ବାହାରେ ପ୍ରତିବାଦ କରିଛି । ବିଶ୍ୱବିଦ୍ୟାଳୟ ପାଖରେ ଏଆଇସିଟିଇର ଏକ ସମ୍ମିଳନୀ ଚାଲିଥିଲା । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ପ୍ରତିବାଦକାରୀ ଏଆଇସିଟିଇ ସମ୍ମିଳନୀ ମୁହାଁ ହେଉଥିବା ଦେଖି ପୁଲିସ୍‌ ବାରିକେଡ୍‌ ବସାଇଥିଲା । ଏହାପରେ ପୁଲିସ ଓ ଛାତ୍ରଛାତ୍ରୀଙ୍କ ସହ ସଂଘର୍ଷ ହୋଇଥିଲା ।
ପ୍ରତିବାଦକାରୀଙ୍କ ମଧ୍ୟରେ ଜଣେ ଛାତ୍ର କହିଛନ୍ତି, ବିନା କୌଣସି ଆଲୋଚନାରେ ହଷ୍ଟେଲ୍‌ ଫି’ ବୃଦ୍ଧି କରାଯାଇଛି । ସପ୍ତାହେ ହେବ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀ ପ୍ରସ୍ତାବ ଦେଇଥିଲେ । ହେଲେ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସେହିଭଳି କ୍ୟାମ୍ପସରେ କର୍ଫ୍ୟୁ ସମୟ ଏବଂ ଡ୍ରେସ କୋଡPୁ ନେଇ ଯେଉଁ ନିୟମ କରାଯାଇଛି ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଗୁରୁବାର ଜେଏନ୍ୟୁ ପ୍ରଶାସନ ହଷ୍ଟେଲ୍‌ ମାନୁଆଲ୍‌ ବିରୋଧରେ ଆନ୍ଦୋଳନ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହି ମାନୁଆଲ୍‌ରେ ଫି’ ବୃଦ୍ଧି ଏବଂ ଡ୍ରେସ୍‌କୋର୍ଡ଼ ପ୍ରସଙ୍ଗ ରହିଛି । ପ୍ରଶାସନ ଆହୁରି ପ୍ରତିବାଦ ପାଠପାକୁ ପ୍ରଭାବିତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

Read More...

ବାତ୍ୟା ପରେ ଦାଉ ସାଧୁଛି ବିଜୁଳି ବହୁ ଅଞ୍ଚଳ ଅନ୍ଧକାରଛନ୍ନ

ବାତ୍ୟା ପରେ ଦାଉ ସାଧୁଛି ବିଜୁଳି ବହୁ ଅଞ୍ଚଳ ଅନ୍ଧକାରଛନ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page